ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ ଆଂଶିକ ଦୃଷ୍ଟିଶକ୍ତି ଫେରାଇ ଆଣିବାରେ ସଫଳ ହୋଇଛି। ପ୍ରସିଦ୍ଧ ‘ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ ମେଡିସିନ’ (ଏନ୍‌ଇଏଜେଏମ୍‌)ରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ, ନୋବେଲ ପୁରସ୍କାରପ୍ରାପ୍ତ ଏହି ବିଜ୍ଞାନ କୌଶଳ ସମ୍ପୂର୍ଣ୍ଣ ନିରାପଦ ଏବଂ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ଆଶାର କିରଣ ଦେଖାଇଛି।
ବିଶ୍ୱରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକ ‘ରେଟିନାଇଟିସ୍‌ ପିଗ୍‌ମେଣ୍ଟୋସା’ ନାମକ ଏକ ଜେନେଟିକ୍‌ ଆଖି ରୋଗରେ ପୀଡ଼ିତ, ଯେଉଁଥିରେ ଆଖିପଟଳ (ରେଟିନା)ର ଆଲୋକ-ସମ୍ବେଦନଶୀଳ କୋଷଗୁଡ଼ିକ ଧୀରେ ଧୀରେ ନଷ୍ଟ ହୋଇଯାଏ। ତେବେ ମସ୍ତିଷ୍କକୁ ଦୃଶ୍ୟ ସଙ୍କେତ ପଠାଉଥିବା ‘ଗ୍ୟାଙ୍ଗ୍‌ଲିଅନ କୋଷ’ଗୁଡ଼ିକ ନଷ୍ଟ ହେବାକୁ ଅଧିକ ସମୟ ନେଇଥାନ୍ତି। ଏହି ନୂତନ ଚିକିତ୍ସାରେ ଗୋଟିଏ ନିରାପଦ କୃତ୍ରିମ ଭୂତାଣୁ ମାଧ୍ୟମରେ ଆଖିରେ ଇଞ୍ଜେକ୍ସନ ଦିଆଯାଏ, ଯାହା ଗ୍ୟାଙ୍ଗ୍‌ଲିଅନ କୋଷଗୁଡ଼ିକୁ ଆଲୋକ-ସମ୍ବେଦନଶୀଳ ପ୍ରୋଟିନ ତିଆରି କରିବାକୁ ନିର୍ଦ୍ଦେଶ ଦେଇଥାଏ।

ଏହାପରେ ରୋଗୀଙ୍କୁ ଏକ ବିଶେଷ ପ୍ରକାରର ‘ଲାଇଟ୍‌-ଷ୍ଟିମୁଲେଟିଂ ଗଗଲ୍ସ’ (ଚଷମା) ପିନ୍ଧିବାକୁ ଦିଆଯାଏ। ଏହି ଚଷମା ବାହ୍ୟ ପରିବେଶର ଦୃଶ୍ୟଗୁଡ଼ିକୁ ଆଲୋକ ସଙ୍କେତରେ ପରିଣତ କରି ଗ୍ୟାଙ୍ଗଲିଅନ କୋଷକୁ ସକ୍ରିୟ କରେ, ଯଦ୍ଦ୍ବାରା ରୋଗୀ ଗୋଟିଏ ରଙ୍ଗର ସ୍ପଷ୍ଟ ଆକୃତି ଦେଖିବାରେ ସମର୍ଥ ହୁଅନ୍ତି ।
‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମୋଲିକ୍ୟୁଲାର ଆଣ୍ଡ୍‌ କ୍ଲିନିକାଲ ଅଫ୍‌ଥାଲ୍‌ମୋଲୋଜି ବାସେଲ’ର ନିର୍ଦ୍ଦେଶକ ପ୍ରଫେସର ବୋଟୋଣ୍ଡ ରୋସ୍କା ଏବଂ ଆମେରିକାର ପିଟ୍ସବର୍ଗ ବିଶ୍ୱବିଦ୍ୟାଳୟ ମେଡିକାଲ ସେଣ୍ଟରର ଡକ୍ଟର ଜୋସେ-ଆଲେନ୍‌ ସାହେଲଙ୍କ ନେତୃତ୍ୱରେ ୧୦ ଜଣ ରୋଗୀଙ୍କ ଉପରେ ୫ ବର୍ଷ ଧରି ଏହି ପରୀକ୍ଷଣ କରାଯାଇଥିଲା। ୧୦ ଜଣଙ୍କ ମଧ୍ୟରୁ ୬ ଜଣ ରୋଗୀଙ୍କ ଆଲୋକ ପ୍ରତି ସମ୍ବେଦନଶୀଳତାରେ ଉଲ୍ଲେଖନୀୟ ସୁଧାର ଆସିଥିଲା। ରୋଗୀମାନେ ଟେବୁଲ୍‌ରେ ଥିବା ନୋଟ୍‌ବୁକ ଛୁଇଁବା, କବାଟ ଚିହ୍ନଟ କରିବା ଏବଂ ସିଧା ରାସ୍ତାରେ ଚାଲିବା ଭଳି କାର୍ଯ୍ୟ ସହଜରେ କରିପାରିଥିଲେ। ଶରୀର ଉପରେ ଏହାର କୌଣସି ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇନାହିଁ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ମାର୍କ ହ୍ୟାଙ୍କିନ୍ସ ଏହି ଗବେଷଣାକୁ ସ୍ବାଗତକରି କହିଛନ୍ତି, ଏହା ଦୃଷ୍ଟିହୀନତା ଦୂରକରିବା କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରାରମ୍ଭିକ ପଦକ୍ଷେପ। ଗବେଷକମାନଙ୍କ ଆଶା, ଆଗାମୀ ୫ରୁ ୧୦ ବର୍ଷ ମଧ୍ୟରେ ଏହି ପ୍ରଯୁକ୍ତିବିଦ୍ୟା ଦ୍ୱାରା ରୋଗୀମାନଙ୍କୁ ସ୍ପଷ୍ଟ ଦୃଷ୍ଟିଶକ୍ତି ପ୍ରଦାନ କରାଯାଇପାରିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?