କଂଗ୍ରେସର ବଡ଼ ଦାବି, ଏଠି ବଦଳିଯିବ ସରକାର !

ନୂଆଦିଲ୍ଲୀ, ୧୧।୬: ଲୋକସଭା ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି, ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ଏକନାଥ ଶିନ୍ଦେ ଗୋଷ୍ଠୀର ଶିବସେନା ଏବଂ ଅଜିତ୍‌ ପାୱାରଙ୍କ ଏନ୍‌ସିପିର ବିଧାୟକ ଦଳ ଛାଡ଼ିପାରନ୍ତି । ଏହାରି ମଧ୍ୟରେ କଂଗ୍ରେସ ଦଳ ନେତା ବିଜୟ ୱାଡେଟିୱାର୍  ଦାବି କରିଛନ୍ତି ଯେ ଶିନ୍ଦେ ଗୋଷ୍ଠୀ ଏବଂ ଅଜିତ୍‌ ପାୱାରଙ୍କ ଗୋଷ୍ଠୀର ୪୦ ଜଣ ବିଧାୟକ କଂଗ୍ରେସ ସହ ସମ୍ପର୍କରେ ରହିଛନ୍ତି । ଏହି ବିଧାୟକମାନେ ନିଜର ପୁରୁଣା ଦଳକୁ ଫେରିବାକୁ ଚାହୁଁଛନ୍ତି। ଲୋକସଭା ନିର୍ବାଚନ ଫଳ କହୁଛି ଯେ ଲୋକେ କେଉଁ ଦଳ ସମର୍ଥନରେ ଅଛନ୍ତି । ତେଣୁ ଲୋକଙ୍କ ସମର୍ଥନ ଦେଖି ବିଧାୟକମାନେ ମଧ୍ୟ ଦଳ ବଦଳାଇବାକୁ ଚାହୁଁଥିବା ସେ କହିଛନ୍ତି ।

ବିଧାନସଭାରେ ଏହି ନିର୍ବାଚନର ପ୍ରଭାବ ନିଶ୍ଚୟ ଦେଖିବାକୁ ମିଳିବ ବୋଲି କଂଗ୍ରେସର ଏହି ନେତା କହିଛନ୍ତି ଯେ, । ରାଜ୍ୟରେ ଶରଦ ପାୱାରଙ୍କ ଏନ୍‌ସିପି, ଉଦ୍ଧବଙ୍କ ଶିବସେନା ଏବଂ କଂଗ୍ରେସର ସରକାର ଗଠନ ହେବା ନେଇ ଆମର ଭରଷା ଅଛି। ବିଧାନସଭା ନିର୍ବାଚନରେ ରାଜ୍ୟରେ ପାଖାପାଖି ୧୫୦ ଆସନରେ ଆମେ ବିଜୟୀ ହେବୁ ବୋଲି ଲୋକସଭା ନିର୍ବାଚନର ଟ୍ରେଣ୍ଡ୍‌ କହୁଛି । ଅନ୍ୟଦଳମାନଙ୍କୁ ୧୩୦ ଆସନ ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀଙ୍କ ନିଆରା ଯୋଗାସନ, ନ ହସି ରହିପାରିବେନି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୧।୬: ଶୁକ୍ରବାର ଯେତେବେଳେ ସାରା ଦେଶରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଏ, ସେତେବେଳେ ମହାରାଷ୍ଟ୍ର ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଯୋଗ ଦିବସ...

ଇଡିର ଦାବି, କେଜରିଓ୍ବାଲ ୨ ପ୍ରକାର ଦୋଷୀ, ୧୦୦ କୋଟି ମାଗିଲେ, ଆଉ…

ନୂଆଦିଲ୍ଲୀ,୨୧।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମୁକ୍ତିକୁ ନେଇ ଏକ ଦ୍ୱନ୍ଦ୍ୱ ରହିଛି। କେଜରିୱାଲଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିବା ରାଉଜ ଆଭେନ୍ୟୁ କୋର୍ଟର ନିଷ୍ପତ୍ତିକୁ...

ଆସିବ ଭଲ ଦିନ, ପ୍ରତି ପରିବାରର ଜଣେ ସଦସ୍ୟଙ୍କୁ ମିଳିବ ଚାକିରି

ଲକ୍ଷ୍ନୌ,୨୧।୬: ଉତ୍ତରପ୍ରଦେଶରେ ପୁଣି ଥରେ ପରିବାର କାର୍ଡକୁ ନେଇ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ପରିବାର କାର୍ଡ ସମ୍ପର୍କରେ...

ପାକିସ୍ତାନକୁ ପୁଣି ମୁହଁତୋଡ ଜବାବ ଦେଲା ଭାରତ

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୧।୬: ଋଣ ଜାଲରେ ପଡ଼ି ଚାଇନା ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ପାକିସ୍ତାନ ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗକୁ କ୍ରମାଗତ ଭାବେ ଉଠାଉଛି। କିନ୍ତୁ ଭାରତୀୟ କର୍ତ୍ତୃପକ୍ଷ...

୫ ହଜାର ଟଙ୍କାରେ ମିଳୁଥିଲା ୟୁଜିସି ନେଟ୍‌ ପ୍ରଶ୍ନପତ୍ର

ନୂଆଦିଲ୍ଲୀ,୨୧।୦୬: ନିଟ୍‌ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ୟୁଜିସି ନେଟ୍‌ ପ୍ରଶ୍ନ ପତ୍ର ଲିକ୍‌ ହୋଇଛି । ଯାହାକୁ ନେଇ...

ସରକାରଙ୍କ ବଡ଼ ନିଷ୍ପତ୍ତି, ମହିଳାଙ୍କୁ ପ୍ରତି ମାସରେ ମିଳିବ ୧ ହଜାର ଟଙ୍କା

ରାଞ୍ଚି,୨୧।୦୬: ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଝାଡ଼ଖଣ୍ଡ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଝାଡ଼ଖଣ୍ଡର ମହିଳାମାନଙ୍କ ଆକାଉଣ୍ଟକୁ ପ୍ରତି ମାସରେ...

ଭାଜପାର ବଢିଲା ଟେନ୍‌ସନ୍‌: ମେଣ୍ଟରେ ଫାଟ!

ପୁଣେ,୨୧।୮: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଏନଡିଏ ନେତୃତ୍ୱାଧୀନ ମହାୟୁଟି ମିଳିତ ମେଣ୍ଟରେ କିଛି ଠିକ ମନେ ହେଉନାହିଁ। ଆସନ ବଣ୍ଟନ ସଂପର୍କରେ ଲଢେଇ ଆରମ୍ଭ...

ଫ୍ଲୋର ଟେଷ୍ଟ ପାଇଁ କାହିଁକି ପଛଘୁଞ୍ଚା ଦେଉଛି କଂଗ୍ରେସ?

ଚଣ୍ଡିଗଡ଼,୨୧।୬: ହରିୟାଣାରେ ଅଳ୍ପମତରେ ଭାଜପା ସରକାର ଚାଲିଛି। ସମଗ୍ର ପ୍ରସଙ୍ଗରେ ରାଜନୈତିକ ବିବାଦ ଜାରି ରହିଛି। କିନ୍ତୁ କଂଗ୍ରେସ ଦଳ ଫ୍ଲୋର ଟେଷ୍ଟର ଦାବିଠାରୁ ଦୂରେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri