Posted inଜାତୀୟ

ନିଲମ୍ବିତ ବିଧାୟକଙ୍କ ପ୍ରତିକ୍ରିୟା: ନୋ ବଲ୍‌ରେ ୱିକେଟ ଯାଇଛି ଏବେ ଦୁଇ ହାତରେ ବୋଲିଂ କରିବି

ମୁମ୍ବାଇ,୫ ।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ହୋଇଥିବା ହଟ୍ଟଗୋଳ ଏବେ ରାଜନୈତିକ ଉଷ୍ମତା ସୃଷ୍ଟି କଲାଣି । ଏହି ହଟ୍ଟଗୋଳରେ ସ୍ପିକର ବିଧାନସଭାର ୧୨ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି । ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ ଦିନ ହିଁ ଘଟିଛି ଏହି ଘଟଣା । ବିଧାନସଭା ସ୍ପିକର ଭାଷ୍କର ଯାଧବ କହିଛନ୍ତି ଗୃହକୁ ମୁଲତବି ରଖାଯାଇଥିବା ବେଳେ ବିରୋଧି ଦଳ ନେତା ମୋ କ୍ୟାବିନକୁ ଆସି ଦେବେନ୍ଦ୍ର ଫଡନବିଶ ଓ ବରିଷ୍ଠ ଭାଜପା ନେତା ଚନ୍ଦ୍ରକାନ୍ତ ପାଟିଲଙ୍କ ସାମ୍ନାରେ ମୋତେ ଅପମାନିତ କରିଥିଲେ । ଅନ୍ୟପଟେ ବିରୋଧି ଦଳ ନେତାମାନେ ମଧ୍ୟ ଅଭିଯୋଗ କରିଛନ୍ତି କି ସ୍ପିକର ସେମାନଙ୍କ ପ୍ରତି ଅଭଦ୍ର ବ୍ୟବହାର ଦେଖାଇଛନ୍ତି । ଏହାର ଯାଞ୍ଚ ମଧ୍ୟ ସେମାନେ ଦାବି କରିଛନ୍ତି । ତେବେ ନିଲମ୍ବିତ ହୋଇଥିବା ୧୨ ବିଧାୟକଙ୍କ ମଧ୍ୟରୁ ଆଶିଷ ଶୋଲାର ତାଙ୍କର ପ୍ରତିକିୟା ରଖିଛନ୍ତି । ସେ କହିଛନ୍ତି ଏହି ସରକାରଙ୍କ ସାମ୍ନାରେ ତାଲିବାନ ବି ଲାଜେଇ ଯିବ । ଅବଶ୍ୟ ବିରୋଧି ଦଳ ବିଧାୟକଙ୍କ ଦ୍ୱାରା ଗଣ୍ଡଗୋଳ ସୃଷ୍ଟି ହୋଇଛି । ହେଲେ ଏହାପରେ ଆମେ କ୍ଷମା ମାଗି ନେଇଛୁ । କିନ୍ତୁ ସ୍ପିକର ନୋ ବଲ୍‌ରେ ମୋର ୱିକେଟ ନେଇଛନ୍ତି । ମୁଁ ମୁମ୍ବଇ କ୍ରିକେଟ ଆସୋସିଏଶନର ଅଧ୍ୟକ୍ଷ ରହି ସାରିଛି । ତେଣୁ ଏବେ ମୁଁ ବିଧାନସଭା ବାହାରେ ଦୁଣ ହାତରେ ବୋଲିଂ କରିବି ବୋଲି କହିଛନ୍ତି ଅସନ୍ତୁଷ୍ଟ ବିଧାୟକ ଆଶିଷ ଶୋଲାର ।


Enter your email to get our daily news in your inbox.

All Right Reserved By Dharitri.Com

ସମଝୌତା ଏକ୍ସପ୍ରେସ୍‌କୁ ସୀମାରେ ଅଟକାଇଲା ପାକ୍‌

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୯।୮:ଭାରତ ଓ ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସ୍‌ ଟ୍ରେନ୍‌ ସେବାକୁ ଇସ୍‌ଲାମାବାଦ ବାତିଲ କରିଦେଇଥିବା ଏହାର ରେଳମନ୍ତ୍ରୀ ଶେଖ୍‌ ରଶିଦ୍‌ ଗୁରୁବାର ଘୋଷଣା...

ରାହୁଲ ପ୍ରଧାନମନ୍ତ୍ରୀ ହେବେ

ଚିତ୍ରଦୁର୍ଗ,୪ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିନେ ତାଙ୍କ ଜେଜେ ମା’ ଇନ୍ଦିରା ଗାନ୍ଧୀ ଓ ବାପା ରାଜୀବ ଗାନ୍ଧୀଙ୍କ ଭଳି ପ୍ରଧାନମନ୍ତ୍ରୀ ହେବେ ବୋଲି...

ରାହୁଲଙ୍କ ନାଗରିକତାଙ୍କୁ ନେଇ ନୋଟିସ୍‌ ଜାରି କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩୦।୪: ଭାଜପାର ବରଷ୍ଠ ନେତା ତଥା ରାଜ୍ୟ ସଭା ଏମ୍‌ପି ଡ. ସୁବ୍ରମଣ୍ୟମ୍‌ ସ୍ବାମୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ନେଇ ଅଭିଯୋଗ ଆଣିଥିଲେ।...

ଦିଲ୍ଲୀର ଏଲ୍‌ଏନ୍‌ଜେପି ହସ୍ପିଟାଲ ପରିଦର୍ଶନ କଲେ ଶାହା

ନୂଆଦିଲ୍ଲୀ,୧୫।୬: ଦିଲ୍ଲୀରେ ଲଗାତର ଭାବେ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧିପାଇବା ସହ ଦିନକୁ ଦିନ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇପଡ଼ିଛି। ଏହାକୁ ନେଇ ସୋମବାର ସ୍ବରାଷ୍ଟ୍ର...

ସିଂଘଓ୍ବି ରାମଦେବ ମୁହାଁମୁହିଁ

ନୂଆଦିଲ୍ଲୀ,୨୧।୬: ସାରା ବିଶ୍ୱରେ ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଭାରତର ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍‌ ନିୟମକୁ ନଜରରେ ରଖାଯାଇ ଯୋଗ ଦିବସ...

ରାଜନୈତିକ ସଂସ୍କାର ବିଲ୍‌କୁ ସଂସଦର ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୧୨: ରାଜନୈତିକ ସଂସ୍କାର ବିଲ୍‌କୁ ମଙ୍ଗଳବାର ସଂସଦର ମଞ୍ଜୁରୀ ମିଳିଛି। ଭୋଟର ତାଲିକା ତଥ୍ୟ ସହ ଆଧାର ଇକୋସିଷ୍ଟମ୍‌କୁ ଯୋଡ଼ିବା ସମ୍ପର୍କିତ ଏହି ବିଧେୟକ ସୋମବାର...

କଂଗ୍ରେସ ନେତାଙ୍କ ନାତୁଣୀଙ୍କୁ ବିବାହ କରିବେ କୁମାରସ୍ବାମୀଙ୍କ ପୁଅ

ବେଙ୍ଗାଲୁରୁ,୧୦।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ପୁଅ ନିଖିଲ କୁମାରସ୍ବାମୀ କଂଗ୍ରେସ ନେତା ଏମ୍‌. କ୍ରିଷ୍ଣାପ୍ପାଙ୍କ ନାତୁଣୀ ରେବତିଙ୍କୁ ବିବାହ କରିବେ ବୋଲି ଜଣାପଡିଛି।...

ପ୍ରୟାଗରାଜ ହିଂସା ମାମଲାରେ ଜେଲ ଗଲେ ୬୪ ଅଭିଯୁକ୍ତ, ମୁଖ୍ୟ ଅଭିଯୁକ୍ତଙ୍କ ଘର ଉପରେ ଚାଲିପାରେ ବୁଲଡୋଜର

ନୂଆଦିଲ୍ଲୀ,୧୨ ।୬: ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣି ଦେବା ମାମଲାରେ ଶୁକ୍ରବାରର ନମାଜ ପରେ ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ହିଂସା ବ୍ୟାପିଛି ।...

Advertisement
Archives

Model This Week