କେବଳ ଏହି କାରଣ ପାଇଁ ଇଣ୍ଡଷ୍ଟ୍ରିର କୌଣସି ହିରୋଙ୍କୁ ବିବାହ କରି ନ ଥିଲେ ମାଧୁରୀ, ଜୁହି

ବଲିଉଡରେ ଏକ ସମୟ ଥିଲା ଯେତେବେଳେ ଲୋକେ ମାଧୁରୀ ଦୀକ୍ଷିତ ଏବଂ ଜୁହି ଚାୱଲାଙ୍କ ପାଇଁ ପାଗଳ ଥିଲେ। ସେହି ସମୟରେ ଏହି ଦୁଇ ଅଭିନେତ୍ରୀ ମଧ୍ୟ ନିଜ ମଧ୍ୟରେ କଠୋର ପ୍ରତିଯୋଗିତା କରୁଥିଲେ। ଉଭୟ ମାଧୁରୀ ଏବଂ ଜୁହି ସେମାନଙ୍କ ସମୟର ଶ୍ରେଷ୍ଠ ହିରୋଇନ ଥିଲେ। ଦର୍ଶକଙ୍କୁ ସେମାନଙ୍କ ସୌନ୍ଦର୍ଯ୍ୟ ଓ ଅଭିନୟରେ ବାନ୍ଧି ରଖିଥିଲେ। ଆଜି ବି ସେମାନଙ୍କ ପାଇଁ ଲୋକଙ୍କ କ୍ରେଜ କମିନାହିଁ।

କେବଳ ଏତିକି ନୁହେଁ ଇଣ୍ଡଷ୍ଟ୍ରିର ଅନେକ ହିରୋ ଏ ଦୁହିଁଙ୍କ ପଛରେ ପଡ଼ିଥିଲେ। ମାତ୍ର ଏ ଦୁହେଁ କୌଣସି ହିରୋଙ୍କୁ ବିବାହ କରି ନ ଥିଲେ। ମାଧୁରୀ ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରିଥିବାବେଳେ ଜୁହି ବ୍ୟବସାୟୀ ଜୟ ମେହେଟ୍ଟାଙ୍କୁ ବିବାହ କରିଥିଲେ। କେବଳ ଏତିକି ନୁହେଁ, ସେ କାହିଁକି ହ୍ୟାଣ୍ଡସମ ହିରୋଙ୍କୁ ତାଙ୍କ ସ୍ବାମୀ ଭାବେ ବାଛି ନାହାନ୍ତି ଜାଣନ୍ତୁ।

ମାଧୁରୀ ଏବଂ ଜୁହି କରଣ ଜୋହରଙ୍କ ଚାଟ ଶୋ କଫି ଉଇଥ୍‌ କରଣଙ୍କ ସହ ୨୦୧୪ରେ ପହଞ୍ଚିଥିଲେ। ଏଠାରେ କରଣ ଜୋହର ମାଧୁରୀ ଏବଂ ଜୁହିଙ୍କୁ ଅନେକ ମଜାଦାର ପ୍ରଶ୍ନର ପଚାରିଥିଲେ। ଏହି ସମୟ ମଧ୍ୟରେ ଉଭୟ ଅଭିନେତ୍ରୀ ସେମାନଙ୍କର ବ୍ୟକ୍ତିଗତ ଜୀବନ ସହିତ ଜଡିତ ଅନେକ କଥା କହିଥିଲେ।
ତେବେ କରଣ ତାଙ୍କୁ ପଚାରିଥିଲେ, ‘ତୁମେ ଏତେ ବଡ ତାରକାଙ୍କ ସହ ଇଣ୍ଡଷ୍ଟ୍ରିରେ କାମ କରିଥିଲ, କିନ୍ତୁ କେଉଁ ତାରକାଙ୍କ ସହ ବିବାହ କାହିଁକି କଲ ନାହିଁ।

ଏହାର ଉତ୍ତରରେ ମାଧୁରୀ ପ୍ରଥମେ କହିଥିଲେ, ‘ମୁଁ ଶାହାରୁଖ ଖାନଙ୍କ ସହ ବହୁତ ଶୁଟିଂ କରିଥିଲି। ମୁଁ ମଧ୍ୟ ସଲମାନ ଖାନଙ୍କ ସହ କାମ କରିଥିଲି।ମୁଁ ଅମିରଙ୍କ ସହିତ କେବଳ ଦୁଇଟି ଚଳଚ୍ଚିତ୍ର କରିସାରିଛି ବୋଧହୁଏ ମୁଁ ଏହି ତାରକାମାନଙ୍କୁ ଏତେ ପସନ୍ଦ କରି ନ ଥିଲି ଏବଂ ବିବାହ କରିବାକୁ ଚିନ୍ତା କରି ନ ଥିଲି। ମୋ ସ୍ବାମୀ ମୋର ହିରୋ ’। ପରେ କରଣ କହିଥିଲେ, ‘ସେ ତୁମକୁ ଭେଟିବା ପରେ ହିଁ ହିରୋ ହୋଇସାରିଛନ୍ତି। କାରଣ ପୂର୍ବରୁ ତାଙ୍କୁ ସେହି ହିସାବରେ କେହି ଦେଖି ନଥିବେ’ ।

ତେବେ ଏହି ପ୍ରଶ୍ନର ଉତ୍ତର ଦେବାବେଳେ ଜୁହି କହିଥିଲେ, ‘ମୁଁ ଜୟଙ୍କୁ ବହୁତ ପସନ୍ଦ କରୁଥିଲି। ସେ ମୋର ମୋର ହୃଦୟ ଜିତି ନେଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri