ମଧ୍ୟାହ୍ନଭୋଜନ ଅର୍ଥ ହେରଫେର

ଖୋର୍ଦ୍ଧା ଅଫିସ,୧ା୮: ସରକାରୀ ଆଶ୍ରମ ସ୍କୁଲଗୁଡ଼ିକରେ ଗୁଣାତ୍ମକ ଶିକ୍ଷା, ସୁସ୍ଥ ପରିବେଶ, ଉତ୍ତମ ଖାଦ୍ୟପେୟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ମଧ୍ୟ କରିଛନ୍ତି। ତେବେ କେତେକ ସ୍କୁଲରେ ପିଲାଙ୍କ ସାମଗ୍ରୀ ବାଟମାରଣା ହେଉଛି। ଖୋର୍ଦ୍ଧା ଜିଲା ବାଣପୁର ବ୍ଲକର ତଳବୋରେଇ ସରକାରୀ ଆଶ୍ରମ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନା (ଏମ୍‌ଡିଏମ୍‌)ରେ ଜାଲିିଆତି ହୋଇଥିବା ତଥ୍ୟ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ସାମ୍ନାକୁ ଆସିଛି। ଜାଲ୍‌ ରସିଦରେ ବିଲ୍‌ କରାଯାଇ ଲକ୍ଷାଧିକ ଟଙ୍କାର ହେରଫେର କରାଯାଇଛି। ରାଶନ, ପରିବା ଏବଂ ଅଣ୍ଡା କିଣାରେ ହେରଫେର ହୋଇଛି। ଯେଉଁଠୁ ସାମଗ୍ରୀ କିଣାଯାଇ ବିଲ୍‌ ପଇଠ କରାଯାଇଛି, ସେଭଳି ଦୋକାନ ବାଣପୁରରେ ନ ଥିବା ଜଣାପଡିଛି। ସେହିପରି ଗୋଟିଏ ଦିନରେ ଗୋଟିଏ ଦୋକାନରୁ କିଣାଯାଇଥିବା ସାମଗ୍ରୀର ଭିନ୍ନ ଦର ରହିଛି। ଦୋକାନ ନାଁରେ ଫଲ୍ସ ରସିଦ ଛପାଯାଇଛି। ୪-୫ଟି ବିଲ୍‌ କରାଯାଇଥିବାବେଳେ ସେଗୁଡ଼ିକରେ ଉଲ୍ଲେଖ ତଥ୍ୟରେ ତାଳମେଳ ନାହିଁ। ୨୦୧୮, ୨୦୧୯ ଏବଂ ୨୦୨୦ରେ ଏଭଳି ଦୁର୍ନୀତି କରାଯାଇଥିବା ଅଭିଯୋଗ ହେଉଛି। ୨୦୧୫ରେ ଜିଏସ୍‌ଟି ଲାଗୁ ହେଲା। ତେବେ ୩ ବର୍ଷରେ ଦିଆଯାଇଥିବା ବିଲ୍‌ରେ ଭାଟ୍‌ ଲାଗୁ ହୋଇଛି। ସାମଗ୍ରୀ କିଣାରେ ହେରଫେର ହୋଇଥିବା ସ୍ପଷ୍ଟ ହେଉଛି। ଏନେଇ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି।
ବିଲ୍‌ ଉପରେ ନଜର ପକାଇଲେ, ସାମଗ୍ରୀ କିଣାରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ୨୦ରେ ରାଜ୍ୟ ସରକାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିଦେଇଥିଲେ। ଏହାର ସପ୍ତାହକ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୧୩ରେ ୬କୁଇଣ୍ଟାଲ ଆଳୁ, ୧୦୦ କେଜି ପିଆଜ, ୫୮ କେଜି ବାଇଗଣ, ୪ ହଜାର ଅଣ୍ଡା, ୧ କୁଇଣ୍ଟାଲ ତେଲ କିଣାଯାଇଥିବା ବିଲ୍‌ରେ ଦର୍ଶାଯାଇଛି। ତେବେ ସ୍କୁଲ ବନ୍ଦ ହେବା ପରେ ଏସବୁ ସାମଗ୍ରୀ କୁଆଡ଼େ ଗଲା ତାହାର ହିସାବ ନାହିଁ। ଏଭଳି ଭାବେ ଅନେକ ଫଲ୍ସ ବିଲ କରାଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଛି। କେବଳ ତେଜରାତି ସାମଗ୍ରୀ ନୁହେଁ, ଚାଉଳରେ ମଧ୍ୟ ହେରଫେର ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣି ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିଛନ୍ତି।
ତଥ୍ୟ ଅନୁଯାୟୀ, ବାଣପୁରର କନ୍ୟାକୁମାରୀ ଷ୍ଟୋର, ତାରିଣୀ ଭଣ୍ଡାର ଏବଂ ଜେନା ଏଗ୍‌ ସେଣ୍ଟରରୁ ଯଥାକ୍ରମେ ରାଶନ, ପରିବା ଓ ଅଣ୍ଡା କିଣାଯାଇଥିବା ବିଲ୍‌ରେ ଦର୍ଶାଯାଇଛି। ତେବେ ସମ୍ପୃକ୍ତ ତେଜରାତି ଦୋକାନୀ ଦିଲୀପ ସ୍ବାଇଁ କହିଛନ୍ତି, ସେହି ବିଲ୍‌ ଆମ ଦୋକାନର ନୁହଁ। ଆମେ ଭାଟ୍‌ ନୁହେଁ, ଜିଏସ୍‌ଟି ବିଲ୍‌ ଦେଉଛୁ। ସେମାନେ ଆମଠାରୁ ସାମଗ୍ରୀ ନେଇଛନ୍ତି, ମାତ୍ର ବିଲ୍‌ ନେଇନାହାନ୍ତି। ସେହିପରି ସମ୍ପୃକ୍ତ ପରିବା ଦୋକାନୀ କୃଷ୍ଣଚନ୍ଦ୍ର ସେଠୀ କହିଛନ୍ତି, ମୁଁ ବିଲ୍‌ ଦେଇନାହିଁ। ଆମ ଦୋକାନ ନାଁରେ ନକଲି ରସିଦ୍‌ ଛପାଯାଇଛି ବୋଲି କୃଷ୍ଣଚନ୍ଦ୍ର ଅଭିଯୋଗ ଆଣିଛନ୍ତି। ଅଣ୍ଡା ଦୋକାନୀ ସୁଦର୍ଶନ ଜେନା କହିଛନ୍ତି, ଆମ ଠାରୁ ଅଣ୍ଡା ନିଆଯାଏ ସତ, ମାତ୍ର ଦିଆଯାଇଥିବା ଦୋକାନ ନାଁ ମିଥ୍ୟା। ଏ ନେଇ କେତେଜଣ ଗ୍ରାମବାସୀ କହିଛନ୍ତି, କରୋନା ସମୟରେ ସ୍କୁଲ ବନ୍ଦ ଥିଲା। ଦୋକାନ ବଜାର ମଧ୍ୟ ଠିକ୍‌ ଭାବେ ଖୋଲୁ ନ ଥିଲା। ସ୍କୁଲ କର୍ତ୍ତୃପକ୍ଷ କୁଆଡ଼େ ଏତେ ସାମଗ୍ରୀ କିଣିଲେ, ଏହାର ତଦନ୍ତ ହେବା ଦରକାର। ଏଥିରେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଛି। ସୂଚନା ଅଧିକାରୀ କର୍ମୀ ସୁଶିଲ ଅଗ୍ରୱାଲ କହିଛନ୍ତି, ମଧ୍ୟାହ୍ନ ଭୋଜନ ସାମଗ୍ରୀ କିଣାରେ ଦୁର୍ନୀତି ହୋଇଥିବା ଦୃଷ୍ଟିକୁ ଆସିବା ପରେ ଆର୍‌ଟିଆଇ ବଳରେ ତଥ୍ୟ ମାଗିଥିଲି। ଦିଆଯାଇଥିବା ତଥ୍ୟ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା। ବଡ଼ବଡ଼ିଆଙ୍କୁ ହାତ କରି ସରକାରୀ ଅର୍ଥ ବାଟମାରଣା କରାଯାଇଛି। ତଦନ୍ତ କରାଗଲେ ବହୁ ଗୁମର ପଦାକୁ ଆସିବ। ଅନ୍ୟପକ୍ଷରେ ଏ ନେଇ ଆଶ୍ରମ ସ୍କୁଲ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ମତାମତ ମିଳିପାରିନାହିଁ। ତେବେ ବାଣପୁର ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲି କହିଛନ୍ତି, ଏହି ଘଟଣାର ତଦନ୍ତ କରାଯିବ। ସମସ୍ତ ବିଲ୍‌ ଯାଞ୍ଚ କରାଯିବ। ସତ୍ୟତା ପ୍ରମାଣିତ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ କହିଛନ୍ତି, ଗଣମାଧ୍ୟମରୁ ଏ ସମ୍ପର୍କରେ ଜାଣିବାକୁ ପାଇଛି। ଅଭିଯୋଗ ହେଲେ ତଦନ୍ତ କରାଯିବ। ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri