ମଧ୍ୟାହ୍ନଭୋଜନ ଅର୍ଥ ହେରଫେର

ଖୋର୍ଦ୍ଧା ଅଫିସ,୧ା୮: ସରକାରୀ ଆଶ୍ରମ ସ୍କୁଲଗୁଡ଼ିକରେ ଗୁଣାତ୍ମକ ଶିକ୍ଷା, ସୁସ୍ଥ ପରିବେଶ, ଉତ୍ତମ ଖାଦ୍ୟପେୟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ମଧ୍ୟ କରିଛନ୍ତି। ତେବେ କେତେକ ସ୍କୁଲରେ ପିଲାଙ୍କ ସାମଗ୍ରୀ ବାଟମାରଣା ହେଉଛି। ଖୋର୍ଦ୍ଧା ଜିଲା ବାଣପୁର ବ୍ଲକର ତଳବୋରେଇ ସରକାରୀ ଆଶ୍ରମ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନା (ଏମ୍‌ଡିଏମ୍‌)ରେ ଜାଲିିଆତି ହୋଇଥିବା ତଥ୍ୟ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ସାମ୍ନାକୁ ଆସିଛି। ଜାଲ୍‌ ରସିଦରେ ବିଲ୍‌ କରାଯାଇ ଲକ୍ଷାଧିକ ଟଙ୍କାର ହେରଫେର କରାଯାଇଛି। ରାଶନ, ପରିବା ଏବଂ ଅଣ୍ଡା କିଣାରେ ହେରଫେର ହୋଇଛି। ଯେଉଁଠୁ ସାମଗ୍ରୀ କିଣାଯାଇ ବିଲ୍‌ ପଇଠ କରାଯାଇଛି, ସେଭଳି ଦୋକାନ ବାଣପୁରରେ ନ ଥିବା ଜଣାପଡିଛି। ସେହିପରି ଗୋଟିଏ ଦିନରେ ଗୋଟିଏ ଦୋକାନରୁ କିଣାଯାଇଥିବା ସାମଗ୍ରୀର ଭିନ୍ନ ଦର ରହିଛି। ଦୋକାନ ନାଁରେ ଫଲ୍ସ ରସିଦ ଛପାଯାଇଛି। ୪-୫ଟି ବିଲ୍‌ କରାଯାଇଥିବାବେଳେ ସେଗୁଡ଼ିକରେ ଉଲ୍ଲେଖ ତଥ୍ୟରେ ତାଳମେଳ ନାହିଁ। ୨୦୧୮, ୨୦୧୯ ଏବଂ ୨୦୨୦ରେ ଏଭଳି ଦୁର୍ନୀତି କରାଯାଇଥିବା ଅଭିଯୋଗ ହେଉଛି। ୨୦୧୫ରେ ଜିଏସ୍‌ଟି ଲାଗୁ ହେଲା। ତେବେ ୩ ବର୍ଷରେ ଦିଆଯାଇଥିବା ବିଲ୍‌ରେ ଭାଟ୍‌ ଲାଗୁ ହୋଇଛି। ସାମଗ୍ରୀ କିଣାରେ ହେରଫେର ହୋଇଥିବା ସ୍ପଷ୍ଟ ହେଉଛି। ଏନେଇ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି।
ବିଲ୍‌ ଉପରେ ନଜର ପକାଇଲେ, ସାମଗ୍ରୀ କିଣାରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ୨୦ରେ ରାଜ୍ୟ ସରକାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିଦେଇଥିଲେ। ଏହାର ସପ୍ତାହକ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୧୩ରେ ୬କୁଇଣ୍ଟାଲ ଆଳୁ, ୧୦୦ କେଜି ପିଆଜ, ୫୮ କେଜି ବାଇଗଣ, ୪ ହଜାର ଅଣ୍ଡା, ୧ କୁଇଣ୍ଟାଲ ତେଲ କିଣାଯାଇଥିବା ବିଲ୍‌ରେ ଦର୍ଶାଯାଇଛି। ତେବେ ସ୍କୁଲ ବନ୍ଦ ହେବା ପରେ ଏସବୁ ସାମଗ୍ରୀ କୁଆଡ଼େ ଗଲା ତାହାର ହିସାବ ନାହିଁ। ଏଭଳି ଭାବେ ଅନେକ ଫଲ୍ସ ବିଲ କରାଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଛି। କେବଳ ତେଜରାତି ସାମଗ୍ରୀ ନୁହେଁ, ଚାଉଳରେ ମଧ୍ୟ ହେରଫେର ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣି ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିଛନ୍ତି।
ତଥ୍ୟ ଅନୁଯାୟୀ, ବାଣପୁରର କନ୍ୟାକୁମାରୀ ଷ୍ଟୋର, ତାରିଣୀ ଭଣ୍ଡାର ଏବଂ ଜେନା ଏଗ୍‌ ସେଣ୍ଟରରୁ ଯଥାକ୍ରମେ ରାଶନ, ପରିବା ଓ ଅଣ୍ଡା କିଣାଯାଇଥିବା ବିଲ୍‌ରେ ଦର୍ଶାଯାଇଛି। ତେବେ ସମ୍ପୃକ୍ତ ତେଜରାତି ଦୋକାନୀ ଦିଲୀପ ସ୍ବାଇଁ କହିଛନ୍ତି, ସେହି ବିଲ୍‌ ଆମ ଦୋକାନର ନୁହଁ। ଆମେ ଭାଟ୍‌ ନୁହେଁ, ଜିଏସ୍‌ଟି ବିଲ୍‌ ଦେଉଛୁ। ସେମାନେ ଆମଠାରୁ ସାମଗ୍ରୀ ନେଇଛନ୍ତି, ମାତ୍ର ବିଲ୍‌ ନେଇନାହାନ୍ତି। ସେହିପରି ସମ୍ପୃକ୍ତ ପରିବା ଦୋକାନୀ କୃଷ୍ଣଚନ୍ଦ୍ର ସେଠୀ କହିଛନ୍ତି, ମୁଁ ବିଲ୍‌ ଦେଇନାହିଁ। ଆମ ଦୋକାନ ନାଁରେ ନକଲି ରସିଦ୍‌ ଛପାଯାଇଛି ବୋଲି କୃଷ୍ଣଚନ୍ଦ୍ର ଅଭିଯୋଗ ଆଣିଛନ୍ତି। ଅଣ୍ଡା ଦୋକାନୀ ସୁଦର୍ଶନ ଜେନା କହିଛନ୍ତି, ଆମ ଠାରୁ ଅଣ୍ଡା ନିଆଯାଏ ସତ, ମାତ୍ର ଦିଆଯାଇଥିବା ଦୋକାନ ନାଁ ମିଥ୍ୟା। ଏ ନେଇ କେତେଜଣ ଗ୍ରାମବାସୀ କହିଛନ୍ତି, କରୋନା ସମୟରେ ସ୍କୁଲ ବନ୍ଦ ଥିଲା। ଦୋକାନ ବଜାର ମଧ୍ୟ ଠିକ୍‌ ଭାବେ ଖୋଲୁ ନ ଥିଲା। ସ୍କୁଲ କର୍ତ୍ତୃପକ୍ଷ କୁଆଡ଼େ ଏତେ ସାମଗ୍ରୀ କିଣିଲେ, ଏହାର ତଦନ୍ତ ହେବା ଦରକାର। ଏଥିରେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଛି। ସୂଚନା ଅଧିକାରୀ କର୍ମୀ ସୁଶିଲ ଅଗ୍ରୱାଲ କହିଛନ୍ତି, ମଧ୍ୟାହ୍ନ ଭୋଜନ ସାମଗ୍ରୀ କିଣାରେ ଦୁର୍ନୀତି ହୋଇଥିବା ଦୃଷ୍ଟିକୁ ଆସିବା ପରେ ଆର୍‌ଟିଆଇ ବଳରେ ତଥ୍ୟ ମାଗିଥିଲି। ଦିଆଯାଇଥିବା ତଥ୍ୟ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା। ବଡ଼ବଡ଼ିଆଙ୍କୁ ହାତ କରି ସରକାରୀ ଅର୍ଥ ବାଟମାରଣା କରାଯାଇଛି। ତଦନ୍ତ କରାଗଲେ ବହୁ ଗୁମର ପଦାକୁ ଆସିବ। ଅନ୍ୟପକ୍ଷରେ ଏ ନେଇ ଆଶ୍ରମ ସ୍କୁଲ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ମତାମତ ମିଳିପାରିନାହିଁ। ତେବେ ବାଣପୁର ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲି କହିଛନ୍ତି, ଏହି ଘଟଣାର ତଦନ୍ତ କରାଯିବ। ସମସ୍ତ ବିଲ୍‌ ଯାଞ୍ଚ କରାଯିବ। ସତ୍ୟତା ପ୍ରମାଣିତ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ କହିଛନ୍ତି, ଗଣମାଧ୍ୟମରୁ ଏ ସମ୍ପର୍କରେ ଜାଣିବାକୁ ପାଇଛି। ଅଭିଯୋଗ ହେଲେ ତଦନ୍ତ କରାଯିବ। ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?