Posted inଜାତୀୟ

ପୋଲିସ ଗୁଳିରେ ୩ ବର୍ଷ ମଧ୍ୟରେ ନିର୍ଦ୍ଦୋଷ ନାଗରିକଙ୍କ ମୃତ୍ୟୁ ଘଟିନି, ଉପରାଜ୍ୟପାଳଙ୍କ ସୂଚନା…

ଶ୍ରୀନଗର,୧।୮ : ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ଆତଙ୍କବାଦୀ ଇକୋ-ସିଷ୍ଟମକୁ ଅନେକାଂଶରେ ବିଲୋପ କରାଯାଇଛି। ଏ ସହିତ ସମଗ୍ର ଅଞ୍ଚଳରୁ ଆତଙ୍କବାଦକୁ ଦୂର କରିବା ପାଇଁ ଉଦ୍ୟମ ଚାଲିଛି। ସେ କହିଛନ୍ତି ଯେ ଆତଙ୍କବାଦ କେବଳ ସମାଜ ପାଇଁ ନୁହେଁ, ସଭ୍ୟତା ପାଇଁ ମଧ୍ୟ ବିପଦ। ଯେଉଁମାନେ ବିକାଶ ପଥରେ ବାଧା ଭଳି ଠିଆ ହୋଇଛନ୍ତି ସେମାନଙ୍କ ବିରୁଦ୍ଧରେ ଠିଆ ହେବା ଆମ ସମସ୍ତଙ୍କର ଦାୟିତ୍ୱ।

ସେ କହିଛନ୍ତି ଯେ ଜମ୍ମୁ-କଶ୍ମୀରର ଅନେକ ଅଞ୍ଚଳରୁ ଆତଙ୍କବାଦକୁ ହଟାଇବାରେ ପୋଲିସ ଏବଂ ସୁରକ୍ଷା ବାହିନୀ ସଫଳ ହୋଇଛନ୍ତିି। କିନ୍ତୁ ଏହାକୁ ମୂଳରୁ ବିଲୋପ କରିବା ଆବଶ୍ୟକ। ସମାଜରେ କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଭିତରୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ପୋଲିସକୁ ସେମାନଙ୍କ ଉପରେ ନଜର ରଖିବାକୁ ପଡ଼ିବ। ମନୋଜ ସିହ୍ନା କହିଛନ୍ତି ଯେ ପୋଲିସର ନୀତି ନିରୀହ ଲୋକଙ୍କୁ ହଇରାଣ କରିବା ନୁହେଁ, ବରଂ ଦୋଷୀମାନଙ୍କୁ ନ୍ୟାୟ ଦେବା।

ସେ କହିଛନ୍ତି ଯେ ଗତ ତିନିବର୍ଷ ମଧ୍ୟରେ ପୋଲିସର ଗୁଳିରେ କୌଣସି ନିରୀହ ନାଗରିକଙ୍କର ମୃତ୍ୟୁ ହୋଇ ନାହିଁ। ସେ କହିଛି ଯେ ଦେଶର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ନିଜର ଦକ୍ଷତା, ନିଷ୍ଠା, ଗତିଶୀଳତା ଏବଂ ସଂକଳ୍ପ ସହିତ ଜମ୍ମୁ-କଶ୍ମୀର ପୋଲିସ ସୁରକ୍ଷା କ୍ଷେତ୍ରରେ ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଛି। ନୂତନ ସମ୍ଭାବ୍ୟ ବିପଦକୁ ରୋକିବା ପାଇଁ ଆମକୁ ଅଧିକ ପ୍ରତିବଦ୍ଧତା ସହ କାର୍ଯ୍ୟ କରିବାକୁ ହେବ। ଖରାପ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ବିରୋଧୀମାନଙ୍କ ଦ୍ୱାରା ଏହିପରି ଅନେକ କାର୍ଯ୍ୟକଳାପ ଚାଲିଛି, ଯାହାକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀକୁ ଦୁଇଗୁଣା ଉଦ୍ୟମ କରିବାକୁ ପଡିବ।

ମନୋଜ ସିହ୍ନା ନାର୍କୋ-ଆତଙ୍କବାଦ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, ଏହା ଠିକ ସମୟରେ ନିୟନ୍ତ୍ରିତ ନହେଲେ ଏକ ପ୍ରମୁଖ ସୁରକ୍ଷା ତଥା ସାମାଜିକ ଆହ୍ବାନ ଭାବରେ ଉଭା ହେବ। ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ସେ ପୋଲିସକୁ ପ୍ରଶଂସା କରିଥିଲେ। ବିକାଶ କାର୍ଯ୍ୟ, ଆଇନ ଶୃଙ୍ଖଳା ରକ୍ଷା, ଡ୍ରଗ ସିଣ୍ଡିକେଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଆତଙ୍କବାଦୀ ବିରୋଧୀ କାର୍ଯ୍ୟରେ ଭଲ କାର୍ଯ୍ୟ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମନ୍ଦିରର ୧୪୦ କର୍ମଚାରୀଙ୍କୁ କରୋନା

ହାଇଦ୍ରାବାଦ,୧୭ା୭: ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ପରେ ମଧ୍ୟ କରୋନା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ...

ନୂଆବର୍ଷରେ ମହଙ୍ଗା ମାଡ଼, ଗ୍ୟାସ ସିଲିଣ୍ଡର ଦାମ ବଢ଼ିଲା…

ନୂଆଦିଲ୍ଲୀ,୧।୧ : ୨୦୨୩ ମସିହାରେ ନୂତନ ବର୍ଷ ପାଳନ କରୁଥିବା ଲୋକମାନେ ସକାଳୁ ମୁଦ୍ରାସ୍ଫୀତିର ଝଟକା ଲାଗିଛି। ବାସ୍ତବରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫...

୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା: ୩୩ ଅଭିଯୁକ୍ତଙ୍କୁ ଜାମିନ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୩।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ୧୯୮୪ରେ ଦିିଲ୍ଲୀରେ ଶିଖ୍‌ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୩୩ ଜଣଙ୍କୁ ସୁପ୍ରିମ୍‌ କୋର୍ଟ...

ସନାତନ ଧର୍ମ ମନ୍ତବ୍ୟ ମାମଲା: ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ

ନୂଆଦିଲ୍ଲୀ,୨୦।୯: ସନାତନ ଧର୍ମ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଅଡୁଆ ଥମିବାର ନାଁ ଧରୁନି। ଏବେ ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ...

ଅଳିଆ ଗଦାରେ କ୍ୟାଟ୍‌ଓ୍ବାର୍କ କଲେ ମଡେଲ…

ରାଞ୍ଚି,୩୧।୮: ଜମା ହୋଇ ରହିଥିବା ଗଦାଗଦା ଆବର୍ଜନା ସମ୍ପର୍କରେ ସଚେତନା ସୃଷ୍ଟି କରିବା ଲାଗି ଝାଡ଼ଖଣ୍ଡର ସୁପର ମଡେଲ ସୁରଭୀ ଏକ ନିଆରା ପଦକ୍ଷେପ ଗ୍ରହଣ...

ଶକ୍ତିଶାଳୀ ବିରୋଧୀଙ୍କୁ ଦୁର୍ବଳ କରିବା ପାଇଁ ଇଡି-ସିବିଆଇ ବ୍ୟବହାର କରୁଛନ୍ତି ସରକାର:ଖାର୍ଗେ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ସୋମବାରରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ଏବଂ ଏହା ପରେ...

ଦିଲ୍ଲୀରେ ପିଆଜ ଦର ଆକାଶଛୁଆଁ: କିଲୋ ପ୍ରତି ଦର୧୫୦ଟଙ୍କା

ନୂଆଦିଲ୍ଲୀ,୧୭।୧୨: ନିକଟରେ ଦେଶର ବିଭିନ୍ନ ଅଞ୍ଚଳରେ ହୋଇଥିବା ବର୍ଷା ଯୋଗୁ ପିଆଜ ଦର ପୁଣି ଆକାଶଛୁଆଁ ହୋଇଛି। କାରଣ ବର୍ଷା ଯୋଗୁ ମଣ୍ଡିରେ ପର୍ଯ୍ୟାପ୍ତ ପରିମାଣର...

ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ: ଲୋକ ସଭା ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ଦିଆଯିବ ପ୍ରସ୍ତାବ

ନୂଆଦିଲ୍ଲୀ, ୨୪।୫: ଶେଷ ହୋଇଛି ଲୋକ ସଭା ନିର୍ବାଚନ। ଫଳାଫଳ ବି ସ୍ପଷ୍ଟ ହୋଇଛି। ଏବେ ୧୬ଶ ଲୋକସଭା ଭଙ୍ଗ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ...

Advertisement
Archives

Model This Week