ସୂର୍ଯ୍ୟ-ବୁଧଙ୍କ ଶୁଭ ସଂଯୋଗ: ଜୁଲାଇ ୧୩ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ

ସୂର୍ଯ୍ୟ ଓ ବୁଧଙ୍କ ମିଳନରେ ଗଠିତ ହେଉଛି ଶୁଭ ‘ବୁଧାଦିତ୍ୟ ଯୋଗ’ (ସୂର୍ଯ୍ୟ ଓ ବୁଧଙ୍କ ଯୁତି)। ଆସନ୍ତା ଜୁଲାଇ ୧୩ ତାରିଖ ସକାଳ ୬ଟା ୫୩ ମିନିଟରେ ଏହି ଶୁଭ ସଂଯୋଗ ସୃଷ୍ଟି ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଯୁତିର ପ୍ରଭାବ କେତେକ ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ଓ ଶୁଭଦାୟକ ପ୍ରମାଣିତ ହେବ। ବିଶେଷ କରି ମିଥୁନ, ସିଂହ, କନ୍ୟା ଓ ତୁଳା ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ବ୍ୟବସାୟରେ ଲାଭ ସହ ସମାଜରେ ଏମାନଙ୍କର ମାନ-ସମ୍ମାନ ବୃଦ୍ଧି ପାଇବ।

ମିଥୁନ ରାଶି: ସୂର୍ଯ୍ୟ-ବୁଧଙ୍କ ଏହି ଯୁତି ମିଥୁନ ରାଶିର ଜାତକଙ୍କ ପାଇଁ ଶୁଭ ଫଳ ନେଇ ଆସିବ। ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଏହି ସମୟରେ ପିତାଙ୍କଠାରୁ ପୂର୍ଣ୍ଣ ସହଯୋଗ ମିଳିବାର ଯୋଗ ରହିଛି। ବ୍ୟବସାୟୀଙ୍କ ପାଇଁ ଏହି ସମୟ ଅନୁକୂଳ ରହିବା ସହ କ୍ୟାରିୟରରେ ଉନ୍ନତିର ନୂଆ ସୁଯୋଗ ମିଳିବ।

ସିଂହ ରାଶି: ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଶୁଭ ସଂଯୋଗ ବେଶ ଲାଭଦାୟକ ହେବ। କ୍ୟାରିୟର ଓ ବ୍ୟାପାର କ୍ଷେତ୍ରରେ ବଡ଼ ସଫଳତା ମିଳିପାରେ। ଆୟ ବୃଦ୍ଧି ହେବା ଯୋଗୁଁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଏହା ସହ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସହଜରେ ପୂରଣ ହେବ।

କନ୍ୟା ରାଶି: ଏହି ରାଶିର ଲୋକଙ୍କ ପାଇଁ ଭଲ ସମୟ ଆରମ୍ଭ ହେବାକୁ ଯାଉଛି। ଚାକିରି ଏବଂ ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ କରି ଚମତ୍କାର ଆର୍ଥିକ ଫାଇଦା ପାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମକୁ ପ୍ରଶଂସା କରାଯିବ।

ତୁଳା ରାଶି: ତୁଳା ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ସୂର୍ଯ୍ୟ ଓ ବୁଧଙ୍କ ପ୍ରଭାବରୁ ଆକସ୍ମିକ ଧନଲାଭର ଯୋଗ ବନୁଛି, ଯାହା ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?