ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସହ…

ଧାମନଗର,୮ା୭(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନରେ ଖୋଲାଖୋଲି ଚାଲୁଛି ବେଆଇନ କରତକଳ। ଏହି ବେଆଇନ କରତକଳଗୁଡିକୁ ଧରିବା ପାଇଁ କାର୍ଯ୍ୟରତ ରେଞ୍ଜର ବବୁଲ ମଲିକ ତୀକ୍ଷ୍ଣ ଦୃଷ୍ଟି ଦେଇଛନ୍ତି। ଭଦ୍ରକ ଡିଏଫ୍‌ଓ ଅରୁଣ କୁମାର ବିଶ୍ୱାଳଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ବନ ସଂରକ୍ଷକ ସୁମିତ୍‌ କୁମାର ମହାନ୍ତିଙ୍କ ନେତୃତ୍ୱରେ ଧାମନଗର ବନାଞ୍ଚଳ ଅଧିକାରୀ ବବୁଲ ମଲିକ, ଧାମନଗର ପୋଲିସ ସହାୟତାରେ ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ ଧାମନଗରସ୍ଥିତ ମୁଳନାସାହିଠାରେ ବେଆଇନ ଭାବେ ଚାଲିଥିବା କରତକଳ ଉପରେ ବୁଧବାର ସକାଳୁ ଚଢ଼ାଉ କରିଛି। ଚଢାଉ ସମୟରେ ବନ ବିଭାଗ ବେଆଇନ କରତ କଳରୁ ପୁଣ୍ଟିଆ, ଜାମୁ, ଶିରିଶ, ବବୁରି, ଚାକୁଣ୍ଡା କାଠ ସମେତ ବିଭିନ୍ନ ଯନ୍ତ୍ରାଂଶ ଜବତ କରିଛି।

ଏହି ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଧାମନଗର ଫରେଷ୍ଟର ବସନ୍ତ କୁମାର ମାଝୀ, ମଧୁସ୍ମିତା ମହାନ୍ତି, ସୂର୍ଯ୍ୟକାନ୍ତ ପଣ୍ଡା, କୃଷ୍ଣଚନ୍ଦ୍ର ବାସ୍କେ ଓ ଫରେଷ୍ଟ ଗାର୍ଡ ପୀତବାସ ଶଙ୍ଖୁଆ, ସୁହାସିନୀ ସ୍ବାଇଁ, ଲିପିକା ଦାସଙ୍କ ସମେତ ଅନ୍ୟାନ୍ୟ ସ୍କ୍ବାଡ୍‌ ସାମିଲ ଥିଲେ। ଜବତ କାଠ ଓ ଯନ୍ତ୍ରାଂଶର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। ଚଢ଼ାଉ ସମୟରେ କରତ କଳ ମାଲିକ ଫେରାର ହୋଇଯାଇଥିବା ଜଣାଯାଇଛି। ତେବେ ବେଆଇନ ଭାବେ ବିଭିନ୍ନ ସ୍ଥାନରେ ଚାଲୁଥିବା କରତ କଳଗୁଡିକୁ ସ୍କାନରରେ ରଖାଯାଇଛି। ପର୍ଯ୍ୟାୟ କ୍ରମେ ଏହି ଚଢ଼ାଉକୁ ଜୋରଦାର କରାଯିବ ବୋଲି ରେଞ୍ଜର ବବୁଲ ମଲିକ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବାକୁ ଯିବା ହେଲା କାଳ: ବୁଡିଗଲା ବୋଟ୍‌: ଚାଲିଗଲା ୨୪ ଜୀବନ

ଅବୁଜା,୨୨ା୧୧: ଏକ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ଲୋକଙ୍କୁ ନେଇ ଯାଉଥିବା ଏକ ବୋଟ୍‌ ପୂର୍ବ ନାଇଜେରିଆରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିଛି।…

ପାକିସ୍ତାନ ବିପକ୍ଷରେ ଏକାକୀ ଲଢ଼ିଲେ ଅଭିଷେକ ଶର୍ମା! ୪୨ ବଲ୍‌ରେ ୭୦ ରନ୍‌ର ବିସ୍ଫୋରକ ଇନିଂସ୍

ନୂଆଦିଲ୍ଲୀ,୨୨।୧୧ : ପାକିସ୍ତାନ ବିପକ୍ଷରେ ଭାରତୀୟ ବ୍ୟାଟର୍‌ମାନେ ବିଫଳ ହେଉଥିବା ବେଳେ ଏକାକୀ ଲଢ଼ିଛନ୍ତି ଅଭିଷେକ ଶର୍ମା। ରବିବାର ରାଇଜିଂ ଷ୍ଟାର୍ସ ଏସିଆ କପ୍‌ରେ ଇଣ୍ଡିଆ-ଏ ଓ…

ସ୍କୁଟିରେ ଘରକୁ ଫେରୁଥିଲେ ଦମ୍ପତ୍ତି: ଗାଡିରୁ ଖସି ପଡିଲେ ସ୍ତ୍ରୀ, ଚଢ଼ିଗଲା ଟ୍ରକ୍‌…

ଗଞ୍ଜାମ,୨୨।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଦାମୋଦରପୁର ସ୍ଥିତ ଋଷିକୂଲ୍ୟା ବ୍ରିଜ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ…

ଝିଅକୁ ସରକାରୀ ଡାକ୍ତରଖାନାରେ ପୋଲିଓ ବୁନ୍ଦା ଖୁଆଇଲେ ଜିଲାପାଳ

ଛତ୍ରପୁର,୨୨ା୧୧(ଦିଲୀପ ସାମଲ): ଜୀବନ ପାଇଁ ଦୁଇ ବୁନ୍ଦା, ଜନ୍ମରୁ ୫ବର୍ଷର ଶିଶୁଙ୍କୁ ଅତ୍ୟନ୍ତ ଜରୁରୀ ପୋଲିଓ ଦୁଇ ବୁନ୍ଦା। ପୋଲିଓ ମୁକ୍ତ ଭାରତ ଲକ୍ଷ୍ୟରେ ଚାଲିଥିବା ପୋଲିଓ…

ଭାରତ ଆସି ବଡ଼ ବୟାନ ଦେଲେ ପାକିସ୍ତାନ ମନ୍ତ୍ରୀ, ଆତଙ୍କବାଦ ମୁକାବିଲା ପାଇଁ ରଖିଲେ ବଡ଼ ପ୍ରସ୍ତାବ

ନୂଆଦିଲ୍ଲୀ,୨୨।୧୧: ଆତଙ୍କବାଦ ପ୍ରସଙ୍ଗରେ ଯେକୌଣସି ଆଲୋଚନା ଠୋସ୍‌ ପ୍ରମାଣ ଆଧାରରେ ହେବା ଉଚିତ । ଏଥିପାଇଁ ଏକ ସାଧାରଣ ମଞ୍ଚ ଗଠନ କରାଯାଇ ସମସ୍ତ ଦେଶ ପରସ୍ପର…

କ୍ୟାଚ୍ ଧରିବା ପଡ଼ିଲା ମହଙ୍ଗା, ଷ୍ଟାର ଖେଳାଳିଙ୍କ ଭାଙ୍ଗିଗଲା ହାତ

ନୂଆଦିଲ୍ଲୀ,୨୨।୧୧: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଇଂଲଣ୍ଡ କ୍ରିକେଟ୍ ଦଳକୁ ବଡ଼ ଝଟକା ଲାଗିଛି । ଦଳର ଉପଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ୱିଲ୍ ଜ୍ୟାକ୍ସ ଡାହାଣ ହାତର…

୭ ଦଫା ଦାବିରେ ଅଙ୍ଗନଓ୍ବାଡିକର୍ମୀଙ୍କ ଆନ୍ଦୋଳନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ….

ଗୁଡାରି,୨୨।୧୧(ପ୍ରମୋଦ କୁମାର ପତି): ସୋମବାର ଠାରୁ ଗୁଡାରି ବ୍ଲକର ସମସ୍ତ ୧୩୩ ଗୋଟି ଅଙ୍ଗନଓ୍ବାଡି କେନ୍ଦ୍ର ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିବ ବୋଲି ସୂଚନା ମିଳିଛି…

ସୋମବାର ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, କ୍ଷତିଗ୍ରସ୍ତ ଅଞ୍ଚଳର କରିବେ ସମୀକ୍ଷା

ଛତ୍ରପୁର,୨୨।୧୧(ଦିଲୀପ ସାମଲ): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ସ୍ଥିତି ପରଖିବା ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?