ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ ଶେଷ ତାରିଖ ଥିବାବେଳେ, ଏବେ ଏହାକୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
e-KYC ପ୍ରକ୍ରିୟା ସମୟରେ ଆପ୍ରେ ଟେକ୍ନିକାଲ୍ ସମସ୍ୟା ଏବଂ ଗ୍ୟାସ୍ ଏଜେନ୍ସିଗୁଡ଼ିକରେ ଲମ୍ବା ଲାଇନ୍ ଲାଗୁଥିବାରୁ ଏହି ସମୟସୀମା ବଢ଼ାଯାଇଛି । ଡିଜିଟାଲ୍ ପ୍ରକ୍ରିୟା ଯୋଗୁଁ ସର୍ଭର ସ୍ଲୋ ହେବା ସହ ମୋବାଇଲ୍ ଆପ୍ ମଧ୍ୟ ଠିକ୍ ଭାବେ କାମ କରୁନଥିଲା।ଗ୍ୟାସ୍ର କଳାବଜାରୀ ଓ ଅନିୟମିତତା ରୋକିବା ପାଇଁ ତେଲ କମ୍ପାନୀଗୁଡ଼ିକ ଗ୍ରାହକଙ୍କ ତଥ୍ୟ ଅପଡେଟ୍ କରୁଛନ୍ତି । e-KYC ସମୟରେ ଗ୍ରାହକମାନେ ନିଜର ନୂଆ ମୋବାଇଲ୍ ନମ୍ବର ମଧ୍ୟ ଅପଡେଟ୍ କରିପାରିବେ । ଏହାଦ୍ୱାରା ପରବର୍ତ୍ତୀ ସମୟରେ ଗ୍ୟାସ୍ ବୁକିଂରେ ସମସ୍ୟା ହେବ ନାହିଁ ।
ଏବେ LPG ସିଲିଣ୍ଡର ଡେଲିଭରି OTP ଆଧାରିତ ହୋଇଛି। ଏହାସହ ନୂଆ ନିୟମ ଅନୁଯାୟୀ, ସହରାଞ୍ଚଳରେ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପରେ ହିଁ ପରବର୍ତ୍ତୀ ସିଲିଣ୍ଡର ବୁକିଂ କରିହେବ ।

