Posted inଜାତୀୟ

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped Natural Gas) ପାଇପଲାଇନ୍ ନେଟୱର୍କ ଉପଲବ୍ଧ ଅଛି, ସେଠାରେ ଘରୋଇ ଉପଭୋକ୍ତାଙ୍କୁ LPG ସିଲିଣ୍ଡର ବଦଳରେ ପାଇପ୍ ଯୋଗେ ଗ୍ୟାସ ବ୍ୟବହାର ଦିଗରେ ନେବାକୁ ଯୋଜନା କରାଯାଉଛି ।

ଏଥିପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଜିଲାସ୍ତରରେ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ଖବର ପ୍ରକାଶ ପାଇଛି । ଗ୍ୟାସ ବିତରଣ କମ୍ପାନୀ ଓ ତୈଳ କମ୍ପାନୀଗୁଡ଼ିକ ମଧ୍ୟରେ ସମନ୍ୱୟ ବଢ଼ାଇ ଅଧିକରୁ ଅଧିକ ଘରକୁ PNG ସଂଯୋଗ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, ଯେଉଁ ଅଞ୍ଚଳରେ PNG ନେଟୱର୍କ ଉପଲବ୍ଧ ଅଛି, ସେଠାରେ ଉପଭୋକ୍ତାଙ୍କ ପାଖରେ ଏକାସାଙ୍ଗେ LPG ସିଲିଣ୍ଡର ଓ PNG ସଂଯୋଗ ରହିବା ଉପରେ ନିୟନ୍ତ୍ରଣ ଆସିପାରେ । ଯଦି କୌଣସି ଅଞ୍ଚଳରେ PNG ପାଇପଲାଇନ୍ ଉପଲବ୍ଧ ଥିବା ସତ୍ତ୍ୱେ ଉପଭୋକ୍ତାଙ୍କୁ ନୋଟିସ୍ ଦେବା ପରେ ମଧ୍ୟ ସେ PNG ସଂଯୋଗ ପାଇଁ ଆବେଦନ ନକରନ୍ତି, ତେବେ ତାଙ୍କ LPG ସିଲିଣ୍ଡର ଯୋଗାଣ ବନ୍ଦ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି । ତେବେ ଏହି ବ୍ୟବସ୍ଥା କେବଳ PNG ପାଇପଲାଇନ୍ ବାସ୍ତବରେ ଉପଲବ୍ଧ ଥିବା ଅଞ୍ଚଳ ପାଇଁ ଲାଗୁ ହେବ।

PNG ସଂଯୋଗ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତ୍ୟେକ ଜିଲାରେ ‘PNG କୋଅର୍ଡିନେସନ କମିଟି’ (PCC) ଗଠନ କରାଯିବାର ବ୍ୟବସ୍ଥା ରହିଛି । ଏହି କମିଟି ହାଉସିଂ ସୋସାଇଟି, ମହଲ୍ଲା ଓ ଅନ୍ୟାନ୍ୟ ଅଞ୍ଚଳ ଚିହ୍ନଟ କରିବା ସହ ଲୋକଙ୍କୁ PNG ସଂଯୋଗ ସମ୍ପର୍କରେ ସଚେତନ କରିବ ।ଏଥିସହ ନୂଆ PNG କନେକ୍ସନ୍ ନେବା ପ୍ରକ୍ରିୟାକୁ ସହଜ ଓ ଦ୍ରୁତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ସରକାରଙ୍କ ଯୁକ୍ତି ଅନୁଯାୟୀ, PNG ଘରୋଇ ରୋଷେଇ ପାଇଁ ସୁବିଧାଜନକ ଏବଂ LPG ସିଲିଣ୍ଡର ତୁଳନାରେ ଅନେକ କ୍ଷେତ୍ରରେ ଅଧିକ ସୁରକ୍ଷିତ ଓ ଖର୍ଚ୍ଚସାଧ୍ୟ ହୋଇପାରେ । ଏହାଛଡ଼ା LPG ଚାହିଦାର ଏକ ଅଂଶ ଆମଦାନୀ ଉପରେ ନିର୍ଭରଶୀଳ ଥିବାରୁ ଆନ୍ତର୍ଜାତିକ ସଙ୍କଟ କିମ୍ବା ସମୁଦ୍ରପଥରେ ବାଧା ସୃଷ୍ଟି ହେଲେ ଯୋଗାଣ ପ୍ରଭାବିତ ହୋଇପାରେ।

ଅନ୍ୟପକ୍ଷରେ, ଘରୋଇ PNG ଯୋଗାଣରେ ଦେଶରେ ଉତ୍ପାଦିତ ପ୍ରାକୃତିକ ଗ୍ୟାସକୁ ପ୍ରାଥମିକତା ଦିଆଯାଏ । ଏହା ଦ୍ୱାରା ବିଶ୍ୱସ୍ତରୀୟ ଯୋଗାଣ ବ୍ୟାଘାତର ପ୍ରଭାବ କମାଇବା ସହ ଗ୍ୟାସ ଯୋଗାଣ ବ୍ୟବସ୍ଥାକୁ ଅଧିକ ସ୍ଥିର କରିବା ଲକ୍ଷ୍ୟ ରହିଛି । ସହରାଞ୍ଚଳରେ ନିର୍ମାଣ ହୋଇସାରିଥିବା ଗ୍ୟାସ ପାଇପଲାଇନ୍ ଭିତ୍ତିଭୂମିର ସର୍ବାଧିକ ବ୍ୟବହାର କରିବା, LPG ସିଲିଣ୍ଡର ପରିବହନ ଓ ବିତରଣ ସହ ଜଡ଼ିତ ଲଜିଷ୍ଟିକ୍ସ ଖର୍ଚ୍ଚ କମାଇବା ଏବଂ ଅଧିକ ଘରକୁ ପାଇପ୍ ଯୋଗେ ଗ୍ୟାସ ପହଞ୍ଚାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?