ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨।୮: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ତେବେ ବୁଧବାରଠାରୁ ସୋମବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ବୁଧବାର ଅନୁଗୋଳ, କେନ୍ଦୁଝର ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ, ମୟୁରଭଞ୍ଜ, ପୁରୀ ଏବଂ ଖୋର୍ଦ୍ଧା ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେହିପରି ରାଜ୍ୟର ସମସ୍ତ ପ୍ରାୟ ଜିଲାକୁ ଝଡ଼ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ବଡ଼ ଚମତ୍କାର! ଏହି ୩ ରାଶିଙ୍କୁ ମିଳିବ ଧନ ଓ କ୍ୟାରିୟରରେ ଜବରଦସ୍ତ ଲାଭ

ମଙ୍ଗଳ ଗ୍ରହ ୨୪ ଜୁଲାଇରେ ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିଥିଲେ। ବର୍ତ୍ତମାନ ଆଜି ୧୨ ଅଗଷ୍ଟ ବୁଧବାର ରାତ୍ରୀ ୧୦ଟା ୪୨ ମିନିଟରେ ମଙ୍ଗଳ ଗ୍ରହ ଆର୍ଦ୍ରା…

ନାବାଳିକାକୁ ଅପହରଣ କରି ଯାଜପୁରରେ ବଳାତ୍କାର, ପରେ…

ଭୁବନେଶ୍ୱର, ୧୨।୮: ଭୁବନେଶ୍ୱରର ଇନଫୋସିଟି ଥାନା ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ କରି ଯାଜପୁର ନେଇଯିବା ଏବଂ ସେଠାରେ ତାଙ୍କ ବଳାତ୍କାର ରାଯାଇଥିବା ନେଇ ଅଭିଯୋଗ ହୋଇଛି।…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri