ଲୋ ବଜେଟ ଓ୍ବାଲ୍‌ ଡେକୋରେଶନ୍‌

ଯଦି ଘର ସଜାଇବା ପସନ୍ଦ, ହେଲେ ଏଥିପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ନ ଚାହାନ୍ତି ତେବେ ଆପଣ ଚାହିଁଲେ ଅଳ୍ପ ଖର୍ଚ୍ଚରେ କେତେକ ସାମଗ୍ରୀ ବ୍ୟବହାର କରି ଏକ କଳାତ୍ମକ ରୂପରେ ଓ୍ବାଲ୍‌ ଡେକୋରେଶନ୍‌ କରିପାରିବେ। ଜାଣି ରଖନ୍ତୁ ଟିପ୍ସ…

ଘର ସଜାଇବା ଲାଗି ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ୍‌ ବିଶେଷ କରି ପେଣ୍ଟିଂ ଏକ ବେଷ୍ଟ ଅପ୍ସନ। ଯଦି ଆପଣ ବି ଏହାକୁ ଲଗାଇବାକୁ ଚାହୁଁଛନ୍ତି ତେବେ କେବଳ ଯେ କୌଣସି ଦାମୀ ପେଣ୍ଟିଂ କିଣିବେ ତା’ ନୁହେଁ, ବରଂ ଘରେ ଥିବା ପୁରୁଣା ଫଟୋ ଫ୍ରେମ୍‌ରେ କୌଣସି ସୁନ୍ଦର ପ୍ରିଣ୍ଟେଡ୍‌ ଓ୍ବାଲ୍‌ପେପର୍‌, କ୍ୟାଲେଣ୍ଡର ଆଦି କାଟି ପୁନର୍ବାର ବ୍ୟବହାର କରିପାରିବେ। ନିଜେ ମଧ୍ୟ ପେଣ୍ଟିଂ କିମ୍ବା ପ୍ୟାଚ୍‌ ଓ୍ବାର୍କ କରି କାନ୍ଥରେ ଲଗାଇ ପାରିବେ। ବିଶେଷ କରି ଲିଭିଂ ଏବଂ ଷ୍ଟଡି ରୁମ୍‌ ଓ୍ବାଲ୍‌ ଡେକୋରେଶନ୍‌ ଲାଗି ଏସବୁ ବେଶି ସୁନ୍ଦର ଲାଗିଥାଏ।
ସାମାନ୍ୟ ବୁଦ୍ଧି ପ୍ରୟୋଗ କରି ଆପଣ ବ୍ୟବହାର ନ ହେଉଥିବା କୌଣସି ସୁନ୍ଦର କପଡ଼ାକୁ ମଧ୍ୟ ଓ୍ବାଲ୍‌ ଡେକୋରେଶନ୍‌ ଲାଗି ବ୍ୟବହାର କରିପାରିବେ। କପଡ଼ାର ବେସ୍‌ ରଙ୍ଗ କାନ୍ଥ ରଙ୍ଗ ସହିତ ମ୍ୟାଚ୍‌ କରୁଥିଲେ ଡିଜାଇନ ଅଧିକ ସୁନ୍ଦର ଏବଂ କଣ୍ଟ୍ରାଷ୍ଟ ଲାଗିବ। ଏହାଦ୍ୱାରା କମ୍‌ ଖର୍ଚ୍ଚରେ ଆପଣଙ୍କ ଘର ଖୁବ୍‌ ସୁନ୍ଦର ଲାଗିପାରିବ।
ଆପଣଙ୍କର ଆର୍ଟ କିମ୍ବା କ୍ରାଫ୍ଟ ଓ୍ବାର୍କ ଉପରେ ଜ୍ଞାନ ଥିଲେ କମ୍‌ ବଜେଟରେ ଘର ସଜାଇବା ଖୁବ୍‌ ସହଜ ହେବ। ଆପଣ ଥର୍ମୋକୁଲ୍‌ କିମ୍ବା ଆଇସ୍‌କ୍ରିମ୍‌ ଷ୍ଟିକ୍‌ରେ ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ ଫ୍ଲାଓ୍ବାର ଭେସ୍‌ ପ୍ରସ୍ତୁତ କରି ସେଥିରେ ସୁନ୍ଦର ରଙ୍ଗର ଫୁଲ ରଖି ପାରିବେ। ଏହା ମଧ୍ୟ ଆପଣଙ୍କ ଘରର କାନ୍ଥକୁ ଅଧିକ ସୁନ୍ଦର କରିବ।
ନିଜର ପୁରୁଣା କୌଣସି ସୁନ୍ଦର ଶାଢ଼ି କିମ୍ବା ଏମ୍ବ୍ରଏଡୋରି, ବୁଣା ହୋଇଥିବା କପଡ଼ାକୁ ବଡ଼ ଓ ଲମ୍ବା କାର୍ଡବୋର୍ଡ ଉପରେ ଲଗାଇ କାନ୍ଥରେ ଟଙ୍ଗାଇ ପାରିବେ। ବିଶେଷ କରି ଡ୍ରଇଂ ରୁମ୍‌, ବଡ଼ ହଲ୍‌ କିମ୍ବା ବାରଣ୍ଡାରେ ଏହାକୁ ଲଗାଇଲେ ରୟାଲ୍‌ ଲୁକ୍‌ ମିଳିଥାଏ।
ବର୍ତ୍ତମାନ ଓ୍ବାଲ୍‌ ଡେକୋରେଶନ୍‌ ଲାଗି ଅନେକେ ଟାଇଲ୍‌ ବ୍ୟବହାର କରୁଛନ୍ତି। ହେଲେ ଏଥିପାଇଁ ଅଧିକ ଖର୍ଚ୍ଚ ହୋଇଥାଏ। ତେଣୁ ଯଦି ଆପଣ ଏଥିପାଇଁ ଇଚ୍ଛୁକ ତେବେ ଏହା ବଦଳରେ କମ୍‌ ବଜେଟରେ ଓ୍ବାଲ୍‌ ପେପର ଲଗାଇ ଘର ଇଣ୍ଟେରିଅର୍‌ ଲୁକ୍‌ ସୁନ୍ଦର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri