ଲୋ ବଜେଟ ଓ୍ବାଲ୍‌ ଡେକୋରେଶନ୍‌

ଯଦି ଘର ସଜାଇବା ପସନ୍ଦ, ହେଲେ ଏଥିପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ନ ଚାହାନ୍ତି ତେବେ ଆପଣ ଚାହିଁଲେ ଅଳ୍ପ ଖର୍ଚ୍ଚରେ କେତେକ ସାମଗ୍ରୀ ବ୍ୟବହାର କରି ଏକ କଳାତ୍ମକ ରୂପରେ ଓ୍ବାଲ୍‌ ଡେକୋରେଶନ୍‌ କରିପାରିବେ। ଜାଣି ରଖନ୍ତୁ ଟିପ୍ସ…

ଘର ସଜାଇବା ଲାଗି ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ୍‌ ବିଶେଷ କରି ପେଣ୍ଟିଂ ଏକ ବେଷ୍ଟ ଅପ୍ସନ। ଯଦି ଆପଣ ବି ଏହାକୁ ଲଗାଇବାକୁ ଚାହୁଁଛନ୍ତି ତେବେ କେବଳ ଯେ କୌଣସି ଦାମୀ ପେଣ୍ଟିଂ କିଣିବେ ତା’ ନୁହେଁ, ବରଂ ଘରେ ଥିବା ପୁରୁଣା ଫଟୋ ଫ୍ରେମ୍‌ରେ କୌଣସି ସୁନ୍ଦର ପ୍ରିଣ୍ଟେଡ୍‌ ଓ୍ବାଲ୍‌ପେପର୍‌, କ୍ୟାଲେଣ୍ଡର ଆଦି କାଟି ପୁନର୍ବାର ବ୍ୟବହାର କରିପାରିବେ। ନିଜେ ମଧ୍ୟ ପେଣ୍ଟିଂ କିମ୍ବା ପ୍ୟାଚ୍‌ ଓ୍ବାର୍କ କରି କାନ୍ଥରେ ଲଗାଇ ପାରିବେ। ବିଶେଷ କରି ଲିଭିଂ ଏବଂ ଷ୍ଟଡି ରୁମ୍‌ ଓ୍ବାଲ୍‌ ଡେକୋରେଶନ୍‌ ଲାଗି ଏସବୁ ବେଶି ସୁନ୍ଦର ଲାଗିଥାଏ।
ସାମାନ୍ୟ ବୁଦ୍ଧି ପ୍ରୟୋଗ କରି ଆପଣ ବ୍ୟବହାର ନ ହେଉଥିବା କୌଣସି ସୁନ୍ଦର କପଡ଼ାକୁ ମଧ୍ୟ ଓ୍ବାଲ୍‌ ଡେକୋରେଶନ୍‌ ଲାଗି ବ୍ୟବହାର କରିପାରିବେ। କପଡ଼ାର ବେସ୍‌ ରଙ୍ଗ କାନ୍ଥ ରଙ୍ଗ ସହିତ ମ୍ୟାଚ୍‌ କରୁଥିଲେ ଡିଜାଇନ ଅଧିକ ସୁନ୍ଦର ଏବଂ କଣ୍ଟ୍ରାଷ୍ଟ ଲାଗିବ। ଏହାଦ୍ୱାରା କମ୍‌ ଖର୍ଚ୍ଚରେ ଆପଣଙ୍କ ଘର ଖୁବ୍‌ ସୁନ୍ଦର ଲାଗିପାରିବ।
ଆପଣଙ୍କର ଆର୍ଟ କିମ୍ବା କ୍ରାଫ୍ଟ ଓ୍ବାର୍କ ଉପରେ ଜ୍ଞାନ ଥିଲେ କମ୍‌ ବଜେଟରେ ଘର ସଜାଇବା ଖୁବ୍‌ ସହଜ ହେବ। ଆପଣ ଥର୍ମୋକୁଲ୍‌ କିମ୍ବା ଆଇସ୍‌କ୍ରିମ୍‌ ଷ୍ଟିକ୍‌ରେ ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ ଫ୍ଲାଓ୍ବାର ଭେସ୍‌ ପ୍ରସ୍ତୁତ କରି ସେଥିରେ ସୁନ୍ଦର ରଙ୍ଗର ଫୁଲ ରଖି ପାରିବେ। ଏହା ମଧ୍ୟ ଆପଣଙ୍କ ଘରର କାନ୍ଥକୁ ଅଧିକ ସୁନ୍ଦର କରିବ।
ନିଜର ପୁରୁଣା କୌଣସି ସୁନ୍ଦର ଶାଢ଼ି କିମ୍ବା ଏମ୍ବ୍ରଏଡୋରି, ବୁଣା ହୋଇଥିବା କପଡ଼ାକୁ ବଡ଼ ଓ ଲମ୍ବା କାର୍ଡବୋର୍ଡ ଉପରେ ଲଗାଇ କାନ୍ଥରେ ଟଙ୍ଗାଇ ପାରିବେ। ବିଶେଷ କରି ଡ୍ରଇଂ ରୁମ୍‌, ବଡ଼ ହଲ୍‌ କିମ୍ବା ବାରଣ୍ଡାରେ ଏହାକୁ ଲଗାଇଲେ ରୟାଲ୍‌ ଲୁକ୍‌ ମିଳିଥାଏ।
ବର୍ତ୍ତମାନ ଓ୍ବାଲ୍‌ ଡେକୋରେଶନ୍‌ ଲାଗି ଅନେକେ ଟାଇଲ୍‌ ବ୍ୟବହାର କରୁଛନ୍ତି। ହେଲେ ଏଥିପାଇଁ ଅଧିକ ଖର୍ଚ୍ଚ ହୋଇଥାଏ। ତେଣୁ ଯଦି ଆପଣ ଏଥିପାଇଁ ଇଚ୍ଛୁକ ତେବେ ଏହା ବଦଳରେ କମ୍‌ ବଜେଟରେ ଓ୍ବାଲ୍‌ ପେପର ଲଗାଇ ଘର ଇଣ୍ଟେରିଅର୍‌ ଲୁକ୍‌ ସୁନ୍ଦର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri