ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ ଗିରଫ କରିଛି। ପୀଡ଼ିତା ମହିଳା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯିବା ସହ ପୋଷାକ ଜବତ ହୋଇଛି। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ତ୍ରିନାଥଙ୍କୁ ମାମଲା ନଂ.୪୩୧/୨୬ରେ ରବିବାର କୋର୍ଟ ଚାଲାଣ କରିଛି ।

ପୀଡିତା ମହିଳା ଜଣକ ୨୦୧୫ରେ ଦିଗପହଣ୍ଡିରେ ବିବାହ କରିଥିଲେ । ତାଙ୍କର ୨ଟି ପୁଅ ଅଛନ୍ତି । ନିଜ ପରିବାର ସହ ସେ ପୁରୀରେ ରହୁଥିଲେ। ପୁରୀରେ ରହିବା ସମୟରେ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଦେଖାଦେଲା। ମହିଳା ଜଣକ ୨ ପୁଅଙ୍କୁ ଧରି ବ୍ରହ୍ମପୁର ପଳାଇ ଆସିଥିଲେ। ପୁରୀରେ ଥିବା ବେଳୁ ତ୍ରିନାଥଙ୍କ ସହ ମହିଳାଙ୍କ ଫୋନରେ କଥାବାର୍ତ୍ତା ଚାଲିଥିଲା । ବ୍ରହ୍ମପୁର ଆସିବା ପରେ ତ୍ରିନାଥ ତାଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।

ଗତ ମାର୍ଚ୍ଚରେ ତ୍ରିନାଥ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ କୁମ୍ଭାର ସାହିରେ ଏକ ଘରେ ରଖିଥିଲେ । ସେଠାରେ ଉଭୟ ସ୍ବାମୀ-ସ୍ତ୍ରୀ ଭଳି ଏକାଠି ରଖିଥିଲେ । ଜୁନ ୧୪ ତାରିଖରେ ମହିଳା ଜଣଙ୍କ ଅଧିକ ଅସୁସ୍ଥ ହୋଇପଡ଼ିବାରୁ ତ୍ରିନାଥ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମହିଳା ଜଣକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତ୍ରିନାଥ ତାଙ୍କୁ ସେଠାରେ ଏକାକୀ ଛାଡ଼ି ଫେରାର ହୋଇଯାଇଥିଲେ । ମହିଳା ଜଣକ ଗତ ୧୯ ତାରିଖରେ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ମୃତଦେହ ସହ ୫ ଦିନ ଧରି ଗୋଟିଏ ଘରେ ରହିଲେ ପୁଅ, ଧନତେରସ୍‌ରେ ଝିଅ ପହଞ୍ଚିବା ପରେ….

ଲକ୍ଷ୍ନୌ,୮ା୧୧: ଉତ୍ତରପ୍ରଦେଶର କାନପୁରର ପନକି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ତାଙ୍କ ଫ୍ଲାଟ୍‌ରେ ପ୍ରାୟ ୫ ଦିନ ଧରି…

ଦୀପାବଳିରେ ପୁଅ ବିହାନଙ୍କ ମୁହଁ ଦେଖାଇଲେ କ୍ୟାଟ୍ରିନା-ଭିକି, କ୍ୟୁଟ୍‌ ଲୁକ୍‌ରେ ଫ୍ୟାନ୍ସଙ୍କ ମନ ଜିଣିଲେ ଷ୍ଟାର୍‌କିଡ୍‌!

ମୁମ୍ବାଇ,୮ା୧୧: ବଲିଉଡ୍‌ର ଚର୍ଚ୍ଚିତ ଷ୍ଟାର୍‌ କପଲ୍‌ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଦୀପାବଳି ଅବସରରେ ନିଜ ପ୍ରଶଂସକଙ୍କୁ ଦେଇଛନ୍ତି ଏକ ବଡ଼ ସରପ୍ରାଇଜ୍‌ । ଦୀର୍ଘ…

ପୋଖରୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ: ଗାଁ ଶ୍ମଶାନରେ ଜଳିଲା ଜୁଇ, ବିଧାୟକ ପହଞ୍ଚି…

ଅତାବିରା,୮ା୧୧(ଯୁଧିଷ୍ଠିତ ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାଟିକ୍ରା ଗ୍ରାମରେ ଶନିବାର ପୋଖରୀରେ ମାଛ ମାରିବାକୁ ଯାଇଥିବାବେଳେ ଗ୍ରାମର ରମେଶ ମହାକୁର (୫୫)…

ନକଲି ସୁନା ଦେଇ ୪ ଲକ୍ଷ ଟଙ୍କା ଲୁଟ୍‌, ୪ ଅଭିଯୁକ୍ତଙ୍କୁ ଗିରଫ କରି…

ଭବାନୀପାଟଣା,୮ା୧୧(ଉତ୍ତମ କୁମାର ଦାଶ): ବିକ୍ରି କରିବା ବାହାନାରେ ନକଲି ସୁନା ଦେଇ ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଲୁଟି ନେବା ଅଭିଯୋଗରେ ରବିବାର ଭବାନୀପାଟଣା ସଦର…

ଚମକାଇଦେଲା BCCIର ଘୋଷଣା; ଏହି ଖେଳାଳିଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୮ା୧୧: ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପୂର୍ବରୁ ଭାରତୀୟ ଦଳରେ ହୋଇଛି ବଡ଼ ପରିବର୍ତ୍ତନ । ଆହତ ସମସ୍ୟା ଯୋଗୁଁ ଟୁର୍ନାମେଣ୍ଟରୁ ଓହରିଛନ୍ତି ରଜତ ପାଟିଦାର ।…

ଦୀପାବଳିରେ ଗଡ଼ିଲା ମୁଣ୍ଡ, ପେସାଦାର ଅପରାଧୀ ସନ୍ତୋଷଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା

ବ୍ରହ୍ମପୁର,୮ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ଏବେ ପର୍ବପର୍ବାଣିରେ ଗଡୁଛି ମୁଣ୍ଡ। ଗତବର୍ଷ କୁମାର ପୂର୍ଣ୍ଣିମାରେ ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଚଳିତ…

୬୦ ବର୍ଷରେ ମା’ ଶ୍ୟାମାକାଳୀଙ୍କ ପଥର ମୂର୍ତ୍ତି ପୂଜା, ସନ୍ଧ୍ୟାରେ ଜମିବ ମହୋତ୍ସବର ଆସର

ମହାକାଳପଡ଼ା,୮ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସୁନୀତି ପଞ୍ଚାୟତ ସ୍ଥାନୀୟ ଜଗରୀ ଜୋର ହାଟ କାଳୀ ପଡ଼ିଆଠାରେ ୬୦ ବର୍ଷ ଧରି ପରମ୍ପରିକ ଭାବେ…

ଦୀପାବଳିରେ ସୃଷ୍ଟି ହେବ ବୁଧାଦିତ୍ୟ ରାଜଯୋଗ, ୪ ରାଶିକୁ ପ୍ରଚୁର ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ତୁଳା ରାଶିରେ ବୁଧ ଓ ସୂର୍ଯ୍ୟଙ୍କ ଯୁତି ଯୋଗୁଁ ବୁଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି । ଏହି ଯୋଗ ୪ଟି ରାଶି ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?