ପ୍ରେମ ଜନିତ ହତ୍ୟା କାଣ୍ଡ: ସୁନାମୁନି ଘାଟରୁ ମୃତ ଦେହ ଜବତ: ଜଣେ ଅଟକ

କେନ୍ଦୁଝର,୨୯।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ପଞ୍ଚାୟତ ବେତରଣୀ ନଦୀର ସୁନାମୁନି ଘାଟ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଠାବ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶନିବାର ରାତିରେ ପୋଲିସ ମୃତଦେହ ଠାବ କରିବା ପରେ ସକାଳେ ଜବତ କରି ବିଶେଷଜ୍ଞ ଟିମ ଜରିଆରେ ତଦନ୍ତ ଜାରି ରଖିଛି । ଉକ୍ତ ମହିଳାଙ୍କ ଶରୀରରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରି ବୈତରଣୀ ନଦୀରେ ଫଙ୍ଗି ଦେଇଥିବାର ଅନୁମାନ କରାଯାଉଛି। ମୃତାଙ୍କର ପରିଚୟ ମିଳିନଥିଲେ ତାଙ୍କ ଘର୍‌ ଘଷିପୁରା ଥାନା ଅଞତଚଳରେ ବୋଲି ଜଣା ପଡିଛି। ତେବେ ଏହି ଘଟଣାରେ ଭଦ୍ରକ ଜିଲାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରା କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ଏହା ପ୍ରେମ ଜନିତ ହତ୍ୟା କାଣ୍ଡ । ତଦନ୍ତ ପରେ ଜଣା ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ମଙ୍ଗଳ ବିଭାଗର ୨୨ ବିଦ୍ୟାଳୟର ଶତପ୍ରତିଶତ ପାସ

କୋରାପୁଟ,୪ା୫(ଅମିତାଭ ବେହେରା): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କୋରାପୁଟ ଜିଲା ମଙ୍ଗଳ ବିଭାଗ ଶତପ୍ରତିଶତ ସଫଳତା ହାସଲ କରିଛି। ମୋଟ ପାସ ହାର ୯୯ ପ୍ରତିଶତ ରହିଛି। ୩୭ରୁ…

ମାତ୍ର ୨ବର୍ଷରେ ଘଟିଲା ଏମିତି, ଯାହା ଦିଦିଙ୍କ ପରାଜୟର କାରଣ ସାଜିଲା!

କୋଲକାତା,୪।୫: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଏବେ ରାଜ୍ୟର ନେତୃତ୍ୱ ଛାଡିବା ଅନିବାର୍ଯ୍ୟ ମନେ ହେଉଛି। ୪…

ରାଜସ୍ଥାନ ଫ୍ରାଞ୍ଚାଇଜର ୭୫% ଅଂଶଧନ କିଣିଲେ ମିତ୍ତଲ ପରିବାର

ନୂଆଦିଲ୍ଲୀ,୪ା୫: ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ ଏବଂ ତାଙ୍କ ପୁଅ ଆଦିତ୍ୟ ମିତ୍ତଲଙ୍କ ସହିତ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)ର ଆଦାର ପୁନାଓ୍ୱାଲା ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜର…

କଫ୍‌ ସିରପ ଜବତ, ୩ କୋର୍ଟ ଚାଲାଣ

ନୂଆପଡ଼ା,୪ା୫(ମକାରୁ ବେମାଲ):ନୂଆପଡ଼ା ଜିଲା ସଦର ଥାନା ପୋଲିସ ୧୪୩ ବୋତଲ କଫ୍‌ ସିରପ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ, ଲୋକଙ୍କୁ ଘାରୁଛି କୁମ୍ଭୀର ଭୟ

କେନ୍ଦ୍ରାପଡ଼ା,୪ା୫(ଜଗନ୍ନାଥ ଧଳ): ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ କେନ୍ଦ୍ରାପଡ଼ା ଜିଲାରେ…

ସୁର ରାଉତରାୟଙ୍କ ପରିବାରରେ ଖୁସିର ଲହରୀ, ବାପା ହେଲେ ମନ୍ମଥ

ଭୁବନେଶ୍ବର,୪।୫: ବାପା ହେଲେ ମନ୍ମଥ ରାଉତରାୟ । ବିଜେଡି ନେତା ତଥା ପୂର୍ବତନ ପାଇଲଟ ମନ୍ମଥ ରାଉତରାୟଙ୍କ ଘରକୁ ଖୁସି ଆସିଛି । ରୋଜାଲିନ ପଟ୍ଟନାୟକ ଏକ ପୁତ୍ର…

ମମତାଙ୍କ ଖେଳକୁ ବିଗାଡ଼ିଦେଲା ଏହି ୫ କାରଣ, ଜାଣନ୍ତୁ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନ ପାଇଁ ଗଣନା ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପା ୧୮୮ଟି ଆସନରେ ଆଗୁଆ ଥିବା ବେଳେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୯୯ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri