Posted inଫୁରସତ

ଦମ୍ପତ୍ତିଙ୍କୁ ବହୁତ ପସନ୍ଦ ଏହି ଲଭ୍‌ ଲେକ୍‌: ଥରେ ବୁଲି ଯାଇ ନିଅନ୍ତୁ…

ମରୁଭୂମି ମଝିରେ ହ୍ରଦ। ସେ ପୁଣି ହାର୍ଟ ବା ହୃଦୟ ଆକାରର। ତେଣୁ କିଛି ରୋମାଣ୍ଟିକ୍‌ ମୁହୂର୍ତ୍ତ ବିତାଇବାକୁ ଦମ୍ପତିମାନେ ଆକୃଷ୍ଟ ହୋଇ ଚାଲି ଆସନ୍ତି ଏହି ହ୍ରଦକୁ। ସମ୍ପୂର୍ଣ୍ଣଭାବେ ମନୁଷ୍ୟକୃତ ଅଟେ ଉକ୍ତ ହ୍ରଦ। ଦୁଇଟି ହାର୍ଟ ଶେପ୍‌ର ହ୍ରଦ ପରସ୍ପର ସହ ଛନ୍ଦି ହୋଇ ରହିଥିବା ଭଳି ଏହାକୁ ତିଆରି କରାଯାଇଛି। ତେଣୁ ଉକ୍ତ ହ୍ରଦ ବେଶ୍‌ ପରିଚିତ ‘ଲଭ୍‌ ଲେକ୍‌’ ନାମରେ। ଏହି ହ୍ରଦ ସେହି ସ୍ଥାନରେ ଅଛି, ଯେଉଁଠି ରହିଛି ବିସ୍ମୟକର ପାମ୍‌ ଶେପ୍‌ର ଆଇଲାଣ୍ଡ ଓ ପୃଥିବୀର ସର୍ବୋଚ୍ଚତମ ଅଟ୍ଟାଳିକା ବୁର୍ଜ ଖଲିଫା। ଅର୍ଥାତ୍‌ ଏହା ଅଛି ଦୁବାଇରେ। ଏଠାକାର ଅଲ୍‌ କୁଦ୍ରା ମରୁଦ୍ୟାନରେ ଥିବା ଏହି ହ୍ରଦକୁ ତିଆରି କରିବା ପାଇଁ ହୋଇଛି ଅନେକ ଖର୍ଚ୍ଚ। ଏହାବାଦ୍‌ ଏଠାରେ ୧୬୦୦୦ ଗଛ, ହଜାର ହଜାର ରଙ୍ଗିନ ଫୁଲ ଗଛ, ଗୁଳ୍ମ ପ୍ରଜାତିର ଅନେକ ଗଛ ବି ଲଗାଯାଇଛି। ଠାଏ ଠାଏ ଫୁଲ ଗଛଗୁଡ଼ିକୁ ବି ହାର୍ଟ ଶେପ୍‌ରେ ସଜାଇ ଲଗାଯାଇଛି। ଫଳରେ ମରୁଭୂମି ମଝିରେ ଥିବା ଏହି ସ୍ଥାନଟି ଲାଗେ ପ୍ରେମମୟ ଓ ସ୍ବର୍ଗ ପରି। ଭୂମିଠାରୁ ୫୦ ମିଟର ଉଚ୍ଚତାରେ ହ୍ରଦଟିର ଫୁଲ୍‌ ଭ୍ୟୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

କମାଲ କଲେ ସନ୍ନି-ପ୍ରୀତି ଯୋଡ଼ି: ଦର୍ଶକଙ୍କୁ ଲୁହରେ ଭିଜାଇଲା ବିଭାଜନର ଯନ୍ତ୍ରଣା

ସ୍ବାଧୀନତା ଦିବସର ବିଶେଷ ଅବସରରେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଣ୍ଟୱାରା ୧୯୪୭’ ସିନେମା ଘରେ ମୁକ୍ତିଲାଭ କରିଛି। ଭାରତ ବିଭାଜନର କଷ୍ଟକର ଏବଂ…

୭ ଦିନ ବନ୍ଦ ରହିବ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପଛରେ ରହିଛି ଏମିତି କାରଣ

ଭଞ୍ଜନଗର,୧୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ…

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri