୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି ବଖାଣିଛନ୍ତି। ଗର୍ଭଧାରଣର ଶେଷ ପର୍ଯ୍ୟାୟରେ ତାଙ୍କ ଗଲବ୍ଲାଡରରେ ଷ୍ଟୋନ ହୋଇଥିବା ଜଣାପଡ଼ିଥିଲା। ଏହା ଯୋଗୁ ତାଙ୍କୁ ପ୍ରତି ସପ୍ତାହରେ ଯନ୍ତ୍ରଣା ସହିବାକୁ ପଡ଼ୁଥିଲା। ଅସୁସ୍ଥତା ଓ ଅସ୍ତ୍ରୋପଚାର ପରେ ମାତ୍ର ୪୦ ଦିନରେ ତାଙ୍କର ପ୍ରାୟ ୧୫ କିଲୋଗ୍ରାମ ଓଜନ କମିଯାଇଥିଲା ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି।

ଇଶିତା ଓ ତାଙ୍କ ସ୍ବାମୀ ବତ୍ସଲ ସେଠ ୨୦୨୫ରେ ଦ୍ୱିତୀୟ ଥର ପାଇଁ ମାତାପିତା ହୋଇଥିଲେ। ଏହା ପୂର୍ବରୁ ୨୦୨୩ରେ ସେମାନଙ୍କ ପୁଅ ବାୟୁଙ୍କ ଜନ୍ମ ହୋଇଥିଲା। ତେବେ ଦ୍ୱିତୀୟ ଗର୍ଭଧାରଣର ଶେଷ ଦିନଗୁଡ଼ିକରେ ଇଶିତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଶୀଘ୍ର ପ୍ରସବ ହେବାର ଆଶଙ୍କା ଥିବାରୁ ତାଙ୍କୁ ବେଡ ରେଷ୍ଟରେ ରହିବାକୁ ପଡ଼ିଥିଲା।
ଏହି କଷ୍ଟଦାୟକ ସମୟକୁ ମନେ ପକାଇ ଅଭିନେତ୍ରୀ କହିଛନ୍ତି, ମାତ୍ର ୪୦ ଦିନରେ ତାଙ୍କର ୧୫ କିଲୋଗ୍ରାମ ଓଜନ କମିଯାଇଥିଲା। ଲୋକେ ତାଙ୍କ ଓଜନ କମିବାର ପରିଣାମ ଦେଖୁଛନ୍ତି, କିନ୍ତୁ ଏହା ପଛରେ ଥିବା ଯନ୍ତ୍ରଣାଦାୟକ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ଥିଲା। ଏପରି ଅନୁଭୂତି ଆଉ କାହାକୁ ନ ମିଳୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଇଶିତାଙ୍କ କହିବା ଅନୁଯାୟୀ, ଝିଅ ଜନ୍ମ ହେବାର ପ୍ରାୟ ଏକ ମାସ ପରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଏହି ସମଗ୍ର ପ୍ରକ୍ରିୟା ତାଙ୍କ ଶରୀର ଉପରେ ଗଭୀର ପ୍ରଭାବ ପକାଇଥିଲା ଏବଂ ସେ ବହୁତ ଦୁର୍ବଳ ହୋଇପଡ଼ିଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ତାଙ୍କୁ ପ୍ରାୟ ୬ ମାସ ସମୟ ଲାଗିଥିଲା। ଏହି ସମୟ ମଧ୍ୟରେ ସେ ‘ଦୃଶ୍ୟମ ୩’ର ଶୁଟିଂ ମଧ୍ୟ ଆରମ୍ଭ କରିଦେଇଥିଲେ। ତାଙ୍କ ଓଜନ ହ୍ରାସ କୌଣସି ଯୋଜନାବଦ୍ଧ ପ୍ରକ୍ରିୟା ନ ଥିଲା; ବରଂ ଅସୁସ୍ଥତା ଯୋଗୁ ଏପରି ହୋଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।

ଅନ୍ୟପଟେ, ଇଶିତା ଦତ୍ତା ଏବେ ନିଜର ନୂଆ ଫିଲ୍ମ ‘ଦୃଶ୍ୟମ ୩’ର ସଫଳତାକୁ ନେଇ ବେଶ୍‌ ଖୁସି। ଫିଲ୍ମରେ ସେ ପୁଣିଥରେ ଅଞ୍ଜୁ ସାଲଗାଓଁକର ଭୂମିକାରେ ନଜର ଆସିଛନ୍ତି। ଏଥିରେ ଅଜୟ ଦେବଗନ, ଜୟଦୀପ ଅହଲାୱତ, ଶ୍ରିୟା ସରନ, ତବ୍ବୁ ଓ ରଜତ କପୁର ପ୍ରମୁଖ ଅଭିନୟ କରିଛନ୍ତି। ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରୁଥିବା ଖବର ରହିଛି। ଫିଲ୍ମଟି ଭାରତରେ ୩୦୦ କୋଟି ଟଙ୍କାର ବ୍ୟବସାୟିକ ମାଇଲଖୁଣ୍ଟ ଛୁଇଁବା ଆଡ଼କୁ ଅଗ୍ରସର ହେଉଛି। ସେହିପରି ବିଶ୍ୱବ୍ୟାପୀ ଏହାର ମୋଟ ଆୟ ୪୪୬.୮ କୋଟି ଟଙ୍କା ହୋଇଥିବା ଉଲ୍ଲେଖ କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

ମଦନପୁର ୟୁ.କେ. କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଧାରଣା: ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି

ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ…

ICC ପ୍ଲେୟର ଅଫ ଦ ମନ୍ଥ ଆୱାର୍ଡ ଘୋଷଣା: ପୁରୁଷ-ମହିଳା ବର୍ଗରେ ବାଜି ମାରିଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୧୦: ସେପ୍ଟେମ୍ବର ମାସରେ ଭାରତୀୟ କ୍ରିକେଟର୍ସଙ୍କ ଜଲୱା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ‘ପ୍ଲେୟର ଅଫ ଦ ମନ୍ଥ’ ପୁରସ୍କାର ଘୋଷଣା…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?