ଖ୍ୟାତିରେ କ୍ଷତି

Dillip Cherian

୧୯୮୪ ବ୍ୟାଚ୍‌ ଇଣ୍ଡିଆନ୍‌ ରେଲଓ୍ବେ ଟ୍ରାଫିକ୍‌ ସର୍ଭିସ(ଆଇଆର୍‌ଟିଏସ୍‌) ଅଧିକାରୀ ସନ୍ଦୀପ ସିଲାସଙ୍କ ମାମଲାରେ ସୁଧାରାମତ୍କ ପଦକ୍ଷେପ ନିଆଯାଇଥିଲେ ବି ତାଙ୍କ ଖ୍ୟାତି ବା ପ୍ରତିଷ୍ଠାରେ ଯେଉଁ ଅପୂରଣୀୟ କ୍ଷତି ହୋଇଛି ତାହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଆପଏଣ୍ଟମେଣ୍ଟ କମିଟି ଅଫ୍‌ କ୍ୟାବିନେଟ(ଏସିସି) ହାଇୟର ଆଡ୍‌ମିନିଷ୍ଟ୍ରେଶନ ଗ୍ରେଡ୍‌ (ଏଚ୍‌ଏଜି)ରେ ସିଲାସଙ୍କ ଏମ୍ପାନେଲମେଣ୍ଟକୁ ଜାତୀୟ ଆଧାରରେ ୨୦୧୬-୧୭ ପାଇଁ ସ୍ବୀକୃତି ଦେଇଥିଲା। ତାଙ୍କ ସେବାନିବୃତ୍ତିର ପ୍ରାୟ ୩ ବର୍ଷ ପରେ ଏବଂ ୨୦୧୫ରେ ‘ରେଲ୍‌ ନିର୍‌’ (ବ୍ରାଣ୍ଡେଡ୍‌ ପ୍ୟାକେଜ୍‌ଡ ପାନୀୟଜଳ) ଦୁର୍ନୀତି ମାମଲାରେ ମିଛରେ ତାଙ୍କୁ ଫସାଇବାର ୮ ବର୍ଷ ପରେ ଏଭଳି ଘଟିଲା। ସୂତ୍ରରୁ ଜଣାପଡ଼ିଛି, ୨୦୧୬ରେ ରେଲ୍‌ଓ୍ବେ ବୋର୍ଡ ଭିଜିଲାନ୍ସ ଓ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନରଙ୍କ ରିପୋର୍ଟ ସ୍ପଷ୍ଟ କରିଥିଲା ଯେ,ସିଲାସଙ୍କ ବିରୋଧରେ ମାମଲାକୁ ଠିକ୍‌ ଭାବେ ଉପସ୍ଥାପନ କରାଯାଇ ନ ଥିଲା। ଏହା ସେତ୍ତ୍ୱେ ରେଳ ମନ୍ତ୍ରଣାଳୟ ଏହି ଅଧିକାରୀଙ୍କ ବିରୋଧରେ ମକଦ୍ଦମା ଚଳାଇବା ଲାଗି ଆଗକୁ ବଢ଼ିଥିଲା। ଏପରି କି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ମକଦ୍ଦମାକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହାକୁ ଉପେକ୍ଷା କରି ମନ୍ତ୍ରଣାଳୟ ଏଭଳି କରିଥିଲା। କୌତୂହଳର କଥା, କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେ ଯେତେବେଳେ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଥିଲେ ସେତେବେଳେ ସିଲାସ୍‌ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ସେହି ସମୟରେ ତାଙ୍କୁ ଉଭୟ ସିବିଆଇ ଓ ପରେ କୋର୍ଟଙ୍କ ଦ୍ୱାରା ହାଜତରେ ରଖାଯାଇଥିଲା। ଉତ୍ତର ରେଲଓ୍ବେରେ କଷ୍ଟମର କମ୍ୟୁନିକେଶନ ମ୍ୟାନେଜର (କାଟରିଂ) ଭାବେ ତାଙ୍କ କାର୍ଯ୍ୟକାଳକୁ ଲିଭ୍‌ ଭ୍ୟାକେନ୍ସି ଯୋଗୁ ହ୍ରାସ କରାଯାଇ ୨ ମାସ କରାଯାଇଥିଲା। ଅନେକ ବାବୁ ଏବଂ ପର୍ଯ୍ୟବେକ୍ଷକମାନେ ସିଲାସଙ୍କ ଖ୍ୟାତିରେ କ୍ଷତି ଘଟାଇଥିବା ସବୁ ଅଧିକାରୀ ଓ ସଂସ୍ଥାଗତ ଅବହେଳା ଉପରେ ପ୍ରଶ୍ନ ଉଠାଇଛନ୍ତି।
ସମୟ କହିବ
କର୍ନାଟକ ବିଧାନସଭା ନିର୍ବାଚନର ରାଜନୈତିକ ଲଢ଼େଇ ପୋଲିଂ ଷ୍ଟେଶନରୁ ଯାଇ ଏବେ କ୍ଷମତା ପରିସରରେ ପହଞ୍ଚିଯାଇଛି। ନିର୍ବାଚନରେ କଂଗ୍ରେସ ବିଜୟୀ ହେବାର ଗୋଟିଏ ଦିନ ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ନୂଆ ଦିର୍ଦ୍ଦେଶକ ଭାବେ କର୍ନାଟକର ଡିଜିପି ପ୍ରବୀଣ ସୁଦ୍‌ଙ୍କ ନାମ କେନ୍ଦ୍ର ଘୋଷଣା କରିଥିଲା। କାର୍ଯ୍ୟକାଳ ଶେଷ ହେବାକୁ ଥିବା ନିର୍ଦ୍ଦେଶକ ସୁବୋଧ କୁମାର ଜୈସ୍ବାଲଙ୍କ ସ୍ଥାନରେ ସୁଦ୍‌ଙ୍କୁ ୨ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। କର୍ନାଟକର ବରିଷ୍ଠ କଂଗ୍ରେସ ନେତା ଡି.କେ.ଶିବକୁମାର ଅତୀତରେ ସୁଦ୍‌ଙ୍କୁ ଅସୁବିଧାରେ ପକାଇଥିଲେ। ଏପରିକି ସୁଦ୍‌ଙ୍କୁ ସେ ନିନ୍ଦା କରି ଭାଜପାର କାଠପିତୁଳା ବୋଲି କହିବା ସହ ତାଙ୍କ ଗିରଫ ଦାବି କରିଥିଲେ। କର୍ନାଟକରେ ନୂଆ କଂଗ୍ରେସ ସରକାରଙ୍କ ପାଇଁ କଠିନ ସ୍ଥିତି ଆଣିିବାକୁ ମୋଦି ସରକାର ଜାଣିଶୁଣି ପଦକ୍ଷେପ ନେଉଛନ୍ତି ବୋଲି ଅନେକେ ବିଚାର କରୁଛନ୍ତି। ଦୁର୍ନୀତି ଅଭିଯୋଗ ଥିବା ଉଭୟ ଶିବକୁମାର ଏବଂ କଂଗ୍ରେସ ବିରୋଧରେ ସୁଦ୍‌ ଯୁଦ୍ଧ ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ବିରୋଧୀ ନେତା ତଥା ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଚୟନ କମିଟିର ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ସୁଦ୍‌ଙ୍କ ନାମ କମିଟି ନିକଟରେ ଦାଖଲ କରାଯାଇଥିତ୍ବା ମୂଳ ତାଲିକାରେ ନ ଥିଲା। ଚୌଧୁରୀଙ୍କ ସନ୍ଦେହ ସତ୍ତ୍ୱେ ବି ମୋଦିଙ୍କ ନିଷ୍ପତ୍ତିର ବିଜୟ ହେଲା। ତେବେ କେନ୍ଦ୍ରର ଏହି ନିଷ୍ପତ୍ତି ପଛରେ କି ପ୍ରକାର ମନୋଭାବ ଅଛି ଏବଂ କର୍ନାଟକ ରାଜନୀତି ଦୃଶ୍ୟପଟରେ ଏହାର ପ୍ରଭାବ କ’ଣ ରହିବ ତାହା ହିଁ କେବଳ ସମୟ କହିବ।
ବାବୁଙ୍କ ବଦଳି
ଶେଷରେ ଦିଲ୍ଲୀ ସରକାର ସର୍ଭିସେସ୍‌ ସଚିବ ଆଶିଷ ମୋରେଙ୍କୁ ଏକ ନୂଆ ଅଧିକାରୀଙ୍କ ଦ୍ୱାରା ପ୍ରତିସ୍ଥାପନ କରିବାକୁ ଏକମତ ହୋଇଛନ୍ତି। ସର୍ଭିସେସ୍‌ ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀ ସୌରଭ ଭରଦ୍ୱାଜ ମୋରେଙ୍କୁ ଏକ କାରଣଦର୍ଶାଅ ନୋଟିସ ଦେବା ପରେ ଦିଲ୍ଲୀ ସରକାର ଏହା କରିଛନ୍ତି। ପ୍ରଥମେ ମୋରେ ବଦଳି ହେବାକୁ ମନା କରିଦେଇଥିଲେ। ସେ ଦାବି କରିଥିଲେ ଯେ,ବଦଳି କରିବା ଏବଂ ସ୍ବାଧୀନ ଭାବେ ଅଧିକାରୀମାନଙ୍କୁ ନିଯୁକ୍ତି ଦେବା ଲାଗି ଦିଲ୍ଲୀ ସରକାରଙ୍କ କ୍ଷମତାକୁ ସୁପ୍ରିମକୋର୍ଟ( ଏସ୍‌ସି)ଙ୍କ ଐତିହାସିକ ରାୟ ପରେ ଏଯାବତ ଲାଗୁ କରାଯାଇନାହିଁ। ଏସ୍‌ସିଙ୍କ ରାୟ ପରେ ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି ସରକାର ତତ୍‌କ୍ଷଣାତ ମୋରେଙ୍କୁ ହଟାଇବାକୁ ପଦକ୍ଷେପ ନେଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ( ଏମ୍‌ଏଚ୍‌ଏ)ର ପ୍ରଚଳିତ ଅର୍ଡର ଅନୁଯାୟୀ ଜଣେ ଅଧିକାରୀଙ୍କୁ ହଟାଇବାର ଅଧିକାର ଲ୍ୟୁଟ୍‌ନାଣ୍ଟ ଗଭର୍ନରଙ୍କ ଉପରେ ନିର୍ଭର କରେ, ଯେ ପର୍ଯ୍ୟନ୍ତ ଏମ୍‌ଏଚ୍‌ଏ ଏହାକୁ ପ୍ରତ୍ୟାହର କିମ୍ବା ସଂଶୋଧନ ନ କରିଛି। ଏହା ସ୍ପଷ୍ଟ ଯେ, ୫ ଜଣିଆ ଖଣ୍ଡପୀଠଙ୍କ ଅର୍ଡର ସତ୍ତ୍ୱେ ଏହି ଘଟଣାରେ କ’ଣ ଭୁଲ୍‌ କ’ଣ ଠିକ୍‌ ତାହା ଦେଖିବା କଷ୍ଟକର। ତେବେ ଏବକାର କ୍ଷମତା ଲଢ଼େଇ ଦିଲ୍ଲୀରେ ପ୍ରଶାସନିକ ଅଧିକାରର ଜଟିଳ ଦିଗକୁ ଦର୍ଶାଉଛି। ନିର୍ବାଚିତ ସରକାର ଏବଂ ଏଲ୍‌ଜି କାର୍ଯ୍ୟାଳୟ ମଧ୍ୟରେ ବିବାଦ ଏକ ଦୀର୍ଘ ପ୍ରସଙ୍ଗ ହୋଇ ରହିଆସିଛି। ଉଭୟ ପକ୍ଷ ପ୍ରତ୍ୟେକ ବୈଧାନିକ ଅଧିକାର ପାଇଁ ଦାବି କରୁଛନ୍ତି। ଆଶା କରାଯାଏ, ଆଗକୁ ଆମେ ନିର୍ବାଚିତ ସରକାରଙ୍କ ପ୍ରଶାସନିକ ଅଧିକାରର ସୁଯୋଗ ଓ ସମ୍ପ୍ରସାରଣକୁ ନେଇ କିଛି ସ୍ପଷ୍ଟତା ଦେଖିବାକୁ ପାଇବା।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri