Posted inଜାତୀୟ

୫ ଦିନରେ ଏତେ କୋଟି କ୍ଷତି, CJP ଧାରଣା ଶେଷ କରିବାକୁ ମୋଦିଙ୍କୁ ଚିଠି ଲେଖିଲେ…

ନୂଆଦିଲ୍ଲୀ,୨୪।୭:  ଦିଲ୍ଲୀରେ ଚାଲିଥିବା ବଡ଼ ଧରଣର ପ୍ରତିବାଦ ଏବଂ ପ୍ରଦର୍ଶନ ଯୋଗୁଁ ବାଣିଜ୍ୟ ଏବଂ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିବା ସମ୍ପର୍କରେ ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (CTI) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସିଟିଆଇ ଅଧ୍ୟକ୍ଷ ବ୍ରିଜେଶ ଗୋୟଲ କେନ୍ଦ୍ର ସରକାରଙ୍କୁ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ଶୀଘ୍ର ସମାଧାନ ଖୋଜିବାକୁ ଅନୁରୋଧ କରିଛନ୍ତି । ଉଲ୍ଲେଖ କରିଛନ୍ତି ଯେ ଦିଲ୍ଲୀରେ ଦୈନିକ ବ୍ୟବସାୟିକ କାରବାର  ସାଧାରଣତଃ ପ୍ରାୟ ୫୦୦କୋଟି, ପ୍ରାୟ ୭୦% ହ୍ରାସ ପାଇଛି ।

ଦିଲ୍ଲୀର ପ୍ରମୁଖ ବଜାର, ହୋଟେଲ ଏବଂ ରେଷ୍ଟୁରାଣ୍ଟରୁ CTI ଦ୍ୱାରା ସଂଗୃହୀତ ସୂଚନା ଅନୁଯାୟୀ, ଗତ ପାଞ୍ଚ ଦିନରେ ସହର ପ୍ରାୟ ୧,୫୦୦ କୋଟିର ବ୍ୟବସାୟିକ କ୍ଷତି ସହିଛି । ଦିଲ୍ଲୀର ସମସ୍ତ ବଜାର, ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଲୋକଙ୍କ ସଂଖ୍ୟାରେ ୭୦% ହ୍ରାସ ରେକର୍ଡ କରାଯାଇଛି। ସାଧାରଣତଃ ପ୍ରତିଦିନ କିଣାବିକା ପାଇଁ ଦିଲ୍ଲୀ ଯାଉଥିବା ପ୍ରାୟ ୩ ଲକ୍ଷ ଲୋକ ବର୍ତ୍ତମାନ ସହରରେ ପହଞ୍ଚି ପାରୁନାହାଁନ୍ତି । ସୁରକ୍ଷା କାରଣରୁ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ ହୋଇଯିବା ଯୋଗୁଁ ଯାତାୟାତ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି । ଜନ୍ତର ମନ୍ତର, ସଂସଦ ମାର୍ଗ, କନଟ୍ ପ୍ଲେସ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ଜାମ୍ ଯୋଗୁଁ ଗ୍ରାହକମାନେ ବଜାରକୁ ଏଡ଼ାଇ ଯାଉଛନ୍ତି ।

ଜୁଲାଇ ୨୫ ତାରିଖରେ NDMC କନଭେନସନ ସେଣ୍ଟରରେ CTI ଦ୍ୱାରା ଆୟୋଜିତ ବ୍ୟବସାୟୀ ସମ୍ମିଳନୀକୁ ମଧ୍ୟ ବିରୋଧ ଏବଂ ଟ୍ରାଫିକ ଅବରୋଧ ଯୋଗୁଁ ସ୍ଥଗିତ ରଖିବାକୁ ପଡିଛି। ଏହି ସମ୍ମିଳନୀରେ ଦେଶବ୍ୟାପୀ ୨୦୦୦ ରୁ ଅଧିକ ବ୍ୟବସାୟୀ ଯୋଗଦେବାର ଆଶା କରାଯାଉଥିଲା। କେନ୍ଦ୍ର ସରକାର ତୁରନ୍ତ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିବା ଉଚିତ ଏବଂ ଜନ୍ତର ମନ୍ତରରେ ଧାରଣାକୁ ଶୀଘ୍ର ସମାପ୍ତ କରିବା ଉଚିତ। ଜନ୍ତର ମନ୍ତର ଏବଂ ପ୍ରମୁଖ ସରକାରୀ କିମ୍ବା ବାଣିଜ୍ୟିକ କ୍ଷେତ୍ରରେ ୧,୦୦୦ ରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ। ଦିଲ୍ଲୀର ବାହାର ଅଞ୍ଚଳରେ ଧାରଣା ଏବଂ ପ୍ରତିବାଦ ପାଇଁ ଏକ ସ୍ଥାୟୀ ସ୍ଥାନ ଆବଣ୍ଟିତ କରାଯିବା ଉଚିତ। CTI ଆଶା କରୁଛି ଯେ ସରକାର ଏହି ବିଷୟ ଉପରେ ତୁରନ୍ତ ଦୃଷ୍ଟି ଦେବେ ଏବଂ ଦିଲ୍ଲୀର ବ୍ୟବସାୟୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚାଞ୍ଚଲ୍ୟ! ନିଜ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଲେ ସ୍ବାମୀ, ଏହି କାରଣକୁ ନେଇ….

ବଲାଙ୍ଗୀର,୨୪।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ମାଝିପଡାରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି…

ଦିବ୍ୟାଙ୍ଗ ସ୍ବାମୀଙ୍କୁ କାନ୍ଧରେ ବସାଇ ୧୮୦ କିଲୋମିଟର ଚାଲିଲେ ସ୍ତ୍ରୀ: ପ୍ରେମ-ବିଶ୍ୱାସର ଅନନ୍ୟ ଉଦାହରଣ

ଲକ୍ଷ୍ନୌ,୨୪।୭: କାଉଡି ଯାତ୍ରାକୁ କେବଳ ଧାର୍ମିକ ବିଶ୍ୱାସର ପର୍ବ ଭାବରେ ବର୍ଣ୍ଣନା କରାଯାଏ। ଏହି ତୀର୍ଥଯାତ୍ରା ବିଶ୍ୱାସ, ତ୍ୟାଗ, ଧୈର୍ଯ୍ୟ ଏବଂ ମାନବୀୟ ସମ୍ପର୍କର ଗଭୀରତାକୁ ମଧ୍ୟ…

ନଇଁଲେ ମୋଦି ସରକାର! ଅଧରାତିରେ କାହିଁକି କଲେ ଭିଡିଓ, କଣ ରହିଛି ବଡ଼ ଚାଲ୍ ଜାଣନ୍ତୁ

ନୂଆଦିଲ୍ଲୀ,୨୪।୭: ୨୩ ଜୁଲାଇ, ୨୦୨୬ ରାତି ୧୧:୫୨ ସମୟରେ… NEET ପେପର୍ ଲିକ୍ ବିରୋଧରେ CJP ଦେଶବ୍ୟାପୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିଲା। ସେହି ମୁହୂର୍ତ୍ତରେ, ପ୍ରଧାନମନ୍ତ୍ରୀ…

ମେଡିକାଲରେ ପଶି ଭଙ୍ଗାରୁଜା, ମୁଖ୍ୟ ଅଭିଯୁକ୍ତ ଗିରଫ, ପୂର୍ବରୁ ରହିଛି ଏସବୁ କେସ୍‌…

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବଡ଼ ବଜାରସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଅସାମାଜିକ ଯୁବକ ମେଡିକାଲ ଭିତରେ ପଶି ମେଡିକାଲ ଅଫିସର ଏବଂ ଆୟୁଷ ଡାକ୍ତରଙ୍କ…

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ ନା ନାହିଁ? ଜାଣନ୍ତୁ ସୋନମ ଓ୍ବାଙ୍ଗଚୁକଙ୍କୁ କ’ଣ ପ୍ରତିଶ୍ରୁତି ଦେଲେ ସରକାର

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ ବିରୋଧରେ ଅନଶନରେ ବସିଥିବା କର୍ମୀ ସୋନମ ୱାଙ୍ଗଚୁକ ଗୁରୁବାର ରାତିରେ ତାଙ୍କର ଅନଶନ ଶେଷ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା…

ପ୍ରଶ୍ନପତ୍ର ଲିକ୍‌ ମାମଲାରେ ହଠାତ୍‌ ସକ୍ରିୟ ହେଲେ ରାଘବ ଚଢ଼ା, ଶେୟାର କଲେ ଖାସ୍‌ ସନ୍ଦେଶ…ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୪।୭: ଛଅ ଜଣ ରାଜ୍ୟ ସଭା ସାଂସଦଙ୍କ ସହିତ ଆମ ଆଦମୀ ପାର୍ଟି (AAP) ଛାଡ଼ି ଭାଜପାରେ ଯୋଗଦେବା ପରେ ରାଘବ ଚଢ଼ାଙ୍କୁ ନେଇ ଗଣମାଧ୍ୟମଠାରୁ ଦୂରେଇ…

ରାତି ଅଧରେ ଭିଡିଓ ଛାଡ଼ିବା ପରେ ଦିଲ୍ଲୀ ପୋଲିସକୁ କଡ଼ା ନିର୍ଦ୍ଦେଶ ଦେଲେ ମୋଦି ସରକାର, ଜନ୍ତରମନ୍ତରରେ ଆରେଷ୍ଟ ହେବେ…

ନୂଆଦିଲ୍ଲୀ,୨୪।୭: ଗତ କିଛି ଦିନ ଧରି ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରମାନେ ପ୍ରତିବାଦ କରୁଛନ୍ତି। ଏହା ମଧ୍ୟରେ, ଆଜି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର…

ଅମିତ ଶାହାଙ୍କ ବୈଠକ, ନଡ୍ଡାଙ୍କ ଚିଠି, ସୋନମଙ୍କ ପତ୍ନୀଙ୍କୁ ଫୋନ…, ଜାଣନ୍ତୁ ୱାଙ୍ଗଚୁକଙ୍କ ଅନଶନ ଶେଷ ପଛର ଇନସାଇଡ଼ ଷ୍ଟୋରୀ

ନୂଆଦିଲ୍ଲୀ,୨୪।୭: NEET ପେପର୍‌ ଲିକ ମାମଲାକୁ ନେଇ ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ରଙ୍କ ପ୍ରତିବାଦ ଏବଂ ୨୬ ଦିନ ଧରି ଅନଶନରେ ଥିବା ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri