ନିଯୁକ୍ତିରେ କ୍ଷତି

କେନ୍ଦ୍ର ବିଭିନ୍ନ ରାଜ୍ୟରେ ଏକ ଡଜନରୁ ଅଧିକ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ସେମାନଙ୍କ ମଧ୍ୟରେ ଜଣେ ହେଲେ ଅମଲତନ୍ତ୍ରୀ ନାହାନ୍ତି। ନିଯୁକ୍ତି ପାଇଥିବା ୧୩ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି, ଦୁଇ ଜଣ ଅବସରପ୍ରାପ୍ତ ସେନା ଅଧିକାରୀ ଏବଂ ୪ ଜଣ ଭାଜପା ନେତା। ୬ ଜଣ ନୂଆ କରି ରାଜ୍ୟପାଳ ହୋଇଥିବାବେଳେ ଅନ୍ୟ ୭ଜଣ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇଛନ୍ତି। ଜଣେ ହେଲେ ବାବୁ ରାଜ୍ୟପାଳ ପଦବୀରେ ନ ରହିବା ସେମାନଙ୍କ ପ୍ରତି ଏକ ଶକ୍ତ ଧକ୍କ୍‌ା। ଏହାକୁ ନେଇ ବାବୁ ସାମ୍ରାଜ୍ୟର ଉଚ୍ଚ ର଼୍ୟାଙ୍କଗୁଡ଼ିକରେ ଦୁଃଖର ଛାୟା ଖେଳିଯାଇଛି। ଜଣାପଡ଼ିଛି, କେବଳ ଆଇନ ମନ୍ତ୍ରଣାଳୟରେ ବରିଷ୍ଠ ବାବୁମାନେ ଅପେକ୍ଷାକୃତ ଖୁସି ହୋଇଛନ୍ତି। କାରଣ ସେମାନଙ୍କ ପସନ୍ଦର ପ୍ରାର୍ଥୀମାନେ ସଫଳତାର ସହ ନିଯୁକ୍ତି ପାଇଛନ୍ତି। ତେବେ ଆଇନ ସଚିବଙ୍କର କ୍ଷମତା କେନ୍ଦ୍ର ସହ ଅନ୍ୟ ବାବୁମାନଙ୍କ ତୁଳନାରେ ଭଲ ଯୋଗାଯୋଗ ରହିଛି କି? ଶାସକଙ୍କ ଢାଲ ଭାବେ ରହିଆସିଥିବା ଶୀର୍ଷ ପଦବୀରେ ଥିବା କେତେଜଣ ବାବୁ ଦୀର୍ଘଦିନରୁ ଏହି ପଦବୀକୁ ଅପେକ୍ଷା କରି ରହନ୍ତି। ଏବେ ସେମାନେ ଅଧିକ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନଙ୍କ ବ୍ୟତୀତ ଯେଉଁମାନେ ଚୁପ ହୋଇ ବସିଛନ୍ତି ସେମାନେ ବି ଆଶା ବାନ୍ଧି ବସିଛନ୍ତି । ତେବେ ନିକଟ ଅତୀତରୁ ଆଇଏଏସ୍‌ ପଦୋନ୍ନତି ଧୀରେ ଧୀରେ କମିଚାଲିଛି। ମୋଦି ସରକାର ଅଣ ଆଇଏଏସ୍‌ ଅଧିକାରୀମାନଙ୍କୁ ଆଇଏଏସ୍‌ ଲାଗି ଉଦ୍ଦିଷ୍ଟ ପଦବୀଗୁଡ଼ିକରେ ନିଯୁକ୍ତ କରିଥିବାରୁ ଏଭଳି ଘଟୁଛି। ଏଣୁ ଏବେ ଆଇଏଏସ୍‌ ଦୁର୍ଗରେ ଆଇଆର୍‌ଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କୁ ଦେଖିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ବାସ୍ତବରେ ରାଜ୍ୟପାଳ ନିଯୁକ୍ତି ଦୌଡ଼ରେ ବାବୁମାନଙ୍କର କ୍ଷତି ଘଟିଛି ।
ଏହା ଏବେ ଅବସର ନେବାକୁ ଥିବା ତଥା ଅବସର ପରେ ଏକ ଆରାମଦାୟକ ପଦବୀ ପାଇବାକୁ ଆଶା ରଖିଥିବା ବାବୁମାନଙ୍କୁ ଚିନ୍ତିତ କରିବା ସ୍ବାଭାବିକ।
ଏମ୍‌ପ୍ୟାନେଲ୍‌ମେଣ୍ଟ ଚିନ୍ତା
କେନ୍ଦ୍ରରେ ପୋଲିସ ମହାନିର୍ଦ୍ଦେଶକ(ଡିଜି) କିମ୍ବା ତତ୍‌ସମାନ ପଦବୀଗୁଡ଼ିକ ପାଇଁ ୧୯୮୫, ୧୯୮୬, ୧୯୮୭ ଏବଂ ୧୯୮୮ ବ୍ୟାଚ୍‌ର ୨୯ରୁ ଊର୍ଦ୍ଧ୍ୱ ଆଇପିଏସ୍‌ ଅଧିକାରୀଙ୍କ ଏମ୍‌ପ୍ୟାନେଲ୍‌ମେଣ୍ଟ ବା ନିଯୁକ୍ତି ତାଲିକା ଏକ ଚୟନ କମିଟି ଦ୍ୱାରା ସ୍ଥିର କରାଯାଇଛି। ଏହି କମିଟିରେ ଅଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର, କ୍ୟାବିନେଟ ସଚିବ ରାଜୀବ ଗୌବା, ସ୍ବରାଷ୍ଟ୍ର ସଚିବ ଅଜୟ କୁମାର ଭାଲା , ସଚିବ( କାର୍ମିକ) ଦୀପକ ଖଣ୍ଡେକର ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକ ତପନ ଡେକା। ନିଯୁକ୍ତି ତାଲିକାରେ ଅଛନ୍ତି ୧୯୮୮ ବ୍ୟାଚ୍‌ ଆଇପିଏସ୍‌ ଅଧିକାରାୀ ରଶ୍ମି ଶୁକ୍ଳା। ଏକ କେନ୍ଦ୍ରୀୟ ବଳର ନେତୃତ୍ୱ ନେବାକୁ କିମ୍ବା ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିରେ ମହାରାଷ୍ଟ୍ରକୁ ଫେରିବାକୁ ଏହା ଶୁକ୍ଳାଙ୍କ ବାଟ ସଫା କରିଛି। ଡିଜି ଭାବେ ତାଲିକାରେ ସ୍ଥାନ ପାଇଛନ୍ତି ଅତୁଲଚନ୍ଦ୍ର କୁଲକର୍ନି ଓ ସଦାନନ୍ଦ ଦାଟେ। ମହାରାଷ୍ଟ୍ରରେ ଦାଟେଙ୍କ ପଦୋନ୍ନତିକୁ ପୋଲିସ ଏଷ୍ଟାବ୍ଲିଶମେଣ୍ଟ ବୋର୍ଡ ସ୍ବୀକୃତି ଦେଇଛି। ଡିଜି ପଦବୀ ଥିଲେ ବି ଏବେସୁଦ୍ଧା ତାଙ୍କୁ ସେହି ଦାୟିତ୍ୱ ପ୍ରଦାନ କରାଯାଇନାହିଁ। ବର୍ତ୍ତମାନ ଦାଟେ ଆଣ୍ଟି ଟେରୋରିଜମ ସ୍ବାଡ୍‌ର ମୁଖ୍ୟ ଏବଂ କୁଲକର୍ର୍ନିି ନ୍ୟାଶନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସିର ଅତିରିକ୍ତ ଡିଜି ଅଛନ୍ତି। ଏହି ସମୟରେ ମୁମ୍ବାଇ ସ୍ବତନ୍ତ୍ର ପୋଲିସ କମିଶନର ଦେବେନ ଭାରତୀଙ୍କୁ ଅତିରିକ୍ତ ଡିଜି ଭାବେ ନିଯୁକ୍ତି ତାଲିକାଭୁକ୍ତ କରାଯାଇଛି। ୟୁପି କ୍ୟାଡରର ୮ରୁ ଅଧିକ ଏବଂ ପଞ୍ଜାବ କ୍ୟାଡରର ୫ ଜଣ ଆଇପିଏସ୍‌ ଅଧିକାରୀ କେନ୍ଦ୍ରରେ ଡିଜି ଏବଂ ଅତିରିକ୍ତ ଡିଜି ର଼୍ୟାଙ୍କରେ ନିଯୁକ୍ତି ଲାଗି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ।
ଅନୁଶାସନବିହୀନ ଅଧିକାରୀ
ନୀତୀଶ କୁମାରଙ୍କ ବିହାରରେ କ’ଣ ସବୁ ଚାଲିଛି? ବରିଷ୍ଠ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନେ ଏବେ ସେବା ପରିବର୍ତ୍ତେ ସେମାନଙ୍କ ଝଗଡ଼ାକୁ ନେଇ ଖବରର ଶିରୋନାମା ପାଲଟୁଛନ୍ତି। ଖୁବ୍‌ ନିକଟରେ ବିହାରର ଦୁଇ ଆଇପିଏସ୍‌ ଅଧିକାରୀ ଏଭଳି ମୁହଁାମୁହଁି ହୋଇଥିଲେ ଯେ, ତାହା କେବଳ ସାଧାରଣରେ ପ୍ରଭାବ ପକାଇ ନ ଥିଲା ବରଂ ନୀତୀଶ କୁମାରଙ୍କ ପ୍ରଶାସନକୁ ସମାଲୋଚନା ତଥା ଆକ୍ରମଣ କରିବାକୁ ତାଙ୍କ ବିରୋଧୀଙ୍କୁ ଖୋରାକ ଯୋଗାଇଥିଲା। ହୋମ୍‌ ଗାର୍ଡ ଓ ଫାୟାର ସର୍ଭିସର ଆଇଜି ବିକାଶ ବୈଭବ ଅଭିଯୋଗ ଆଣିଥିଲେ ଯେ ଡିଜି ଶୋଭା ଓହାଟକର ତାଙ୍କୁ ଅନାବଶ୍ୟକ ଭାବେ ନିର୍ଯାତନା ଦେଇଥିଲେ ଓ ସେ ଏ ସମ୍ପର୍କିତ ଅନେକ ଟୁଇଟ ବି ପୋଷ୍ଟ କରିଥିଲେ। ଏହି କାରଣରୁ ଡିଜି ତାଙ୍କ ଦୁଇ ମାସ ଛୁଟି ଦରଖାସ୍ତକୁ ଖାରଜ କରି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀ ଅଶ୍ଳୀଳ ଭାଷା ବ୍ୟବହାର କରିବା ଏବଂ ଅଧସ୍ତନ ଓ ସାଥୀ କର୍ମଚାରୀଙ୍କୁ ନିର୍ଯାତନା ଦେବାର ଅଭିଯୋଗ ତାଙ୍କ ବିରୋଧରେ ଆସିବା ବିହାରରେ ପ୍ରଥମ ଘଟଣା ନୁହେଁ। ବରିଷ୍ଠ ଆଇଏଏସ୍‌ ଅଧିକାରୀ କେ.କେ.ପାଠକ ଜଣେ ଉପଜିଲାପାଳଙ୍କୁ ଅପଶବ୍ଦ ବ୍ୟବହାର କରିବାର ଭିଡିଓ ଭାଇରାଲ ହୋଇ ଖବରର ଶୀର୍ଷକ ହେବା ପରେ ପରେ ଏହି ଘଟଣା ସାମ୍‌ନାକୁ ଆସିଛି। ପାଠକ ପରେ କ୍ଷମା ମାଗିଥିଲେ । କିନ୍ତୁ ନିଜ ସେବାରେ ନିଜକୁ କିଭଳି ନିୟନ୍ତ୍ରଣରେ ରଖିବାକୁ ହୁଏ ତାହା ପ୍ରଶିକ୍ଷଣ ପାଇଥିଲେ ବି ଅଧିକାରୀମାନେ ଅନୁଶାସନବିହୀନ ବୋଲି ପ୍ରତିପାଦିତ କରିଛନ୍ତି। ଏହିସବୁ ଘଟଣା ଘଟୁଥିବାରୁ ଅନେକ ପର୍ଯ୍ୟବେକ୍ଷକ କହୁଛନ୍ତି ଯେ, ଏଭଳି ବିବାଦଗୁଡ଼ିକ ଯୋଗୁ ବିହାର ପ୍ରଶାସନ ନିମ୍ନଗାମୀ ହେଉଛି, ଯାହା ଉପରେ ମୁଖ୍ୟମନ୍ତ୍ରୀ ଚିନ୍ତା କରିବା ଉଚିତ।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?