ଆଜି ପ୍ରସିଦ୍ଧ ଜାଗରଯାତ୍ରା

ଢେଙ୍କାନାଳ ଅଫିସ, ୧୮।୨: କପିଳାସ ଶୈବପୀଠରେ ଶନିବାର ଅନୁଷ୍ଠିତ ହେଉଛି ପ୍ରସିଦ୍ଧ ମହାଜାଗର। କୋଭିଡ୍‌ କାରଣରୁ ଦୁଇବର୍ଷ ହେଲା ମହାଦେବଙ୍କ ଏହି ବାର୍ଷିକ ଯାତ୍ରାରୁ ଶ୍ରଦ୍ଧାଳୁ ବଞ୍ଚତ୍ତ ହୋଇ ରହିଥିଲେ। ତେଣୁ ଚଳିତବର୍ଷ ବହୁଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସମ୍ଭାବନା ରହିଛି। ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ଶୁକ୍ରବାରଠାରୁ ଶ୍ରଦ୍ଧାଳୁଙ୍କ ସମାଗମ ଆରମ୍ଭ ହୋଇଥିବାବେଳେ ସଜେଇ ହୋଇଛି ସମଗ୍ର କପିଳାସ ପୀଠ।

ଅନ୍ୟପଟେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି ୧୪ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୨ ଜଣ ଅତିରିକ୍ତ ଏସ୍‌ପି, ୬ ଡିଏସ୍‌ପି, ୧୨ ଇନ୍ସପେକ୍ଟର, ୯୦ ଏସ୍‌ଆଇ ଓ ଏଏସ୍‌ଆଇ, ୯ ଟ୍ରାଫିକ୍‌ କନଷ୍ଟେବଲ୍‌, ୨୦୦ ହୋମ୍‌ଗାର୍ଡ ଶାନ୍ତିଶୃଙ୍ଖଳା ରକ୍ଷାରେ ନିୟୋଜିତ ହେବେ। ସେହିପରି ଆଗନ୍ତୁଙ୍କ ପାଇଁ ପାନୀୟଜଳ, ବାରବାଙ୍କରେ ଆଲୋକୀକରଣ, ପାହାଚ ରାସ୍ତା ସଫାସୁତରା, ଆଶୁ ଚିକିତ୍ସା, ଦୀପ ଲଗାଇବ ବସିବା ବ୍ୟବସ୍ଥା କରାଯାଇଛି।
ଏ ସଂକ୍ରାନ୍ତରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କୁହନ୍ତି, ପୋଲିସ ସମ୍ମୁଖରେ ୨ଟି ଚ୍ୟାଲେଞ୍ଜ ରହିଛି। ପ୍ରଥମତଃ ପୀଠରେ ସ୍ଥାନାଭାବ ମଧ୍ୟରେ ଶ୍ରଦ୍ଧାଳୁଙ୍କୁ ଶୃଙ୍ଖଳିତ ଦର୍ଶନ କରାଇ ଛାଡ଼ିବା ଏବଂ ଦ୍ୱିତୀୟତଃ କପିଳାସ ପୀଠକୁ ୩ ଦିଗରୁ ଆସୁଥିବା ଯାନବାହନ ନିୟନ୍ତ୍ରଣ କରିବା। ଏଥିଲାଗି ଶୁକ୍ରବାର ଅପରାହ୍ନରୁ ପୋଲିସ ମୁତୟନ କରାଯାଇଛି। ୧୯ ତାରିଖ ସକାଳେ ଭିଡ଼ କମିବା ଯାଏ ତୀକ୍ଷ୍ଣ ନଜର ରହିବ। ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପ୍ରସିଦ୍ଧ ଜାଗର ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଏସ୍‌ପି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ନୀତିନିର୍ଘଣ୍ଟ ସ୍ଥିରୀକୃତ

ଜାଗର ଉପଲକ୍ଷେ ରାଜ ପୁରୋଧା ପଞ୍ଚାନନ ମିଶ୍ରଙ୍କ ଦ୍ୱାରା ନୀତିନିର୍ଘଣ୍ଟ ସ୍ଥିରୀକୃତ କରାଯାଇଛି। ପ୍ରାତଃରୁ ଦୈନନ୍ଦିନ ନୀତିକାନ୍ତି ପରେ ସନ୍ଧ୍ୟା ୭ଟାରୁ ରାତି ସାଢ଼େ ୨ଟା ମଧ୍ୟରେ ପାରମ୍ପରିକ ନିୟମ ଅନୁଯାୟୀ ସମସ୍ତ ଚାରିପୂଜା ସମ୍ପନ୍ନ ହେବ। ଏହାପରେ ପର୍ଯ୍ୟାୟକ୍ରମେ ମହାରୁଦ୍ରାଭିଷେକ, ମହାସ୍ନାନ, ନାଗାଭରଣ ବେଶ, ପଞ୍ଚବକ୍ରପୂଜା ସମ୍ପନ୍ନ ହେବ। ରାତି ୩ଟା ୫୫ରେ ବେଢ଼ା ପରିକ୍ରମା ପରେ ପ୍ରାତଃ ୪ଟା ୯ ମଧ୍ୟରେ ପାଳିଆ ସେବକଙ୍କ ଦ୍ୱାରା ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ। ଏହାପରେ ୪ଟା ୨୫ରେ ହରିହର ଭେଟ, ସାଢ଼େ ୪ରୁ ୪ଟା ୪୦ ମଧ୍ୟରେ ନିତ୍ୟଧୂପ ଓ ପହୁଡ଼, ୪ଟା ୫୦ରେ ଠାକୁରଙ୍କ ଯୋଗନିଦ୍ରା ଭଙ୍ଗ କରାଯିବ। ସକାଳ ୫ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ମହାଦେବ ଶ୍ରୀଚନ୍ଦ୍ରଶେଖରଜୀଉ ଯୋଗୀବେଶରେ ଦର୍ଶନ ଦେବେ।
ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?