ଭାରତୀୟ କଳାକୃତି ଲୁଣ୍ଠନ

ଇଂ. ମାୟାଧର ସ୍ବାଇଁ

 

ବ୍ରିଟିଶ୍‌ ରାଜତ୍ୱ ସମୟରେ ଭାରତର ଅନେକ ମନ୍ଦିର, ଦୁର୍ଗ, ପ୍ରାସାଦରୁ ଐତିହାସିକ ଓ ସାଂସ୍କୃତିକ ପ୍ରାଚୀନ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ଓ ଅନ୍ୟାନ୍ୟ କଳାକୃତିଗୁଡ଼ିକୁ ଇଂରେଜମାନେ ନିଜ ଦେଶକୁ ନେଇଯାଇଥିଲେ। ସେଥିମଧ୍ୟରୁ ଅଧିକାଂଶ ବର୍ତ୍ତମାନ ଇଂଲଣ୍ଡର ବିଭିନ୍ନ ଜାତୀୟ ସଂଗ୍ରହାଳୟରେ ରହିଛି ଏବଂ କେତେକ ବିଭିନ୍ନ ବ୍ୟକ୍ତିଗତ ସଂଗ୍ରହାଳୟରେ ଅଛି। ଟିପୁ ସୁଲତାନଙ୍କ ଖଣ୍ଡା ଓ ମହାତ୍ମା ଗାନ୍ଧୀଙ୍କ ଘଡ଼ି ଭଳି କେତୋଟି ଜିନିଷ ଅର୍ଥ ବିନିମୟରେ ଭାରତକୁ ଆସିଛି। କୋଣାର୍କର ନବଗ୍ରହ ମୂର୍ତ୍ତି, ଦକ୍ଷିଣ ଭାରତର ବିଭିନ୍ନ ମନ୍ଦିରର ନଟରାଜ ମୂର୍ତ୍ତି, କୋହିନୂର ହୀରା, ବଖଶାଳି ପାଣ୍ଡୁଲିପି (୧୮୮୧ ମସିହାରେ ପେଶବାର ନିକଟସ୍ଥ ବଖଶାଳି ଗ୍ରାମରୁ ଆବିଷ୍କୃତ ଚତୁର୍ଥ ଶତାବ୍ଦୀର ଗଣିତ ପୁସ୍ତକ), ଅନେକ ପ୍ରାଚୀନ ପୋଥି ଆଦି ଇଂଲଣ୍ଡରେ ଅଛି।
ବିଶେଷଜ୍ଞମାନଙ୍କ ଅନୁଯାୟୀ ୧୯୮୦ ମସିହା ପରଠାରୁ ପ୍ରାୟ ୨୦,୦୦୦ ମୂର୍ତ୍ତି, ସ୍ଥାପତ୍ୟ ଓ ଅନ୍ୟ କଳାକୃତି ଭାରତରୁ ଚୋରି ହୋଇ ବିଦେଶରେ ବିକ୍ରି ହୋଇଛି। ଏସବୁର ବଜାର ମୂଲ୍ୟ ଏକ ହଜାର କୋଟିରୁ ଅଧିକ ହେବ। ଚିନ୍ତାଜନକ ବିଷୟ ହେଉଛି ଯେ ଏହା ସାଧାରଣ ଛୋଟ ଚୋରର କାମ ନୁହେଁ, ବିଧିବଦ୍ଧ ଭାବେ ଗୋଟିଏ ର଼୍ୟାକେଟ୍‌ ଏଥିପାଇଁ କାର୍ଯ୍ୟ କରୁଛି। କିଛି ବର୍ଷ ତଳେ ନ୍ୟୁୟର୍କ ସହରରେ ଜଣେ କଳାକୃତି ବ୍ୟବସାୟୀ ସୁଭାଷ କପୁରଙ୍କ ଦୋକାନରେ ତଲାସି ନେବା ପରେ ୧୦୭ ନିୟୁତ ଡଲାର ମୂଲ୍ୟର କଳାକୃତି ମିଳିଥିଲା ଏବଂ ଏଥିରୁ ଅଧିକାଂଶ ଭାରତରୁ ଚୋରି ହୋଇଥିବାର ଜଣାପଡ଼ିଲା।
ବିଦେଶରେ ଧରାପଡ଼ିବା ପରେ କେତେକ କଳାକୃତି ଭାରତ ଆସିଛି। ୨୦୧୫ ମସିହା ସେପ୍ଟେମ୍ବର ମାସରେ ଅଷ୍ଟ୍ରେଲିଆର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଟୋନି ଆବୋଟ୍ଟ ଭାରତ ଗସ୍ତରେ ଆସିଥିବା ସମୟରେ ଏକାଦଶ ଶତାବ୍ଦୀର ଚୋରା ନଟରାଜ ମୂର୍ତ୍ତିକୁ ଭାରତକୁ ଫେରାଇଥିଲେ। ଏହାର ଏକମାସ ପରେ ଜର୍ମାନ୍‌ ଚାନ୍‌ସେଲର ଆଞ୍ଜେଲା ମେର୍କେଲ୍‌ ୨୦ ବର୍ଷ ପୂର୍ବେ କଶ୍ମୀରରୁ ଚୋରି ହୋଇଥିବା ଦଶମ ଶତାବ୍ଦୀର ଗୋଟିଏ ଦୁର୍ଗା ମୂର୍ତ୍ତି ଫେରାଇଥିଲେ। ୧୯୯୮ ମସିହାରେ ରାଜସ୍ଥାନର ବାରୋଲିସ୍ଥିତ ଘଟେଶ୍ୱର ମନ୍ଦିରରୁ ଚାରି ଫୁଟ ଉଚ୍ଚର ପଥର ନିର୍ମିତ ଗୋଟିଏ ନଟରାଜ ମୂର୍ତ୍ତି ଇଂଲଣ୍ଡକୁ ଚୋରା ଚାଲାଣ ହୋଇଥିଲା। ପନ୍ଦର ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଜାଗା ହୋଇ ଶେଷରେ ଜଣେ ବ୍ୟକ୍ତି ସ୍ବେଚ୍ଛାକୃତ ଭାବେ ଏହାକୁ ଲଣ୍ଡନସ୍ଥିତ ଭାରତୀୟ ଦୂତାବାସକୁ ପ୍ରଦାନ କରିଥିଲେ। ତାହା ଏଇ ବର୍ଷ ଅଗଷ୍ଟରେ ଭାରତ ଫେରିଛି।
ଭାରତରୁ ଚୋରି ହୋଇଥିବା ଅନେକ କଳାକୃତି ବିଦେଶରେ ଧରାପଡ଼ି ସେହି ଦେଶର ସରକାରଙ୍କ ନିକଟରେ ଅଛି। ଯୁକ୍ତରାଷ୍ଟ୍ର ଆମେରିକାରେ କେବଳ ୧୯୦୦ଟି କଳାକୃତି ଜବତ ହୋଇଛି। ୟୁରୋପରେ ମଧ୍ୟ ଅନେକ ଚୋରି କଳାକୃତି ଧରାପଡ଼ିଛି। ସେଗୁଡ଼ିକୁ ଭାରତକୁ ଆଣିବାର ବ୍ୟବସ୍ଥା କରାଯିବା ଆବଶ୍ୟକ। ବିଦେଶରୁ କଳାକୃତିଗୁଡ଼ିକ ଭାରତକୁ ଫେରିଲେ ସେଗୁଡ଼ିକୁ କେଉଁଠାରେ ରଖାଯିବ, ଏହା ହେଉଛି ଗୋଟିଏ ପ୍ରଶ୍ନ। କେତେକଙ୍କ ମତରେ ଏହା ଯେଉଁ ବ୍ୟକ୍ତି କିମ୍ବା ଅନୁଷ୍ଠାନଠାରୁ ଚୋରି ହୋଇଛି, ସେମାନଙ୍କୁ ଫେରାଇଦେବା ଉଚିତ। ଅନ୍ୟ କେତେକଙ୍କ ମତରେ ଏହାକୁ ସରକାର ନିଜ ପାଖରେ ରଖିବା ଉଚିତ ଏବଂ ଭଲ କଳାକୃତିଗୁଡ଼ିକ ସଂଗ୍ରହାଳୟରେ ପ୍ରଦର୍ଶିତ ହେବା ଆବଶ୍ୟକ। ସଂଗ୍ରହାଳୟରେ ରହିଲେ କଳା ଐତିହାସିକମାନେ ଓ ଜନସାଧାରଣ ଏହାକୁ ଦେଖିବାର ସୁଯୋଗ ପାଇବେ। ଜଣାଯାଇଛି ଯେ, ଅନେକ କଳାକୃତିର ଉଦ୍ଧାର ପରେ ଏହା କୌଣସି ସଂଗ୍ରହାଳୟରେ ପ୍ରଦର୍ଶିତ ନ ହୋଇ ଭଣ୍ଡାର ଘରେ ପଡ଼ି ରହୁଛି। ୧୯୯୧ ମସିହାରେ ଇଂଲଣ୍ଡରୁ ଭାରତକୁ ଫେରିଥିବା ପ୍ରସିନ୍ଧ ନଟରାଜ ମୂର୍ତ୍ତିକୁ କେହି ଦେଖିବାର ସୁଯୋଗ ପାଇନାହାନ୍ତି। ଏହାଦ୍ୱାରା ଉଦ୍ଧାରର କୌଣସି ଲାଭ ହେଉନାହିଁ ଏବଂ ଏଗୁଡ଼ିକ ପୁନଶ୍ଚ ଚୋରି ହୋଇଯିବାର ଆଶଙ୍କା ରହୁଛି।
ବେଳେବେଳେ ଗୋଟିଏ ଗୋଟିଏ କଳାକୃତିର ଅନେକ ଦାବିଦାର ଥାଆନ୍ତି। ବିଖ୍ୟାତ କୋହିନୂର ହୀରାକୁ ବିଚାର କରାଯାଉ। ଅନେକ ରାଜା, ମହାରାଜା ଓ ବାଦଶାହଙ୍କ ପାଖରେ ରହି ଶେଷରେ ଏହା ପଞ୍ଜାବ ସମ୍ରାଟ ରଣଜିତ ସିଂହଙ୍କ ପାଖରେ ଥିଲା। ତାଙ୍କ ମୃତ୍ୟୁ ପରେ ଇଂରେଜମାନେ ଏହାକୁ ତାଙ୍କ ପୁତ୍ରଠାରୁ ନେଇ ଯାଇ ଇଂଲଣ୍ଡ ପଠାଇଥିଲେ ଏବଂ ଏହା ବର୍ତ୍ତମାନ ଇଂଲଣ୍ଡ ରାଣୀଙ୍କ ରାଜମୁକୁଟରେ ଶୋଭା ପାଉଛି। ଏହାକୁ ଭାରତ ଫେରାଇ ଆଣିବା ପାଇଁ ଦାବି ହେଉଛି। ସ୍ବାଭାବିକ ଭାବେ ପଞ୍ଜାବ ଏହାକୁ ପାଇବାକୁ କହୁଛି। ସେତେବେଳ ଶିଖ୍‌ ସାମ୍ରାଜ୍ୟର ରାଜଧାନୀ ଲାହୋର ଥିଲା, ଯାହା ବର୍ତ୍ତମାନ ପାକିସ୍ତାନର ଅନ୍ତର୍ଗତ। ଏଣୁ ପାକସ୍ତାନ ମଧ୍ୟ ଏହାକୁ ଦାବି କରୁଛି। ଅନ୍ୟପକ୍ଷରେ ମୃତ୍ୟୁ ପୂର୍ବରୁ କୋହିନୂରକୁ ଜଗନ୍ନାଥ ମନ୍ଦିରକୁ ଦେବା ପାଇଁ ମହାରାଜା ରଣଜିତ ସିଂହ ଚିଠି ଲେଖିଥିଲେ ଏବଂ ଫଳରେ ଏହା ଜଗନ୍ନାଥ ମନ୍ଦିରକୁ ଆଣିବା ପାଇଁ ଓଡ଼ିଶାର ଦାବି ହୋଇଛି।
ମନ୍ଦିରର ମୂର୍ତ୍ତିଗୁଡିକୁ ଜୀବନ୍ତ ପରମ୍ପରାର ଏକ ଅଂଶ ଭାବେ ଭାରତରେ ମନେକରାଯାଏ। ଏହାର ସୃଷ୍ଟିକର୍ତ୍ତା ଏହାକୁ ମନ୍ଦିର ପାଇଁ ସୃଷ୍ଟି କରିଥିଲେ, ସଂଗ୍ରହାଳୟ ପାଇଁ ନୁହେଁ।ଏଣୁ ଏଗୁଡିକୁ ମନ୍ଦିରରେ ପୁନଃସ୍ଥାପନ କଲେ ଏହା ସହିତ ସଂଶ୍ଳିଷ୍ଟ ସଂସ୍କୃତି ଓ ପରମ୍ପରା ଉଜ୍ଜୀବିତ ହେବ।
ଆମର କଳାକୃତିଗୁଡ଼ିକୁ ଚୋରିରୁ ବଞ୍ଚାଇବାକୁ ହେଲେ ଏଗୁଡିକ ଉପଯୁକ୍ତ ସୁରକ୍ଷା ଆବଶ୍ୟକ। ମୋଟାମୋଟି ଭାବେ କହିଲେ ଆମ କଳାକୃତିଗୁଡ଼ିକର ତାଲିକା ପ୍ରସ୍ତୁତ କରି ସର୍ବସାଧାରଣରେ ପ୍ରକାଶ କରିବା ସହ ଏଗୁଡ଼ିକର ଉପଯୁକ୍ତ ସୁରକ୍ଷା ଦରକାର ଏବଂ ଭାରତରୁ ଚୋରିହୋଇ ବିଦେଶରେ ଥିବା କଳାକୃତିଗୁଡିକୁ ଦେଶକୁ ଫେରାଇ ଆଣିବା ପାଇଁ ଚେଷ୍ଟା ଆବଶ୍ୟକ। ପ୍ରାଚୀନ କଳାକୃତିଗୁଡ଼ିକର ସୁରକ୍ଷା ପାଇଁ ”ଦି ଆଣ୍ଟିକ୍‌ ଏଣ୍ଡ୍‌ ଆର୍ଟ ଟ୍ରେଜର ଆକ୍ଟ-୧୯୭୨“ ଦେଶରେ ଅଛି। ଏହା କଡ଼ାକଡ଼ି ପାଳନ ହେବା ଆବଶ୍ୟକ। ଅଧିକାଂଶ ଚୋରାଚାଲାଣ ସମୁଦ୍ର ପଥରେ ହେଉଥିବାରୁ ତଟରକ୍ଷୀମାନଙ୍କୁ ଏଥିପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ଉଚିତ ହେବ।
୭୦, ଲକ୍ଷ୍ମୀବିହାର ଫେଜ୍‌ ୧, ଭୁବନେଶ୍ୱର
ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?