ଜୀବିକା ଦେଇଛି ଜୈବଖତ

ଭୁବନ, ୬।୮(ଡି.ଏନ୍‌.ଏ.) ଗଳିକନ୍ଦିରେ ଠୁଳ ହୋଇ ରହୁଥିଲା ଆବର୍ଜନା। ବିଗାଡୁଥିଲା ସହର ସୌନ୍ଦର୍ଯ୍ୟ। ସୃଷ୍ଟି ହେଉଥିଲା ପୁତ୍ତିଗନ୍ଧମୟ ପରିବେଶ। ବଢୁଥିବା ମଶାବଂଶ ସାଜୁଥିଲା ସଂକ୍ରାମକ ରୋଗର କାରଣ। ହେଲେ ସେହି ଅଦରକାରୀ ବର୍ଜ୍ୟ ଏବେ ଅନେକଙ୍କୁ କରିଛି ସ୍ବାବଲମ୍ବୀ। ସେଥିରୁ ପ୍ରସ୍ତୁତ ହେଉଥିବା ଜୈବଖତରୁ ସ୍ବଚ୍ଛଳ ହୋଇଛି ଅନେକ ପରିବାରର ଆର୍ଥତ୍କ ସ୍ଥିତି। ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିରେ ନିର୍ମାଣ ହୋଇଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ୧୬ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାଙ୍କ ମୁହଁରେ ହସ ଫୁଟାଇଥିବାବେଳେ ଆଗାମୀ ଦିନରେ ଏହାର ସମ୍ପ୍ରସାରଣ କରିବାକୁ ଯୋଜନା ରହିଛି।

ଫସଲରେ ବଢୁଛି କୀଟନାଶକ, ରାସାୟନିକ ସାର ବ୍ୟବହାର। ଏହାଦ୍ୱାରା ଯଦିଓ ଉତ୍ପାଦନ ବୃଦ୍ଧି ପାଉଛି, ତଥାପି ଶରୀର ଉପରେ ପଡୁଛି ଏହାର ପ୍ରତିକୂଳ ପ୍ରଭାବ। ତେଣୁ ସମନ୍ବିତ କୃଷିରେ ଜୈବିକ ସାର ପ୍ରୟୋଗ ଉପରେ ଏବେ ଦିଆଯାଉଛି ପ୍ରାଥମିକତା। ସହରାଞ୍ଚଳରୁ ଦୈନିକ ବାହାରୁଥିବା ବର୍ଜ୍ୟରୁ ଉନ୍ନତମାନର କମ୍ପୋଷ୍ଟ ପ୍ରସ୍ତୁତ କରି ଏହାକୁ କୃଷିକ୍ଷେତ୍ରରେ ବ୍ୟବହାର କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏନ୍‌ଏସି, ପୌରାଞ୍ଚଳ ଏବଂ ମହାନଗର ନିଗମରେ ୨୦୧୯ରୁ ଆରମ୍ଭ ହୋଇଛି ‘ମୋ ଖତ’ ଯୋଜନା। ତଦନୁଯାୟୀ ଭୁବନ ଏନ୍‌ଏସିରେ ୨୦୨୦ରୁ ସ୍ଥାପନ କରାଯାଇଛି ୨ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି)। ଏନ୍‌ଏସିର ୧୪ନଂ. ଓ୍ବାର୍ଡ ରଗଡ଼ି ନାଳ ଏବଂ ୨ନଂ. ଓ୍ବାର୍ଡ ଅଧୀନ ମହିଳା କଲେଜ ନିକଟରେ ଏହି ଦୁଇ ଏମ୍‌ସିସି ରହିଛି। ଏହାର ପରିଚାଳନା ଦାୟିତ୍ୱ ନେଇଛି ସ୍ଥାନୀୟ ଗୋରଖନାଥ ସ୍ବୟଂ ସହାୟକ ଗୋଷ୍ଠୀ। ଖତ ଉତ୍ପାଦନରେ ଏସ୍‌ଏଚ୍‌ଜିର ୧୬ ଜଣ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି। ଏନ୍‌ଏସି ଅନ୍ତର୍ଗତ ୧୫ ଓ୍ବାର୍ଡର ଆବର୍ଜନା ସଂଗୃହୀତ ହୋଇ ଏମ୍‌ସିସିକୁ ଆସୁଛି। ସେଠାରେ ଖତଯୋଗ୍ୟ ବର୍ଜ୍ୟକୁ ପୃଥକୀକରଣ କରାଯିବା ପରେ କମ୍ପୋଷ୍ଟ ପ୍ରସ୍ତୁତ କରାଯାଉଛି। ଅଦ୍ୟାବଧି ଉଭୟ ଏମ୍‌ସିସିରୁ ୧୦୦୦ କେ.ଜି.ରୁ ଊର୍ଦ୍ଧ୍ୱ ଖତ ଉତ୍ପାଦନ ହୋଇସାରିଲାଣି। କେଜି ପ୍ରତି ୨୦ ଟଙ୍କା ଦରରେ ୬୦୦ କେ.ଜି. ବିକ୍ରି ସରିଲାଣି। ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ଏହାର ଲାଭାଂଶ ଦିଆଯାଉଛି। ଆଞ୍ଚଳିକ ବଜାରରେ ‘ମୋ ଖତ’ର ଚାହିଦା ବଢ଼ିବାରେ ଲାଗିଛି। କିଚେନ ଗାର୍ଡେନ, ଫୁଲଚାଷ ଏବଂ ଘରେ ଲଗାଯାଇଥିବା ସୌଖୀନ ଗଛରେ ଏହାକୁ ବ୍ୟବହାର କରାଯାଉଛି। ଆଗାମୀ ଦିନରେ ଏମ୍‌ସିସି ସମ୍ପ୍ରସାରଣ କରିବା ଲାଗି ଯୋଜନା ରହିଛି। ଖତ ଉତ୍ପାଦନ ବଢ଼ିଲେ ବନ ବିଭାଗ, ଉଦ୍ୟାନ ବିଭାଗ, କୃଷି ବିଭାଗକୁ ସିଧାସଳଖ ବିକ୍ରି କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

ଲୋକଙ୍କ ଆଗ୍ରହ ବଢୁଛି
ଭୁବନ ଏନ୍‌ଏସିରେ ଆରମ୍ଭ ହୋଇଥିବା ‘ମୋ ଖତ’ ଯୋଜନା ଦ୍ୱାରା ବର୍ଜ୍ୟବସ୍ତୁର ଉତ୍ତମ ପରିଚାଳନା ହୋଇପାରୁଛି। ଜୈବଖତ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। ଏହାର ବ୍ୟବସାୟିକ ଦିଗକୁ ଗୁରୁତ୍ୱ ଦେଇ ଖୁବ୍‌ଶୀଘ୍ର ଏମ୍‌ସିସି ପରିବର୍ଦ୍ଧିତ କରାଯିବ।
– ପ୍ରଣୟ କୁମାର ଚୌଧୁରୀ, ମିଶନ ଶକ୍ତି ଅଧିକାରୀ

ଉତ୍ପାଦନ ବଢ଼ିଲେ ଚାଷୀ ଉପକୃତ ହେବେ
ରାସାୟନିକ ସାର ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ବୁଦ୍ଧିଜୀବୀବର୍ଗ ହୃଦ୍‌ବୋଧ କଲେଣି। ଜମିରେ ଜୈବିକ ସାର ପ୍ରୟୋଗ ଲାଗି ଆଗ୍ରହ ବଢୁଛି। ଏମ୍‌ସିସିରୁ ଅଧିକ ପରିମାଣର ମୋ’ ଖତ ଉତ୍ପାଦନ ହେଲେ ଚାଷୀମାନେ ଉପକୃତ ହେବେ।
-କାଳିନ୍ଦୀ ଚରଣ କୁଅଁର, ବରିଷ୍ଠ ନାଗରିକ

ଅଧିକ ଏସ୍‌ଏଚ୍‌ଜିକୁ ସାମିଲ କରାଯାଉ
ସହରରୁ ସଂଗୃହୀତ ଆବର୍ଜନା ତୁଳନାରେ ଏମ୍‌ସିସି ସଂଖ୍ୟା କମ୍‌। ଏହି ବହୁମୁଖୀ ଯୋଜନାରେ ଅଧିକରୁ ଅଧିକ ଅନ୍ୟ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ସାମିଲ କରାଗଲେ ଶତାଧିକ ପରିବାର ଉପକୃତ ହୋଇପାରନ୍ତେ।
-ଲିପି ବୈଶାଖ, ଏସ୍‌ଏଚ୍‌ଜି ସଦସ୍ୟା


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri