‘ଗୁହାରି ଶୁଣ, ନାତୁଣୀନାତିଙ୍କୁ ଦୟା କର’

ଭଦ୍ରକ ଅଫିସ, ୧୫।୬-କରୋନା ଉଜାଡ଼ି ଦେଇଛି ସଂସାର। ଅନାଥ ହୋଇଗଲେ ୩ ସନ୍ତାନ। ଠିକ୍‌ ବର୍ଷକ ତଳେ ଏକ ଅଜଣା ରୋଗରେ ମା’ଙ୍କୁ ହରାଇଥିଲେ। ଆଉ ଏବେ କରୋନା ସେମାନଙ୍କ ବାପାଙ୍କୁ ଛଡ଼ାଇନେଲା। ସେହିପରି ରୋଜଗାରିଆ ପୁଅକୁ ହରାଇ ବୃଦ୍ଧ ମା’ ବାପା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପୁଅବୋହୂଙ୍କୁ ହରାଇ ବୃଦ୍ଧ ଦମ୍ପତିଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ ବୟସର ଅପରାହ୍ନରେ ଅନାଥ ୩ ନାତୁଣୀ ନାତିଙ୍କ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ଏହି ବୃଦ୍ଧ ଦମ୍ପତି। ଆମ ଗୁହାରି ଟିକେ ଶୁଣ, ନାତୁଣୀ ନାତିଙ୍କୁ ଦୟା କର ବୋଲି ସେମାନେ ନିବେଦନ କରୁଛନ୍ତି। ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ତିହିଡ଼ି ନନ୍ଦପୁର ଗ୍ରାମରେ।
ଏହି ଗ୍ରାମର ଶୁକଦେବ ନାଥଙ୍କ ସ୍ତ୍ରୀ, ଏକମାତ୍ର ପୁଅ ମନୋଜ, ୨ ନାତୁଣୀ ଓ ନାତିକୁ ନେଇ ତାଙ୍କ ପରିବାର ଚାଲିଥିଲା। ମନୋଜ ଅଟୋ ଚଲାଇ ପରିବାରର ପ୍ରତିପୋଷଣ କରୁଥିଲେ। କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହେବାରୁ ଚିକିତ୍ସା ପାଇଁ ଭଦ୍ରକ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ଗତ ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି। ଗତବର୍ଷ କରୋନା ମହାମାରୀ ସମୟରେ ବୋହୂ କନକଲତା କେଉଁ ଅଜଣା ରୋଗରେ ଆରପାରିକୁ ଚାଲିଯାଇଥିଲେ। ଆଉ ଏବେ ପୁଅର ମୃତ୍ୟୁ ପରେ ସେମାନେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। କୌଣସି ରୋଜଗାର ନ ଥିବାବେଳେ ଶୁକଦେବଙ୍କୁ ୩ ନାତିନାତୁଣୀଙ୍କ ଭରଣପୋଷଣ ଚିନ୍ତା ଘାରିଛି। ଏହି ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷେ କରୋନାରେ ମନୋଜଙ୍କ ମୃତ୍ୟୁ ହେବା ପରେ ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କ ଘରକୁ ଯାଇ ସବିଶେଷ ତଥ୍ୟ ଜିଲା ପ୍ରଶାସନକୁ ପ୍ରଦାନ କରିଛି। କରୋନା ମହାମାରୀରେ ଅନାଥ ହୋଇଥିବା ପରିବାର ପ୍ରତି ସରକାରଙ୍କ ସମବେଦନା ସହ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ। ଯଥାଶୀଘ୍ର ଏହି ପରିବାର ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେମାନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।...

ପୁରୀ ଜିଲାକୁ ବାହାର ଲୋକଙ୍କୁ ମନା, ବଡ଼ଦାଣ୍ଡକୁ ଆସିବେନି ପୁରୀବାସୀ: ଡିଜିପି

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରଥଯାତ୍ରା ନେଇ ପୋଲିସ ଡିଜିପି ଅଭୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ରଥଯାତ୍ରା ନେଇ ପ୍ରଶାସନ ଓ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।...

ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାସୁଦେବପୁର,୧।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବରଣ୍ଡୁଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବରଣ୍ଡୁଆ ସେବା ସମବାୟ ସମିତିର ସଭାପତି ନଗେନ୍ଦ୍ର ବିଶ୍ୱାଳଙ୍କ ବାସଭବନରେ ଗୁରୁବାର...

ସରକାରୀ ଚକ୍ରବୂ୍ୟହରେ ଫସିଛି ୧୪୦ ଗ୍ରାମାଞ୍ଚଳ ଆବାସିକ ପ୍ରକଳ୍ପ

ଭୁବନେଶ୍ୱର,୨୮-୮(ବ୍ୟୁରୋ):ନିଜର ଘର ଖଣ୍ଡେ ହେବ। ଜୀବନର ଶେଷ ଯାଏ ସେହି ଘରେ ଆନନ୍ଦରେ କଟିବ। ଏମିତି ଆଶା ରଖି ଲୋକମାନେ ଜୀବନର ସମସ୍ତ ରୋଜଗାର ଘର...

ବିଏମ୍‌ସିର ବିନା ଅନୁମତିରେ ଚାଲିଥିଲା ପ୍ରଦର୍ଶନୀ

ଭୁବନେଶ୍ୱର,୧୩।୯(ବ୍ୟୁରୋ): ବିଏମ୍‌ସିର ବିନା ଅନୁମତିରେ ଆୟୋଜନ ହେଉଥିଲା ପ୍ରଦର୍ଶନୀ । ଏନେଇ ଜୟଦେବ ବିହାର ସ୍ଥିତ ତିରୁମାଳା ତିରୁପତି ଦେବସ୍ଥାନମ୍‌ କଲ୍ୟାଣ ମଣ୍ଡପକୁ ବିଏମ୍‌୍‌ସି ପକ୍ଷରୁ...

ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ, ୨ ଅଟକ

ଭୁବନେଶ୍ୱର, ୫।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଏବେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଏହି ପରିପ୍ରେକ୍ଷୀରେ ସୋମବାର ପିପିଲି ତରାକାଜ ଛକରୁ ପଲସରରେ ଯାଉଥିବା...

କଂଗ୍ରେସ ଗଠନ କଲା କମିଟି

ଭୁବନେଶ୍ବର,୧୨।୧୦(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ସମ୍ପ୍ରତି କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ଼ୋ ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଛି। ସେହିପରି ଓଡ଼ିଶା...

ରେନୋ ଇଣ୍ଡିଆର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୩୦।୭: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ରେନୋ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ (ଆର୍‌ଆଇପିଏଲ୍‌)ର ସ୍ବତନ୍ତ୍ର ଅଭିଯାନ ‘ରେନୋ ଏକ୍ସପେରିଏନ୍ସ ଡେଜ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।...

Advertisement
Archives

Model This Week