‘ଗୁହାରି ଶୁଣ, ନାତୁଣୀନାତିଙ୍କୁ ଦୟା କର’

ଭଦ୍ରକ ଅଫିସ, ୧୫।୬-କରୋନା ଉଜାଡ଼ି ଦେଇଛି ସଂସାର। ଅନାଥ ହୋଇଗଲେ ୩ ସନ୍ତାନ। ଠିକ୍‌ ବର୍ଷକ ତଳେ ଏକ ଅଜଣା ରୋଗରେ ମା’ଙ୍କୁ ହରାଇଥିଲେ। ଆଉ ଏବେ କରୋନା ସେମାନଙ୍କ ବାପାଙ୍କୁ ଛଡ଼ାଇନେଲା। ସେହିପରି ରୋଜଗାରିଆ ପୁଅକୁ ହରାଇ ବୃଦ୍ଧ ମା’ ବାପା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପୁଅବୋହୂଙ୍କୁ ହରାଇ ବୃଦ୍ଧ ଦମ୍ପତିଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ ବୟସର ଅପରାହ୍ନରେ ଅନାଥ ୩ ନାତୁଣୀ ନାତିଙ୍କ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ଏହି ବୃଦ୍ଧ ଦମ୍ପତି। ଆମ ଗୁହାରି ଟିକେ ଶୁଣ, ନାତୁଣୀ ନାତିଙ୍କୁ ଦୟା କର ବୋଲି ସେମାନେ ନିବେଦନ କରୁଛନ୍ତି। ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ତିହିଡ଼ି ନନ୍ଦପୁର ଗ୍ରାମରେ।
ଏହି ଗ୍ରାମର ଶୁକଦେବ ନାଥଙ୍କ ସ୍ତ୍ରୀ, ଏକମାତ୍ର ପୁଅ ମନୋଜ, ୨ ନାତୁଣୀ ଓ ନାତିକୁ ନେଇ ତାଙ୍କ ପରିବାର ଚାଲିଥିଲା। ମନୋଜ ଅଟୋ ଚଲାଇ ପରିବାରର ପ୍ରତିପୋଷଣ କରୁଥିଲେ। କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହେବାରୁ ଚିକିତ୍ସା ପାଇଁ ଭଦ୍ରକ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ଗତ ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି। ଗତବର୍ଷ କରୋନା ମହାମାରୀ ସମୟରେ ବୋହୂ କନକଲତା କେଉଁ ଅଜଣା ରୋଗରେ ଆରପାରିକୁ ଚାଲିଯାଇଥିଲେ। ଆଉ ଏବେ ପୁଅର ମୃତ୍ୟୁ ପରେ ସେମାନେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। କୌଣସି ରୋଜଗାର ନ ଥିବାବେଳେ ଶୁକଦେବଙ୍କୁ ୩ ନାତିନାତୁଣୀଙ୍କ ଭରଣପୋଷଣ ଚିନ୍ତା ଘାରିଛି। ଏହି ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷେ କରୋନାରେ ମନୋଜଙ୍କ ମୃତ୍ୟୁ ହେବା ପରେ ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କ ଘରକୁ ଯାଇ ସବିଶେଷ ତଥ୍ୟ ଜିଲା ପ୍ରଶାସନକୁ ପ୍ରଦାନ କରିଛି। କରୋନା ମହାମାରୀରେ ଅନାଥ ହୋଇଥିବା ପରିବାର ପ୍ରତି ସରକାରଙ୍କ ସମବେଦନା ସହ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ। ଯଥାଶୀଘ୍ର ଏହି ପରିବାର ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ରାଜନୀତିରେ ହଲଚଲ: ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ, ସାମିଲ ହେଲେ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri