ପୁନର୍ବାର ପ୍ରସ୍ତୁତ ହେବ ତାଲିକା

ଅନୁଗୋଳ ଅଫିସ, ୬ା୯: ସାତକୋଶିଆ ଅଭୟାରଣ୍ୟର କୋର୍‌ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟାରେ କଟରଙ୍ଗ ଗ୍ରାମର ୨୧ ପରିବାର କ୍ଷତିପୂରଣ ପ୍ୟାକେଜ୍‌ରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବଞ୍ଚିତ ପରିବାର ସୋମବାର ଅନୁଗୋଳ ଉପଜିଲାପାଳ ବଇତୁରା ଦୀପ୍‌ଙ୍କୁ ସାକ୍ଷାତ କରିଥିଲେ। ଅଭିଯୋଗ ଉପରେ ଏକ ଯୁଗ୍ମ ତଦନ୍ତ ଓ ସର୍ଭେ କରି ପୁନର୍ବାର ତାଲିକା ପ୍ରସ୍ତୁତ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ।
ସମ୍ପୃକ୍ତ ୨୧ ପରିବାର ଗ୍ରାମର ବାସିନ୍ଦା ହୋଇଥିବା ନେଇ ସମସ୍ତ ପ୍ରମାଣପତ୍ର ଉପଜିଲାପାଳଙ୍କୁ ହନ୍ତାନ୍ତର କରିଥିଲେ। ଏହାପରେ ଉପଜିଲାପାଳ ତୁରନ୍ତ ସାତକୋଶିଆ ବନଖଣ୍ଡର ଡିଏଫ୍‌ଓ ସରୋଜ ପଣ୍ଡା, ତହସିଲଦାର ବିମଳ କୁମାର ଲେଙ୍କା ଏବଂ ଅନ୍ୟ ଅଧିକାରୀଙ୍କୁ ଡାକି ଆଲୋଚନା କରିଥିଲେ। ସମ୍ପୃକ୍ତ ପରିବାର ପଲ୍ଲିସଭାରେ ଅଂଶ ଗ୍ରହଣ କରିଥିଲେ ମଧ୍ୟ ପ୍ୟାକେଜରୁ ସେମାନଙ୍କୁ ବଞ୍ଚିତ କରାଯାଇଥିବା ଅଭିଯୋଗ କରିଥିଲେ। ଉପଜିଲାପାଳ ସ୍ଥାନାନ୍ତର ପ୍ରକ୍ରିୟାରେ ରହିଥିବା ସରକାରୀ ନୀତି ନିୟମ, ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ସ୍ଥାନାନ୍ତର ମାର୍ଗଦର୍ଶିକା, ରାଜ୍ୟ ସରକାରଙ୍କ ନିୟମାବଳୀ ଏବଂ ପୁନର୍ବସତି ଓ ଥଇଥାନ ନିୟମାବଳୀ ଆଧାରରେ ରହିଥିବା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଏକ ଯୁଗ୍ମ ତଦନ୍ତ ଓ ସର୍ଭେ ପରେ ପୁନର୍ବାର ତାଲିକା ପ୍ରସ୍ତୁତ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା। ପଲ୍ଲିସଭା ହୋଇଥିବା ୨୦୨୧ ଡିସେମ୍ବର ୧୮କୁ ନେଇ ବୟସ ଆଧାରରେ ତାଲିକା ନିର୍ଣ୍ଣୟ କରାଯିବାକୁ କୁହାଯାଇଥିଲା। ଆଲୋଚନାର ନିଷ୍ପତ୍ତି ନେଇ ଅଭିଯୋଗକାରୀ ୨୧ ପରିବାର ସହମତି ପ୍ରକାଶ କରିବା ସହ ଆନ୍ଦୋଳନ ଓ ଅନଶନ ପ୍ରତ୍ୟାହାର କରିନେଇଥିବା ଜଣାଇଥିଲେ। ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଯୁଗ୍ମ ତଦନ୍ତ, ଅନ୍ୟାନ୍ୟ ସର୍ଭେ ଏବଂ ଆଲୋଚନାକୁ ସେମାନେ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡି ବ୍ଲକ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଏମ୍‌ପି, ବିଧାୟକ

ଦାରିଙ୍ଗବାଡ଼ି,୧୧ା୮(ଡି.ଏନ.ଏ.)- କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ରବିବାର ଦାରିଙ୍ଗବାଡ଼ି ବ୍ଲକରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା...

ସାନିଟାଇଜ ହେଲା ପରିବା ବଜାର

ସମ୍ବଲପୁର,୬।୪(ବ୍ୟୁରୋ)-କରୋନା ଭୂତାଣୁ ମୁକାବିଲା ପାଇଁ ସହରରେ ଅସ୍ଥାୟୀ ଭାବେ ପରିବା ବଜାର ବସୁଛି । ଏହାକୁ ପର୍ଯ୍ୟାୟକ୍ରମେ ମହାନଗର ନିଗମ ଓ ଅଗ୍ନିଶମ ବିଭାଗ ପକ୍ଷରୁ...

ଟାଏକୋଣ୍ଡୋରେ ସ୍ବର୍ଣ୍ଣ ଜିତିଲେ ପ୍ରିୟଙ୍କା

ଖଇରା, ୧୫।୫(ଡି.ଏନ.ଏ.)-ଖଇରା କଲେଜ ଯୁକ୍ତ ୩ କଳାର ଦ୍ୱିତୀୟବର୍ଷ ଛାତ୍ରୀ ପ୍ରିୟଙ୍କା ପାତ୍ର ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ୫୦କେଜି ବର୍ଗରେ ଚାମ୍ପିୟନ ହୋଇ ସ୍ବର୍ଣ୍ଣପଦକ ଲାଭ...

ଜଳପଥ ଦେଇ ଗଞ୍ଜାମ ଜିଲାରେ ପ୍ରବେଶକୁ ନେଇ ପ୍ରତିଷେଧ ମୂଳକ ପଦକ୍ଷେପ: କୋଷ୍ଟଗାର୍ଡ, ମେରାଇନ ପୋଲିସକୁ ଚିଠି ଲେଖିଲେ ଜିଲାପାଳ

ଛତ୍ରପୁର, ୨୧।୪(ଡି.ଏନ୍‌.ଏ.): ବାହାର ରାଜ୍ୟରୁ କେହି ଲୋକ ଜଳପଥ ଦେଇ ଗଞ୍ଜାମ ଜିଲାରେ ପ୍ରବେଶ କରିବାକୁ ନେଇ ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରତିଷେଧକ ମୂଳକ ପଦକ୍ଷେପ...

୧୦୪ କେନ୍ଦ୍ରରେ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରୀଛାତ୍ର

କେନ୍ଦ୍ରାପଡ଼ା ଅଫିସ,୨୯ା୪: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଶୁକ୍ରବାର ହେବ। ଏହି ପରୀକ୍ଷା ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲା ଶିକ୍ଷା ବିଭାଗ...

ପାରୋଲରେ ଆସିଥିଲେ, ସାପ କାମୁଡ଼ାରେ ଚାଲିଗଲା ଜୀବନ

ଚାନ୍ଦବାଲି,୧୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ମାଧପୁର ଗାଁରେ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗାଁର ଧନେଶ୍ୱର ଦାସ।...

ଓଲଟିଲା ତରଭୁଜ ଟ୍ରକ୍‌: ଲୋକେ ବୋହିନେଲେ

କେନ୍ଦୁଝର,୧୭।୩ (ଡି.ଏନ୍‌.ଏ.): କେନ୍ଦୁଝର ଟାଉନ ଥାନା ୪୯ ନଂ. ଜାତୀୟ ରାଜପଥ ଜୁଡିଆଘାଟି ନିକଟରେ ଏକ ତରବୁଜ ବୋଝେଇ ଟ୍ରକ୍‌ ଶୁକ୍ରବାର ଅପରାହ୍ନରେ ଓଲଟି ପଡ଼ିଛି।...

ଟ୍ରାଫିକ ଜାମ୍‌ରେ ଫସିଲେ ପରୀକ୍ଷାର୍ଥୀ

ଯୋଡ଼ା, ୨୭।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହର ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥର କଣ୍ଡରା- ଗୁଆଲୀ ରାସ୍ତାରେ ବୁଧବାର ଟ୍ରାଫିକ ଜାମ୍‌ ଚରମସୀମାରେ ପହଞ୍ଚିଛି।...

Advertisement
Archives

Model This Week