Posted inଜାତୀୟ

ମଦ ନା ମହାଦେବ

ନୂଆଦିଲ୍ଲୀ,୧୧ା୧୨(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଝାଡ଼ଖଣ୍ଡର ରାଜ୍ୟ ସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ସମ୍ପର୍କୀୟମାନଙ୍କ ମାଲିକାନାରେ ଥିବା ମଦଭାଟିଗୁଡ଼ିକରୁ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବାହାରିସାରିଲାଣି। ୨୦୧୮ ମେ’ରେ ଧୀରଜ ଉଚ୍ଚ ସଦନ ପାଇଁ କଂଗ୍ରେସରୁ ପୁନଃ ପ୍ରତିଦ୍ୱନ୍ଦ୍ୱିତା ବେଳେ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ପାଖରେ ମୋଟ ୩୪.୮୩ କୋଟି ଟଙ୍କାର ସମ୍ପତ୍ତି ଥିବା ଦର୍ଶାଇଥିଲେ। ସେଥିରୁ ୨.୦୪ କୋଟି ଟଙ୍କାର ବିଭିନ୍ନ ଅସ୍ଥାବର ସମ୍ପତ୍ତି ରହିଥିଲା। ଅସ୍ଥାବର ସମ୍ପତ୍ତି ଭିତରେ ଆସୁଥିବା ନଗଦ ଟଙ୍କାର ପରିମାଣ ମାତ୍ର ୨୭ ଲକ୍ଷ ବୋଲି ସେ ଉକ୍ତ ଆଫିଡେଭିଟ୍‌ରେ ଉଲ୍ଲେଖ କରିଥିଲେ।

ଡିସେମ୍ବର ୬ରୁ ଓଡ଼ିଶାର ବଲାଙ୍ଗୀର ସୁଦପଡ଼ା ମଦଭାଟି ସମେତ ୮ଟି ସ୍ଥାନ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଆୟକର (ଆଇଟି) ବିଭାଗ ପକ୍ଷରୁ ଚାଲିଥିବା ଚଢ଼ାଉ ବେଳେ ଗଣି ହେଉ ନ ଥିବା ବସ୍ତା ବସ୍ତା ଟଙ୍କାକୁ ଦେଖି ଲୋକଙ୍କ ଆଖି ଖୋସି ହୋଇଗଲାଣି। ତେଣୁ ଧୀରଜ ସାଢ଼େ ୪ ବର୍ଷ ଭିତରେ ଏମିତି କେଉଁ ‘ମହାଦେବ’ଙ୍କୁ ଖୁସି କରିଦେଲେ ଯେ ତାଙ୍କ ପାଖକୁ ଏତେ ଟଙ୍କା ଚାଲିଆସିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି।

ନଭେମ୍ବର ୭ ଓ ୧୭ରେ କଂଗ୍ରେସ ଶାସିତ ଛତିଶଗଡ଼ ବିଧାସଭାର ୯୦ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସରଗରମ ପ୍ରଚାର ଚାଲିଥିବାବେଳେ ନଭେମ୍ବର ୩ରେ ଭୋଟ ପରିଣାମକୁ ପ୍ରଭାବିତ କରିବା ଭଳି ଏକ ଖବର ଆସିଥିଲା। ନିଜକୁ ମହାଦେବ ବେଟିଂ ଆପ୍‌ର ମାଲିକ ବୋଲାଉଥିବା ଶୁଭମ୍‌ ସୋନି ଏକ ଭିଡିଓ ଜାରି କରିଥିଲେ। ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ଉକ୍ତ ଭିଡିଓରେ ଶୁଭମ୍‌ କହିଥିଲେ, ସେ ମହାଦେବ ଆପ୍‌ ଚଳାଇବା ପାଇଁ ଅନୁମତି ପ୍ରଦାନ ସକାଶେ ଲୋକଙ୍କ ନିବେଶ ଅର୍ଥରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ୫୦୮ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି।

ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ନେତାମାନେ ଏହାକୁ ପ୍ରସଙ୍ଗ କରି କ୍ଷମତାସୀନ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଏହାକୁ ଛତିଶଗଡ଼ରେ ବଘେଲ ସରକାର ଧରାଶାୟୀ ହେବାର ଅନ୍ୟତମ ମୁଖ୍ୟ କାରଣ ବୋଲି କୁହାଯାଉଛି। ଏପରି ସମୟରେ ଧୀରଜଙ୍କ ସମ୍ପର୍କୀୟଙ୍କ ମଦଭାଟି, ଘର, ଅଫିସ ଆଦିରୁ ବହୁ କୋଟି ଟଙ୍କା ଜବତ ହେବା କେବଳ ଓଡ଼ିଶା ନୁହେଁ, ବରଂ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତେଣୁ ଏହା ମଦ ବିକ୍ରିରୁ ନା ମହାଦେବ ଆପ୍‌ ଜରିଆରେ ମିଳିଥିବା ଟଙ୍କା ବୋଲି ପ୍ରଶ୍ନ ହେଉଛି।

ଭାଜପା ନେତାମାନେ ୬୪ ବର୍ଷୀୟ ଧୀରଜଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସ୍ଥାନୀୟ ନେତାଙ୍କଠାରୁ ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଓ ମୀନାକ୍ଷୀ ଲେଖିଙ୍କ ପର୍ଯ୍ୟନ୍ତ ନେତାମାନେ ଏହି ବିପୁଳ ଟଙ୍କାର ଉତ୍ସ କ’ଣ ବୋଲି ପ୍ରଶ୍ନ କରିଛନ୍ତି। ଝାଡ଼ଖଣ୍ଡ ଭାଜପା ଏମ୍‌ପି ବିଦ୍ୟୁତ୍‌ ବରଣ ମହତୋ ଏବଂ ପୂର୍ବତନ ମନ୍ତ୍ରୀ ସି.ପି. ସିଂଙ୍କ ମତରେ ଛତିଶଗଡ଼ରେ କଂଗ୍ରେସ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ନ ପାରିଲେ ଝୁଲା ପରିସ୍ଥିତିରେ ନିଅଣ୍ଟ ପଡ଼ିବାକୁ ଥିବା ବିଧାୟକମାନଙ୍କୁ କିଣିବା (ଘୋଡ଼ାବେପାର) ପାଇଁ ଧୀରଜ ଏହି ନଗଦ ଟଙ୍କା ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିଲେ। ଅନେକ ଗାଡ଼ିରେ ଟଙ୍କା ବୁହାହୋଇ ଓଡ଼ିଶାକୁ ଅଣାଯାଇଥିଲା। ସେହିପରି ଆସନ୍ତା ବର୍ଷ ଶେଷ ଆଡ଼କୁ ଝାଡ଼ଖଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ଧୀରଜଙ୍କ ନଗଦ ଟଙ୍କାକୁ ଖର୍ଚ୍ଚ କରିଥାଆନ୍ତା ବୋଲି ଭାଜପା ନେତାମାନେ ଅଭିଯୋଗ ଆଣିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଆଇଟି ପକ୍ଷରୁ ଜବତ ଟଙ୍କାକୁ ନେଇ ଶୁକ୍ରବାର ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ ଉଲ୍ଲେଖ କରିଥିଲେ। ଲୋକଙ୍କଠାରୁ ଲୁଟାଯାଇଥିବା ପ୍ରତ୍ୟେକଟି ଟଙ୍କା ଫେରାଇବାକୁ ପଡ଼ିବ ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଥିଲେ। ତେଣୁ ଏହା ମହାଦେଦ ଆପ୍‌ ଜରିଆରେ ଛତିଶଗଡ଼ ଜନତାଙ୍କୁ ଲୁଟାଯାଇଥିବା ଅର୍ଥ ନା ପଶ୍ଚିମ ଓଡ଼ିଶାରେ ମଦ ବିକ୍ରିରୁ ମିଳିଥିବା ଟଙ୍କା ବୋଲି ପ୍ରଶ୍ନ ଉଠିଛି। ଭାଜପା ନେତାମାନଙ୍କ ମତରେ ଖୋଳତାଡ଼ ଜାରି ରହିଲେ ଆହୁରି ବାହାରିବ। ଜବତ ଟଙ୍କାର ପରିମାଣ ୫୦୦ କୋଟିକୁ ଟପିଯିବ।

ଭାରତରେ ଅଦ୍ୟାବଧି କୌଣସି ଏଜେନ୍ସି ପକ୍ଷରୁ ଜଣେ ବ୍ୟକ୍ତି ବା ଗ୍ରୁପ୍‌ଠାରୁ ଏତେ ପରିମାଣର ଟଙ୍କା ଜବତ ହୋଇ ନ ଥିଲା। ତେଣୁ ଛତିଶଗଡ଼ରେ ମହାଦେବ ବେଟିଂ ଆପ୍‌ ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମେତ ଦେଶର ପ୍ରିମିୟର ଇନ୍‌ଭେଷ୍ଟିଗେଟିଂ ଏଜେନ୍ସି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଧୀରଜଙ୍କ ମାମଲାର ତଦନ୍ତ କରାଗଲେ ସବୁ ସତ ପଦାକୁ ଆସିବ ବୋଲି ଲୋକେ କହୁଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଧୀରଜଙ୍କ ବ୍ୟବସାୟ ସହ ଦଳର କିଛି ସମ୍ପର୍କ ନାହିଁ। ତାଙ୍କଠାରୁ ମିଳିଥିବା ବିପୁଳ ନଗଦ ଟଙ୍କାର ଉତ୍ସ ସେ ହିଁ ବତାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?