Posted inଖେଳ

ପୂର୍ବତଟ ରେଳପଥ ଚାମ୍ପିୟନ

ବୌଦ୍ଧ, ୧୧।୧୨(ଅଜିତ୍‌ କୁମାର ବାରିକ): ବୌଦ୍ଧ ଜିଲା ଷ୍ଟାଡିୟମରେ ଚାଲିଥିବା ୭୦ତମ ରାଜ୍ୟସ୍ତରୀୟ ସିନିୟର ମହିଳା ଭଲିବଲ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ପୂର୍ବତଟ ରେଳପଥ ଚାମ୍ପିୟନ ହୋଇଛି। ରାଜ୍ୟ ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ ଓ ଜିଲା କ୍ରୀଡ଼ା ସଂଘ ସହଯୋଗରେ ଏହି ପ୍ରତିଯୋଗିତା ହୋଇଥିଲା। ଏଥିରେ କିଟ୍‌ ଭୁବନେଶ୍ୱର, ପାରାଦୀପ ପୋର୍ଟ ଟ୍ରଷ୍ଟ, କେନ୍ଦ୍ରାପଡ଼ା, କନ୍ଧମାଳ, ବଲାଙ୍ଗୀର, ସୁନ୍ଦରଗଡ଼, ଢେଙ୍କାନାଳ, ଭୁବନେଶ୍ୱର, ପୂର୍ବତଟ ରେଳପଥ ଓ ଜଗତ୍‌ସିଂହପୁର ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ୍‌ କିଟ୍‌ ଭୁବନେଶ୍ୱର ଓ ପୂର୍ବତଟ ରେଳପଥ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପୂର୍ବତଟ ରେଳପଥ ୨୫-୨୧ ଓ ୨୫-୧୪ରେ କିଟ୍‌ ଭୁବନେଶ୍ୱରକୁ ହରାଇ ପ୍ରତିଯୋଗିତାର ଚାମ୍ପିୟନ ହୋଇଥିଲା। ଉଦ୍‌ଯାପନୀରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ, ସମ୍ମାନିତ ଅତିଥିଭାବେ କଣ୍ଟାମାଳ ବିଧାୟକ ମହୀଧର ରଣା, ପୂର୍ବତନ ଜିଲାପାଳ ଲଲାଟେନ୍ଦୁ ମିଶ୍ର, କ୍ରୀଡ଼ା ପ୍ରତିଯୋଗିତାର ସଂଯୋଜକ ତଥା ବୌଦ୍ଧ ଏନ୍‌ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲାପାଳ ରବୀନ୍ଦ୍ରନାଥ କହଁର, ରାଜ୍ୟ ଭଲିବଲ ସଂଘର ସାଧାରଣ ସମ୍ପାଦକ ଡ. ଗଗନେନ୍ଦୁ ଦାସ, କନ୍ଧମାଳ ଏମ୍‌ପିଙ୍କ ପ୍ରତିନିଧି ତାରେଣୀ ମହାପାତ୍ର, ଜିଲା କ୍ରୀଡ଼ା ସଂଘର ଉପସଭାପତି ଧୂରୀଣ କୁମାର ଦେହୁରୀ, ଜିଲା କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନଙ୍କ ଦ୍ୱାରା ଚାମ୍ପିୟନ ଦଳକୁ ଟ୍ରଫି ସହ ୩୦ ହଜାର ଓ ରନରଅପ୍‌ ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ଏବଂ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଜଗତ୍‌ସିଂହପୁର ଦଳକୁ ୧୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାରେ ସମସ୍ତ ଖେଳକୁ ରେଫରି ଭାବେ ଶୁଭସ୍ମିତା ପରିଡ଼ା, ଭି. ଶ୍ୱାତିଲତା ରେଡ୍ଡୀ, ସୁଜାତା ବିଶ୍ୱାଳ, ସଞ୍ଜୀବ କୁମାର ପଣ୍ଡା, ରଞ୍ଜନ କୁମାର ସାହୁ ଓ ଦିଲୀପ ପଟେଲ ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri