ଲିଣ୍ଡା ଟୁଇଟରର ନୂଆ ସିଇଓ

ଓ୍ବାଶିଂଟନ୍‌, ୧୩।୫: ମାଇକ୍ରୋବ୍ଲଗିଂ ଆପ୍‌ ଟୁଇଟରର ନୂଆ ସିଇଓ ଭାବେ ଲିଣ୍ଡା ୟାକାରିନୋଙ୍କ ନାମ ଘୋଷଣା କରାଯାଇଛି। ଟୁଇଟର ମାଲିକ ଏଲନ ମସ୍କ ଶୁକ୍ରବାର ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟୁଇଟରର ନୂଆ ସିଇଓ ଭାବେ ଲିଣ୍ଡାଙ୍କୁ ସ୍ବାଗତ ଜଣାଉଛି। ଲିଣ୍ଡା କମ୍ପାନୀର ବ୍ୟବସାୟିକ କାରବାରର ତଦାରଖ କରିବାକୁ ଥିବାବେଳେ ନିଜେ ମସ୍କ ପ୍ରଡକ୍ଟ ଡିଜାଇନ୍‌ ଓ ନୂଆ ଟେକ୍‌ନୋଲୋଜି ବିଷୟରେ ଅନୁଧ୍ୟାନ କରିବେ। ଲିଣ୍ଡାଙ୍କ ସହ କାମ କରିବାକୁ ନେଇ ସେ ଉତ୍ସାହିତ ଥିବା କହିଛନ୍ତି। ଟୁଇଟର ସିଇଓ ହେବା ପୂର୍ବରୁ ଲିଣ୍ଡା ଏନ୍‌ବିସିୟୁନିଭର୍ସାଲ ମିଡିଆ କମ୍ପାନୀର ଏକ୍‌ଜିକ୍ୟୁଟିଭ୍‌ ଭାବେ କାର୍ଯ୍ୟ କରୁଥିଲେ। ଲିଣ୍ଡା ଏହି ଜଣାଶୁଣା ଆମେରିକୀୟ ଗଣମାଧ୍ୟମ କମ୍ପାନୀର ଗ୍ଲୋବାଲ୍‌ ଆଡ୍‌ଭାର୍ଟାଇଜିଂ ଏବଂ ପାର୍ଟନରଶିପ୍‌ର ଦାୟିତ୍ୱରେ ଥିଲେ। ଅନ୍ୟପକ୍ଷେ ୧୨ ବର୍ଷରେ ଲିଣ୍ଡା ଏନ୍‌ବିସିୟୁନିଭର୍ସିଟି ମିଡିଆ କମ୍ପାନୀ ଛାଡ଼ୁଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ଟୁଇଟରର ନୂଆ ସିଇଓ ପଦ ଲାଗି ଗୁରୁବାର ମସ୍କ ଏକ ଟୁଇଟ୍‌ କରିବା ପରେ ଲିଣ୍ଡାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ଏ ନେଇ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଏନ୍‌ବିସିୟୁନିଭର୍ସାଲର ଆଡ୍‌ଭାର୍ଟାଇଜିଂ ବିଭାଗ ମୁଖ୍ୟ ଦାୟିତ୍ୱରେ ଲିଣ୍ଡା ୧୦ରୁ ଊର୍ଦ୍ଧ୍ୱ ବର୍ଷ କାର୍ଯ୍ୟ କରିଛନ୍ତି। ସେ ପେନ୍‌ ଷ୍ଟେଟ୍‌ ୟୁନିଭର୍ସିଟିରେ ଲିବେରାଲ୍‌ ଆର୍ଟସ୍‌ ଏବଂ ଟେଲିକମ୍ୟୁନିକେଶନ୍ସରେ ଡିଗ୍ରୀ ହାସଲ କରିଛନ୍ତି। ଏପ୍ରିଲରେ ମିଆମିରେ ଅନୁଷ୍ଠିତ ଏକ ଆଡ୍‌ଭାର୍ଟାଇଜିଂ କନ୍‌ଫରେନ୍ସରେ ଲିଣ୍ଡା ମସ୍କଙ୍କ ସାକ୍ଷାତ୍‌କାର ନେଇଥିବାବେଳେ ଲିଣ୍ଡା ମସ୍କଙ୍କ ପ୍ରଶଂସା କରିଥିଲେ, ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। କିଛିଦିନ ପୂର୍ବେ ମସ୍କ ଏକ କୁକୁର ଫଟୋ ଶେୟାର କରି ଟୁଇଟରର ନୂଆ ସିଇଓ ବୋଲି କ୍ୟାପ୍‌ଶନରେ ଲେଖିଥିଲେ।
ଗତବର୍ଷ ଅକ୍ଟୋବରରେ ମସ୍କ ୪୪ ବିଲିୟନ୍‌ ଡଲାରରେ ମାଇକ୍ରୋବ୍ଲଗିଂ ଜାଏଣ୍ଟ ଟୁଇଟରକୁ କିଣିଥିଲେ। କମ୍ପାନୀର ମାଲିକାନା ହାସଲ କରିବା ପରେ ବହୁ ଉଚ୍ଚପଦଧାରୀ କର୍ମଚାରୀଙ୍କୁ ସେ ଚାକିରିରୁ ବାହାର କରିବା ସହ କମ୍ପାନୀ ନିୟମରେ ଅନେକ ପରିବର୍ତ୍ତନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri