Posted inଖେଳ

ବାପା ଭୂମିକା ତୁଲାଇବେ ଦୂତୀ

ଭୁବନେଶ୍ୱର, ୧୩।୫ (କ୍ରୀଡ଼ା ପ୍ରତିନିଧି): ସମଲିଙ୍ଗୀ ବିବାହକୁ ନେଇ ତର୍କବିତର୍କ ଲାଗି ରହିଥିବାବେଳେ ଭାରତର ସ୍ପ୍ରିଣ୍ଟ୍‌ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ୪ ବର୍ଷ ତଳେ ସମଲିଙ୍ଗୀ ବିବାହ ସମ୍ପର୍କରେ ପ୍ରକାଶ କରି କ୍ରୀଡ଼ା ମହଲରେ ଚର୍ଚ୍ଚିତ ହୋଇଥିବା ଦୂତୀ ଏବେ ଜାତୀୟ ସ୍ତରର ଏକ ମାଗାଜିନର ପ୍ରଚ୍ଛଦପଟରେ ସ୍ଥାନ ପାଇଛନ୍ତି। ସେଥିରେ ସେ ନିଜ ବାନ୍ଧବୀ ମୋନାଲିସା ଦାସଙ୍କ ମଥାରେ ସିନ୍ଦୂର ପିନ୍ଧାଉଥିବା ଫଟୋ ରହିଛି। ସ୍ପଷ୍ଟବାଦୀ ଦୂତୀ ସମଲିଙ୍ଗୀ ସମ୍ପର୍କକୁ ନେଇ ସମାଜରେ ଲୋକଙ୍କର ଚିନ୍ତାଧାରା ବଦଳିଛି ବୋଲି କହିଛନ୍ତି। ”ପୂର୍ବରୁ ଏପରି ସମ୍ପର୍କକୁ ନେଇ ସମସ୍ତେ ବିଭିନ୍ନ କଥା କହୁଥିଲେ। ମାତ୍ର ଏବେ ବିଭିନ୍ନ ମହଲରୁ ସମର୍ଥନ ମିଳିବାରେ ଲାଗିଛି। ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ତୁର୍କୀ ଆଦି ଦେଶରେ ଏହା ବୈଧ। ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଏଥିପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଭବିଷ୍ୟତରେ ଯଦି ବି ଆମେ ପୋଷ୍ୟସନ୍ତାନ ଗ୍ରହଣ କରୁ କିମ୍ବା ସେପରି କିଛି ହୁଏ ତେବେ ଜଣେ ବାପାର ସମସ୍ତ କର୍ତ୍ତବ୍ୟ ମୁଁ ନିଶ୍ଚିତ ସମ୍ପାଦନ କରିବି“ ବୋଲି ସେ ପ୍ରକାଶ କରିଛନ୍ତି। ଦୂତୀ ଆହୁରି କହିଛନ୍ତି ଯେ, ୨୦୧୯ରେ ଆମେ ଚଣ୍ଡିଖୋଲସ୍ଥିତ ମହାବିନାୟକ ମନ୍ଦିରରେ ମାଳ ବଦଳକରି ବିବାହ କରି ସାରିଛୁ। ସେତେବେଳେ ପରିବାରରୁ ବିରୋଧ ହୋଇଥିଲା। ମାତ୍ର ଧୀରେ ଧୀରେ ସମସ୍ତେ ସବୁକିଛି ବୁଝି ପାରିଥିଲେ। ଏବେ ଆଉ ସେ ସ୍ଥିତି ନାହିଁ। ତେଣୁ ମୋ ମନରେ ମଧ୍ୟ ଭୟ ନାହିଁ। ମୋ ବିବାହକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି। ମାତ୍ର ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଉପରେ ମୁଁ ଫୋକସ କରୁଛି। ଏଥିପାଇଁ ମୁଁ ନିଜକୁ ପ୍ରସ୍ତୁତ କରୁଛି। ଅଲିମ୍ପିକ୍ସ ପରେ ମୁଁ ଆଇନଗତଭାବେ ବିବାହ କରିବି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri