ମାଲକାନଗିରିରେ ହଁ, କୋରାପୁଟରେ ନା

କଳ୍ପତରୁ ମହାନ୍ତି
ବୈପାରିଗୁଡ଼ା, ୧୩ା୫: ଦୀର୍ଘବର୍ଷର ଦାବି ସତ୍ତ୍ୱେ କୋରାପୁଟ ଜିଲାରେ ବସବାସ କରୁଥିବା ‘ଦୁରୁଆ’ଙ୍କୁ ମିଳୁନାହିଁ ଆଦିବାସୀ ମାନ୍ୟତା। ପଡ଼ୋଶୀ ମାଲକାନଗିରି ଜିଲାରେ ସମାନ ବର୍ଗର ଲୋକଙ୍କୁ ଜନଜାତି ପ୍ରମାଣପତ୍ର ପ୍ରଦାନ କରାଯାଉଥିବାବେଳେ ପ୍ରଶାସନିକ ଅବହେଳାରୁ କୋରାପୁଟରେ ଦୁରୁଆ ସମ୍ପ୍ରଦାୟ ନ୍ୟାଯ୍ୟଦାବିରୁ ବଞ୍ଚତ୍ତ ହୋଇ ରହିଥିବା ଅଭିଯୋଗ ହେଉଛି।
କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଲକର ଗୁପ୍ତେଶ୍ୱର ପଞ୍ଚାୟତ, କୁନ୍ଦୁରା ବ୍ଲକର କେରିମିଟି, ଆସନା, ବାଗ୍‌ଦେରୀ, କୋଟପାଡ୍‌ ବ୍ଲକର ଚତଲର୍‌ଲା, କେରିମିଟି, କୋଟପାଡ଼ ଏବଂ ମାଲକାନଗିରି ଜିଲାର ମାଥିଲି ବ୍ଲକରେ ଦୁରୁଆ ସମ୍ପ୍ରଦାୟ ଲୋକେ ବସବାସ କରୁଛନ୍ତି। ସୀମାନ୍ତ ଛତିଶଗଡ଼ ରାଜ୍ୟ ବନବାସୀ ଗୋଷ୍ଠୀରେ ଏହି ସମ୍ପ୍ରଦାୟକୁ ଧୁରୁବା ଏବଂ ଧୁର୍‌ଭା ଭାବେ ତାଲିକାଭୁକ୍ତ କରାଯାଇଛି। ତେବେ ଉଚ୍ଚାରଣଗତ ପାର୍ଥକ୍ୟ ଏବଂ ବିଧିବଦ୍ଧ ଭାବେ ତାଲିକାଭୁକ୍ତ ହୋଇ ନ ଥିବାରୁ କୋରାପୁଟରେ ‘ଦୁରୁଆ’ ଆଦିବାସୀ ମାନ୍ୟତାରୁ ବଞ୍ଚତ୍ତ ହୋଇରହିଛନ୍ତି। ଅନ୍ୟ ଜନଜାତିଙ୍କ ପରି ଦୁରୁଆଙ୍କ ଭାଷା, ସଂସ୍କୃତି, ପରମ୍ପରା, ପର୍ବପର୍ବାଣିରେ ସ୍ବତନ୍ତ୍ରତା ରହିଛି। ମାତ୍ର ଜାତିଗତ ପ୍ରମାଣପତ୍ର ପ୍ରଦାନ ବେଳେ ନିୟମ ଆଳ ଦେଖାଇ ପ୍ରଶାସନ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହେଉଛି।
‘ଦୁରୁଆ’ଙ୍କୁ ଆଦିବାସୀ ମାନ୍ୟତା ପ୍ରସଙ୍ଗ ବିବାଦୀୟ ରହିଆସିଥିବାବେଳେ ଏଥିଲାଗି ୨୦୦୨ରେ ଉଦ୍ୟମ କରିଥିଲେ ତତ୍କାଳୀନ ଜିଲାପାଳ ଊଷା ପାଢ଼ୀ। ଏଥିପୂର୍ବରୁ ଜୟପୁର ତହସିଲଦାରଙ୍କ ଦ୍ୱାରା ସେମାନଙ୍କ ଉପରେ ବିଧିବଦ୍ଧ ରିପୋର୍ଟ ସଂଗ୍ରହ କରାଯାଇଥିଲା। ୨୦୦୨ ଏପ୍ରିଲ୍‌ ୯ରେ ଏ ସଂକ୍ରାନ୍ତ ସବିଶେଷ ରିପୋର୍ଟ ଦାଖଲ କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ, ବୈପାରିଗୁଡ଼ା ଅଞ୍ଚଳରେ ବସବାସ କରୁଥିବା ‘ଦୁରୁଆ’ ସମ୍ପ୍ରଦାୟର ସଂସ୍କୃତି, ପ୍ରଥା, ପରମ୍ପରା, ଜୀବନଜୀବିକା ଜନଜାତି ସମ୍ପ୍ରଦାୟ ଭଳି। ଛତିଶଗଡ଼ ଏବଂ ଓଡ଼ିଶାରେ ବାସ କରୁଥିବା ଦୁରୁଆ ଭିନ୍ନ ନୁହନ୍ତି। ତେଣୁ ସେମାନଙ୍କୁ ଜନଜାତି ତାଲିକାଭୁକ୍ତ କରିବାକୁ ଉକ୍ତ ରିପୋର୍ଟରେ ଅନୁରୋଧ କରାଯାଇଥିଲା। ଏହାପରେ ସ୍ବଳ୍ପସଂଖ୍ୟକ ଦୁରୁଆଙ୍କୁ ଆଦିବାସୀ ପ୍ରମାଣପତ୍ର, ଜଙ୍ଗଲ ଜମି ପଟ୍ଟା ମିଳିଥିଲା। ଉକ୍ତ ଜମି ସାଧାରଣବର୍ଗ ଲୋକଙ୍କୁ ହସ୍ତାନ୍ତର କରିବା ଉପରେ କଟକଣା ଜାରି କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ପରେ ନୂଆ ସମସ୍ୟା ମୁଣ୍ଡ ଟେକିଲା। ବିଧିବଦ୍ଧ ଭାବେ ଡକ୍ୟୁମେଣ୍ଟେଶନ ହୋଇ ନ ଥିବାରୁ ‘ଦୁରୁଆ’ ସମ୍ପ୍ରଦାୟ ଆଦିବାସୀ ତାଲିକାରେ ନ ଥିବା ଦର୍ଶାଇ ଜାତିଗତ ପ୍ରମାଣପତ୍ର ବନ୍ଦ କରି ଦିଆଗଲା। ପୂର୍ବରୁ ମିଳିଥିବା ହାତଲେଖା ପ୍ରମାଣପତ୍ର ବିଶେଷ କାମରେ ଆସିଲାନାହିଁ। ଫଳରେ ଆଦିବାସୀଙ୍କୁ ମିଳୁଥିବା ସୁବିଧା ସେମାନେ ପାଇପାରୁନାହାନ୍ତି। ବୈପାରିଗୁଡ଼ା ବ୍ଲକ ଗୁପ୍ତେଶ୍ୱର ପଞ୍ଚାୟତରେ ପ୍ରାୟ ୯୦% ପରିବାର ‘ଦୁରୁଆ’। ହେଲେ ଆଦିବାସୀ ପ୍ରମାଣପତ୍ର ନ ଥିବାରୁ ସମ୍ପୃକ୍ତ ପରିବାରର ପିଲାଙ୍କୁ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ିବା ସୁବିଧା ମିଳୁନାହିଁ। ସଂରକ୍ଷଣର ଲାଭ ମିଳୁ ନ ଥିବାରୁ ସେମାନଙ୍କ ରାଜନୈତିକ ଅଧିକାର କ୍ଷୁଣ୍ଣ ହେଉଛି। ହାତଲେଖା ଜନଜାତି ପ୍ରମାଣପତ୍ର ପାଇଥିବା ବ୍ୟକ୍ତିମାନେ ହିଁ ନିର୍ବାଚନରେ ଅଂଶଗ୍ରହଣ କରିପାରୁଥିବାବେଳେ ଅନେକେ ଏବେ ବି ଏଥିରୁ ବଞ୍ଚତ୍ତ ହେଉଛନ୍ତି। ସରକାରୀ କାଗଜପତ୍ରରେ ଆଦିବାସୀ ବୋଲି ପ୍ରମାଣ ନ ଥିବାରୁ ସେମାନଙ୍କ ଜମିକୁ ସାଧାରଣ ବର୍ଗର ଲୋକେ ଶାଗମାଛ ଦରରେ କିଣି ନେଉଥିବା ଅଭିଯୋଗ ହେଉଛି।
ସମସ୍ୟା ସମ୍ପର୍କରେ କୋରାପୁଟ ଜିଲା ଦୁରୁଆ ସମାଜ ସଭାପତି ମୀରା ଚାଲାଣ କୁହନ୍ତି, ୨୦୨୦-୨୧ରେ ବେସରକାରୀ ଭାବେ ହୋଇଥିବା ଜନଗଣନାରୁ ଜିଲାରେ ‘ଦୁରୁଆ’ଙ୍କ ସଂଖ୍ୟା ୧୪,୭୨୫ ଥିଲା। ଦୁରୁଆଙ୍କୁ ଆଦିବାସୀ ତାଲିକାଭୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି। ୨୦୨୧ରେ ଜିଲା ଗସ୍ତରେ ଆସିଥିବା ଏସ୍‌ଟି କମିଶନର ଅନନ୍ତ ନାୟକ ସମସ୍ତ ତଥ୍ୟ ସଂଗ୍ରହ କରି ସରକାରଙ୍କୁ ରିପୋର୍ଟ ଦେବେ ବୋଲି କହିଥିଲେ। ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନାହିଁ। ଦାବି ପୂରଣ ନ ହେଲେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏ ନେଇ ବୈପାରିଗୁଡ଼ା ତହସିଲଦାର ସ୍ନିଗ୍ଧା ଚୌଧୁରୀ କୁହନ୍ତି, ଆଦିବାସୀ ତାଲିକାରେ ‘ଦୁରୁଆ’ ନାହିଁ। ସେମାନଙ୍କ ପାଖରେ ଡକୁମେଣ୍ଟାରି ଏଭିଡେନ୍ସ ନ ଥିବାରୁ ଜାତି ପ୍ରମାଣପତ୍ର ଦେବା ସମ୍ଭବ ହେଉନାହିଁ। ଜୟପୁର ଉପଜିଲାପାଳ ଦେବବର ପ୍ରଧାନ କୁହନ୍ତି, ଧାରୁଆ, ଧୁରୁବା ଏବଂ ଧୁର୍‌ଭାଙ୍କୁ ଆଦିବାସୀ ପ୍ରମାଣପତ୍ର ମିଳୁଛି। ଯେହେତୁ ‘ଦୁରୁଆ’ ସମ୍ପ୍ରଦାୟ ଆଦିବାସୀ ତାଲିକାରେ ନାହିଁ, ତେଣୁ ପ୍ରମାଣପତ୍ର ଦେଇହେବନାହିଁ।
ଅନ୍ୟପଟେ ମାଲକାନଗିରି ଜିଲା ମାଥିଲି ତହସିଲଦାର ଚନ୍ଦନ ଭୋଇ ଏ ନେଇ ଭିନ୍ନ ମତ ଦେଇଛନ୍ତି। ସେ କହିଛନ୍ତି, ଦୁରୁଆଙ୍କୁ ଆଦିବାସୀ ପ୍ରମାଣପତ୍ର ଦେବାରେ କୌଣସି ସମସ୍ୟା ନାହିଁ। ସାଙ୍ଗିଆ ସହିତ ଜାତିର କୌଣସି ସମ୍ପର୍କ ନାହିଁ। ଅନେକଙ୍କ ଜମି ପଟ୍ଟା ନ ଥିଲେ ମଧ୍ୟ ସେମାନଙ୍କ ପରମ୍ପରା, ସଂସ୍କୃତିକୁ ଆଧାରକରି ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?