ମାଲକାନଗିରିରେ ହଁ, କୋରାପୁଟରେ ନା

କଳ୍ପତରୁ ମହାନ୍ତି
ବୈପାରିଗୁଡ଼ା, ୧୩ା୫: ଦୀର୍ଘବର୍ଷର ଦାବି ସତ୍ତ୍ୱେ କୋରାପୁଟ ଜିଲାରେ ବସବାସ କରୁଥିବା ‘ଦୁରୁଆ’ଙ୍କୁ ମିଳୁନାହିଁ ଆଦିବାସୀ ମାନ୍ୟତା। ପଡ଼ୋଶୀ ମାଲକାନଗିରି ଜିଲାରେ ସମାନ ବର୍ଗର ଲୋକଙ୍କୁ ଜନଜାତି ପ୍ରମାଣପତ୍ର ପ୍ରଦାନ କରାଯାଉଥିବାବେଳେ ପ୍ରଶାସନିକ ଅବହେଳାରୁ କୋରାପୁଟରେ ଦୁରୁଆ ସମ୍ପ୍ରଦାୟ ନ୍ୟାଯ୍ୟଦାବିରୁ ବଞ୍ଚତ୍ତ ହୋଇ ରହିଥିବା ଅଭିଯୋଗ ହେଉଛି।
କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଲକର ଗୁପ୍ତେଶ୍ୱର ପଞ୍ଚାୟତ, କୁନ୍ଦୁରା ବ୍ଲକର କେରିମିଟି, ଆସନା, ବାଗ୍‌ଦେରୀ, କୋଟପାଡ୍‌ ବ୍ଲକର ଚତଲର୍‌ଲା, କେରିମିଟି, କୋଟପାଡ଼ ଏବଂ ମାଲକାନଗିରି ଜିଲାର ମାଥିଲି ବ୍ଲକରେ ଦୁରୁଆ ସମ୍ପ୍ରଦାୟ ଲୋକେ ବସବାସ କରୁଛନ୍ତି। ସୀମାନ୍ତ ଛତିଶଗଡ଼ ରାଜ୍ୟ ବନବାସୀ ଗୋଷ୍ଠୀରେ ଏହି ସମ୍ପ୍ରଦାୟକୁ ଧୁରୁବା ଏବଂ ଧୁର୍‌ଭା ଭାବେ ତାଲିକାଭୁକ୍ତ କରାଯାଇଛି। ତେବେ ଉଚ୍ଚାରଣଗତ ପାର୍ଥକ୍ୟ ଏବଂ ବିଧିବଦ୍ଧ ଭାବେ ତାଲିକାଭୁକ୍ତ ହୋଇ ନ ଥିବାରୁ କୋରାପୁଟରେ ‘ଦୁରୁଆ’ ଆଦିବାସୀ ମାନ୍ୟତାରୁ ବଞ୍ଚତ୍ତ ହୋଇରହିଛନ୍ତି। ଅନ୍ୟ ଜନଜାତିଙ୍କ ପରି ଦୁରୁଆଙ୍କ ଭାଷା, ସଂସ୍କୃତି, ପରମ୍ପରା, ପର୍ବପର୍ବାଣିରେ ସ୍ବତନ୍ତ୍ରତା ରହିଛି। ମାତ୍ର ଜାତିଗତ ପ୍ରମାଣପତ୍ର ପ୍ରଦାନ ବେଳେ ନିୟମ ଆଳ ଦେଖାଇ ପ୍ରଶାସନ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହେଉଛି।
‘ଦୁରୁଆ’ଙ୍କୁ ଆଦିବାସୀ ମାନ୍ୟତା ପ୍ରସଙ୍ଗ ବିବାଦୀୟ ରହିଆସିଥିବାବେଳେ ଏଥିଲାଗି ୨୦୦୨ରେ ଉଦ୍ୟମ କରିଥିଲେ ତତ୍କାଳୀନ ଜିଲାପାଳ ଊଷା ପାଢ଼ୀ। ଏଥିପୂର୍ବରୁ ଜୟପୁର ତହସିଲଦାରଙ୍କ ଦ୍ୱାରା ସେମାନଙ୍କ ଉପରେ ବିଧିବଦ୍ଧ ରିପୋର୍ଟ ସଂଗ୍ରହ କରାଯାଇଥିଲା। ୨୦୦୨ ଏପ୍ରିଲ୍‌ ୯ରେ ଏ ସଂକ୍ରାନ୍ତ ସବିଶେଷ ରିପୋର୍ଟ ଦାଖଲ କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ, ବୈପାରିଗୁଡ଼ା ଅଞ୍ଚଳରେ ବସବାସ କରୁଥିବା ‘ଦୁରୁଆ’ ସମ୍ପ୍ରଦାୟର ସଂସ୍କୃତି, ପ୍ରଥା, ପରମ୍ପରା, ଜୀବନଜୀବିକା ଜନଜାତି ସମ୍ପ୍ରଦାୟ ଭଳି। ଛତିଶଗଡ଼ ଏବଂ ଓଡ଼ିଶାରେ ବାସ କରୁଥିବା ଦୁରୁଆ ଭିନ୍ନ ନୁହନ୍ତି। ତେଣୁ ସେମାନଙ୍କୁ ଜନଜାତି ତାଲିକାଭୁକ୍ତ କରିବାକୁ ଉକ୍ତ ରିପୋର୍ଟରେ ଅନୁରୋଧ କରାଯାଇଥିଲା। ଏହାପରେ ସ୍ବଳ୍ପସଂଖ୍ୟକ ଦୁରୁଆଙ୍କୁ ଆଦିବାସୀ ପ୍ରମାଣପତ୍ର, ଜଙ୍ଗଲ ଜମି ପଟ୍ଟା ମିଳିଥିଲା। ଉକ୍ତ ଜମି ସାଧାରଣବର୍ଗ ଲୋକଙ୍କୁ ହସ୍ତାନ୍ତର କରିବା ଉପରେ କଟକଣା ଜାରି କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ପରେ ନୂଆ ସମସ୍ୟା ମୁଣ୍ଡ ଟେକିଲା। ବିଧିବଦ୍ଧ ଭାବେ ଡକ୍ୟୁମେଣ୍ଟେଶନ ହୋଇ ନ ଥିବାରୁ ‘ଦୁରୁଆ’ ସମ୍ପ୍ରଦାୟ ଆଦିବାସୀ ତାଲିକାରେ ନ ଥିବା ଦର୍ଶାଇ ଜାତିଗତ ପ୍ରମାଣପତ୍ର ବନ୍ଦ କରି ଦିଆଗଲା। ପୂର୍ବରୁ ମିଳିଥିବା ହାତଲେଖା ପ୍ରମାଣପତ୍ର ବିଶେଷ କାମରେ ଆସିଲାନାହିଁ। ଫଳରେ ଆଦିବାସୀଙ୍କୁ ମିଳୁଥିବା ସୁବିଧା ସେମାନେ ପାଇପାରୁନାହାନ୍ତି। ବୈପାରିଗୁଡ଼ା ବ୍ଲକ ଗୁପ୍ତେଶ୍ୱର ପଞ୍ଚାୟତରେ ପ୍ରାୟ ୯୦% ପରିବାର ‘ଦୁରୁଆ’। ହେଲେ ଆଦିବାସୀ ପ୍ରମାଣପତ୍ର ନ ଥିବାରୁ ସମ୍ପୃକ୍ତ ପରିବାରର ପିଲାଙ୍କୁ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ିବା ସୁବିଧା ମିଳୁନାହିଁ। ସଂରକ୍ଷଣର ଲାଭ ମିଳୁ ନ ଥିବାରୁ ସେମାନଙ୍କ ରାଜନୈତିକ ଅଧିକାର କ୍ଷୁଣ୍ଣ ହେଉଛି। ହାତଲେଖା ଜନଜାତି ପ୍ରମାଣପତ୍ର ପାଇଥିବା ବ୍ୟକ୍ତିମାନେ ହିଁ ନିର୍ବାଚନରେ ଅଂଶଗ୍ରହଣ କରିପାରୁଥିବାବେଳେ ଅନେକେ ଏବେ ବି ଏଥିରୁ ବଞ୍ଚତ୍ତ ହେଉଛନ୍ତି। ସରକାରୀ କାଗଜପତ୍ରରେ ଆଦିବାସୀ ବୋଲି ପ୍ରମାଣ ନ ଥିବାରୁ ସେମାନଙ୍କ ଜମିକୁ ସାଧାରଣ ବର୍ଗର ଲୋକେ ଶାଗମାଛ ଦରରେ କିଣି ନେଉଥିବା ଅଭିଯୋଗ ହେଉଛି।
ସମସ୍ୟା ସମ୍ପର୍କରେ କୋରାପୁଟ ଜିଲା ଦୁରୁଆ ସମାଜ ସଭାପତି ମୀରା ଚାଲାଣ କୁହନ୍ତି, ୨୦୨୦-୨୧ରେ ବେସରକାରୀ ଭାବେ ହୋଇଥିବା ଜନଗଣନାରୁ ଜିଲାରେ ‘ଦୁରୁଆ’ଙ୍କ ସଂଖ୍ୟା ୧୪,୭୨୫ ଥିଲା। ଦୁରୁଆଙ୍କୁ ଆଦିବାସୀ ତାଲିକାଭୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି। ୨୦୨୧ରେ ଜିଲା ଗସ୍ତରେ ଆସିଥିବା ଏସ୍‌ଟି କମିଶନର ଅନନ୍ତ ନାୟକ ସମସ୍ତ ତଥ୍ୟ ସଂଗ୍ରହ କରି ସରକାରଙ୍କୁ ରିପୋର୍ଟ ଦେବେ ବୋଲି କହିଥିଲେ। ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନାହିଁ। ଦାବି ପୂରଣ ନ ହେଲେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏ ନେଇ ବୈପାରିଗୁଡ଼ା ତହସିଲଦାର ସ୍ନିଗ୍ଧା ଚୌଧୁରୀ କୁହନ୍ତି, ଆଦିବାସୀ ତାଲିକାରେ ‘ଦୁରୁଆ’ ନାହିଁ। ସେମାନଙ୍କ ପାଖରେ ଡକୁମେଣ୍ଟାରି ଏଭିଡେନ୍ସ ନ ଥିବାରୁ ଜାତି ପ୍ରମାଣପତ୍ର ଦେବା ସମ୍ଭବ ହେଉନାହିଁ। ଜୟପୁର ଉପଜିଲାପାଳ ଦେବବର ପ୍ରଧାନ କୁହନ୍ତି, ଧାରୁଆ, ଧୁରୁବା ଏବଂ ଧୁର୍‌ଭାଙ୍କୁ ଆଦିବାସୀ ପ୍ରମାଣପତ୍ର ମିଳୁଛି। ଯେହେତୁ ‘ଦୁରୁଆ’ ସମ୍ପ୍ରଦାୟ ଆଦିବାସୀ ତାଲିକାରେ ନାହିଁ, ତେଣୁ ପ୍ରମାଣପତ୍ର ଦେଇହେବନାହିଁ।
ଅନ୍ୟପଟେ ମାଲକାନଗିରି ଜିଲା ମାଥିଲି ତହସିଲଦାର ଚନ୍ଦନ ଭୋଇ ଏ ନେଇ ଭିନ୍ନ ମତ ଦେଇଛନ୍ତି। ସେ କହିଛନ୍ତି, ଦୁରୁଆଙ୍କୁ ଆଦିବାସୀ ପ୍ରମାଣପତ୍ର ଦେବାରେ କୌଣସି ସମସ୍ୟା ନାହିଁ। ସାଙ୍ଗିଆ ସହିତ ଜାତିର କୌଣସି ସମ୍ପର୍କ ନାହିଁ। ଅନେକଙ୍କ ଜମି ପଟ୍ଟା ନ ଥିଲେ ମଧ୍ୟ ସେମାନଙ୍କ ପରମ୍ପରା, ସଂସ୍କୃତିକୁ ଆଧାରକରି ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri