ହାଲୁକା ବର୍ଷା ସାଙ୍ଗକୁ କୁହୁଡ଼ି

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଜ୍ୟରେ ଶୀତ କମିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, କଟକ, ନୟାଗଡ଼ ଏବଂ ଜଗତ୍‌ସିଂହପୁର ଜିଲାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି। ଆସନ୍ତା ୧୯ ତାରିଖରୁ ଶୀତର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ୫ରୁ ୬ ଡିଗ୍ରୀ ଖସିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ବଢ଼ିବ। ପୂର୍ବ ଦିଗରୁ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହିବା ସହ ଶୀତ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀ ୧୫, ଦାରିଙ୍ଗବାଡି ୧୪ ଏବଂ କୋରାପୁଟ ଜିଲାରେ ସର୍ବନିମ୍ନ ତାପମାତ୍ରା ୧୩.୬ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୫ରୁ ୨୦ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିଛି।
କୃଷି ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସର ଧାରଣା
ଭୁବନେଶ୍ୱର,୧୫ା୧୨(ବ୍ୟୁରୋ)

କେନ୍ଦ୍ର ସରକାର ପ୍ରଣୟନ କରିଥିବା କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ସାରା ଦେଶରେ ଚାଲିଛି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ। ଏହାକୁ ସମର୍ଥନ ଜଣାଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି। ଦଳର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଭୁବନେଶ୍ୱର ଜିଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ୍‌ ଦାସଙ୍କ ଅଧ୍ୟକ୍ଷତାରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଦେବୀପ୍ରସାଦ ପୃଷ୍ଟି, ମୋହନ ଜେନା, ଚିନ୍ମୟ ସୁନ୍ଦର ଦାସ, ଜୟନ୍ତ ଭୋଇ, ଅଶୋକ ସାହୁ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?