ଲଘୁଚାପ: ୨୭ ଯାଏ ପ୍ରବଳ ବର୍ଷା: ସ୍ଥିତି ଉପରେ ନଜର ରଖିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖି ସତର୍କ ରହିବା ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଡିଓ, ତହସିଲଦାର, ଜଳ ସମ୍ପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ ଏବଂ ପୂର୍ତ୍ତ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଯେଭଳି ଉଦ୍ଧାର କାର୍ଯ୍ୟ ଓ ରାସ୍ତା ମରାମତି ପାଇଁ ସଜାଗ ରହିବେ ସେଥିପାଇଁ ଜିଲାପାଳମାନଙ୍କୁ କୁହାଯାଇଛି।
୨୫ ତାରିଖ ସକାଳୁ ୨୬ ତାରିଖ ସକାଳ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, ଦେବଗଡ ଜିଲାରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର ଏବଂ କନ୍ଧମାଳ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, ନୟାଗଡ଼, ଗଞ୍ଜାମ, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ କରାଯାଇଛି। ଏହି ସବୁ ଜିଲା ପାଇଁ ପାଣିପାଗ ବିଭାଗ ଏଲୋ ଓ୍ବାର୍ନିଂ ଜାରି କରିଛି। ସେହିପରି ୨୭ ତାରିଖରେ ଲଘୁଚାପ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଉପରକୁ ଚାଲିଯିବ। ଏଥିଯୋଗୁ ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଏବଂ ଦେବଗଡ଼ ଜିଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର, କନ୍ଧମାଳ, ଅନୁଗୋଳ ଏବଂ କେନ୍ଦୁଝର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁ ଉପକୂଳରେ ଘଣ୍ଟାକୁ ୪୫ରୁ ୫୫ କି.ମି. ବେଗରେ ପବନ ବହିପାରେ। ଏହାକୁ ଦୃଷ୍ଟିରେ ରଖି ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ଲଘୁଚାପ ଯୋଗୁ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା ନଦୀରେ ବନ୍ୟା ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ‘କୋଭିସିଲ୍‌ଡ’ ପରେ ରାଜ୍ୟରେ ପହଞ୍ଚିଲା ‘କୋଭାକ୍ସିନ’

ଭୁବନେଶ୍ୱର, ୧୩।୧(ବ୍ୟୁରୋ): ଗତ ୨ ଦିନ ହେଲା ରାଜ୍ୟବାସୀଙ୍କୁ ମିଳୁଛି ଆଶ୍ୱସ୍ତିକର ଖବର। ମଙ୍ଗଳବାର ଓଡ଼ିଶାରେ କରୋନା ଟିକା ‘କୋଭିସିଲ୍‌ଡ’ ପହଞ୍ଚିଥିବା ବେଳେ ବୁଧବାର ସକାଳେ...

ଗଞ୍ଜାମରେ କରୋନା ଯୋଦ୍ଧାଙ୍କ ପାଇଁ ଚିନ୍ତା: ୯ ଦିନରେ ସଂକ୍ରମିତ ହେଲେଣି ୯୪ ଜଣ

ଛତ୍ରପୁର, ୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୧୬ ହଜାର ୮୨୦ ଜଣ ପ୍ରବାସୀ ଫେରିଛନ୍ତି। ଏ ନେଇ ଜିଲାରେ କରୋନା ପଜିଟିଭଙ୍କ...

କାମ କରୁନି ସୋଲାର ପ୍ରକଳ୍ପ

କେନ୍ଦୁଝର, ୫ା୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଯୋଗୁ ଲୋକ ମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏଭଳି ଜିଲା ମୁଖ୍ୟାଳୟ ତଥା ଆଖପାଖ ଗ୍ରାମରେ...

କଂଗ୍ରେସ ଛାଡ଼ିଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ

ଭୁବନେଶ୍ୱର, ସମ୍ବଲପୁର,୧।୭(ବ୍ୟୁରୋ):୨୦୧୯ ସାଧାରଣ ନିର୍ବାଚନରେ ସମ୍ବଲପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଡା. ଅଶ୍ୱିନୀ ପୂଜାହାରୀ ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ପିସିସି ସଭାପତି...

ଆସିବ ନୂଆ ପର୍ଯ୍ୟଟନ ନୀତି: କରୋନାଜନିତ ସମସ୍ୟା ଦୂର ଉପରେ ଫୋକସ୍‌

ଭୁବନେଶ୍ୱର,୨୯।୫(ବ୍ୟୁରୋ): କରୋନା ପରବର୍ତ୍ତୀ ସମୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଓଡ଼ିଶା ଆଣିବ ନୂଆ ପର୍ଯ୍ୟଟନ ନୀତି। କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ଲାଗି ପର୍ଯ୍ୟଟନ...

ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୭ା୯(ବ୍ୟୁରୋ): ଦୀର୍ଘ ୨୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ନିୟୋଜିତ କରି ଆସିଛନ୍ତି। ସ୍ବଚ୍ଛ, ନିର୍ମଳ ଭାବମୂର୍ତ୍ତି ନବୀନଙ୍କୁ କେବଳ...

ଶ୍ରୀମନ୍ଦିରରୁ ମା’ ନାରାୟଣୀ ପୀଠକୁ ଆସିଲା ମହାପ୍ରସାଦ ଓ ଶାଢ଼ି

ଖଣ୍ଡପଡା,୪ା୭ (ସ୍ବ.ପ୍ର.): ଘୋଷଯାତ୍ରା ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ରାଜ୍ୟର ସମସ୍ତ ଜିଲାରେ ଥିବା ବିଭିନ୍ନ ଶକ୍ତିପୀଠକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ଜୀଉଙ୍କ ଲାଗିମାଳ,...

ଦ୍ୱିତୀୟ କୋଣାର୍କ ନିର୍ମାଣ କରିବେ ଓମ୍‌ବାବା

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): ବିଭିନ୍ନ ସମୟରେ ବିବାଦରେ ରହି ଆସିଥିବା ଓମ୍‌ବାବା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଓଡ଼ିଶାରେ ଦ୍ୱିତୀୟ କୋଣାର୍କ (ସୂର୍ଯ୍ୟ) ମନ୍ଦିର ନିର୍ମାଣ କରିବା ପାଇଁ...

Advertisement
Archives

Model This Week