ପାଇଖାନା ଟାଙ୍କିରେ ଗଲା ଜୀବନ

ଫୁଲବାଣୀ ଅଫିସ, ୩୧।୫: କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଆଲାମୀ ପଞ୍ଚାୟତ ପିଟବାରୀ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଶି କାଠ କାଢ଼ୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଘର ମାଲିକ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ସଞ୍ଜୟ ପ୍ରଧାନ ଓ ଶ୍ରମିକ ସନ୍ତୋଷ କହଁର ।

ସଞ୍ଜୟଙ୍କ ନୂଆ ଘର ନିର୍ମାଣ ଚାଲିଛି । କିଛି ଦିନ ହେଲା ପାଇଖାନା ଟାଙ୍କିର ଛାତ ପଡିଥିଲା। ଛାତ ତଳେ ଦିଆଯାଇଥିବା କାଠ କାଢ଼ିବାକୁ ସନ୍ତୋଷ ପ୍ରଥମେ ଟାଙ୍କିରେ ପଶିଥିଲେ। ସେ ବାହାରିବାରେ ବିଳମ୍ବ ହେବାରୁ ଘର ମାଲିକ ସଞ୍ଜୟ ମଧ୍ୟ ଭିତରକୁ ଯାଇଥିଲେ। ସେ ମଧ୍ୟ ନ ବାହାରିବାରୁ ସେଠାରେ କାମ କରୁଥିବା ଅନ୍ୟମାନେ ଟାଙ୍କିକୁ ଯାଇ ଉଭୟେ ଅଚେତ ହୋଇପଡିଥିବା ଦେଖିଥିଲେ। ଏ ସମ୍ପର୍କରେ ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ସନ୍ତୋଷ ଓ ସଞ୍ଜୟଙ୍କୁ ଉଦ୍ଧାର କରି ଫୁଲବାଣୀ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗର ବାହକ ସାଜିଛି ଭେଜାଲ, ଅପମିଶ୍ରିତ ଖାଦ୍ୟ

କେନ୍ଦ୍ରାପଡ଼ା ଅଫିସ, ୧୦ା୯:କଟକର ଏକ ହୋଟେଲରେ ବାସି ଖାଦ୍ୟ ବିକ୍ରି ସମୟରେ ପ୍ରଶାସନିକ ଚଢାଉ ନିକଟରେ ହୋଇଛି। ଏହି ଦୋକାନକୁ ସିଲ୍‌ କରାଯାଇଛି। ତେବେ କେନ୍ଦ୍ରାପଡ଼ା...

ବସ୍‌ ବାଇକ ମୁହାଁମୁହିଁ ଧକ୍କା, ଚାଳକ ଗୁରୁତର: ରାସ୍ତା ମରାମତି ଦାବିରେ ପ୍ରତିବାଦ ସଭା

ଧର୍ମଶାଳା/ଜେନାପୁର,୧୦ା୧୧(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥ କୁସୁନପୁର ଛକଠାରେ ରବିବାର ବସ୍‌ ବାଇକ୍‌ ମୁହଁାମୁହଁି ଧକ୍କା ହୋଇଛି। ଏଥିରେ...

ଆମେ ଘରକୁ ଫେରିବାକୁ ଚାହୁଁଛୁ

ଘଣ୍ଟାପଡା,୧୬।୫ (ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତର ଶୂଳିଆ, ନୂଆପାଲି ସମେତ ଆଖପାଖ ଗାଁ ଗୁଡିକର ଅନେକ ଲୋକ ତାମିଲନାଡୁରେ କାମ କରୁଛନ୍ତି।...

ଭାଷା ଆନ୍ଦୋଳନ ସମିତି ପକ୍ଷରୁ ଖବରଦାତା ସମ୍ମିଳନୀ:ବିଦଗ୍ଧ ପ୍ରତିଭାମାନଙ୍କ ଜୟନ୍ତୀ ପାଳନକୁ ନେଇ କ୍ଷୋଭ

ନୟାଗଡ଼ ଅଫିସ,୨୪ା୧୨: ନୟାଗଡ଼ ଭାଷା ଆନ୍ଦୋଳନ ସମିତି ପକ୍ଷରୁ ସୋମବାର ସ୍ଥାନୀୟ ଏକ ହୋଟେଲଠାରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଦଗ୍ଧ ପ୍ରତିଭାମାନଙ୍କ...

ବାର୍‌ହା ଶିକାର କରି ବିକୁଥିଲେ ମାଂସ

ଝାରସୁଗୁଡ଼ା ଅଫିସ,୩୦।୯: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କଣ୍ଢେଇକେଲା ଅଞ୍ଚଳରେ ବାର୍‌ହା ଶିକାର କରି ମାଂସ ବିକ୍ରି କରୁଥିବା ବେଳେ ୩ ଜଣ ଶିକାରୀଙ୍କୁ ବନ...

ବ୍ଲକ ପ୍ରଶାସନ ଅଜାଣତରେ ନିର୍ମାଣ ହେଉଛି କମ୍ପୋଷ୍ଟ କୁଣ୍ଡ

ନବରଙ୍ଗପୁର,୯।୬(ବି.ପ୍ର.): ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ଫସର ଫାଟି ଯାଉଛି। ସରକାରୀ ବାବୁଙ୍କ ଅଜାଣତରେ ହୋଇଯାଉଛି ଅନେକ କାର୍ଯ୍ୟ। ଅଭିଯୋଗ ହେଲେ ତଦନ୍ତ ନାଁରେ ଘଟଣା ଚପାଇ...

ଜାତୀୟ ରାଜପଥ ସମ୍ପ୍ରସାରଣ କର୍ମଚାରୀଙ୍କ ବିକ୍ଷୋଭ

ସୋର, ୨୯।୩(ଡି.ଏନ୍‌.ଏ)-୧୬ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଶ୍ରମିକମାନେ ଶନିବାର ସୋର ଜାତୀୟ ରାଜପଥ ବିଦୁଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସେବାୟତଙ୍କୁ ହାତ ଉଠାଇବା ଅଭିଯୋଗରେ କନଷ୍ଟେବଳଙ୍କ ବଦଳି

ଆରଡ଼ି, ୨ା୯ (ଡି.ଏନ.ଏ.)- ଭଦ୍ରକ ଜିଲାର ଶୈବପୀଠ ଆଖଣ୍ଡଳମଣି ମନ୍ଦିର ପରିସରରେ ସୋମବାର ପୂର୍ବାହ୍ନରେ ଜଣେ ସେବାୟତଙ୍କୁ ହାତ ଉଠାଇବା ଅଭିଯୋଗରେ ଆରଡ଼ି ଫାଣ୍ଡିର ଜଣେ...

Advertisement
Archives

Model This Week