ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଜଳାଶୟ ମଧ୍ୟରେ କୁମ୍ଭୀରଟିକୁ ଦେଖିବାକୁ ମିଳୁଛି। ପରେ ଏକା ଜେବ୍ରା ଦୌଡିକି ଆସି କୁମ୍ଭୀରକୁ ଡେଇଁକି ଯାଉଥିବା ବେଳେ କୁମ୍ଭୀରଟି ଆଁ କରିଦେଉଛି। କୁମ୍ଭୀର ପାଟିରେ ତାର ଏକ ଗୋଡ଼ ପଶି ଯାଉଛି। ମାତ୍ର ଜେବ୍ରା ତା ଜୀବନ ବଞ୍ଚାଇ ଦୌଡ଼ିଛି। ତେବେ ପୂର୍ବରୁ କୁମ୍ଭୀର ଓ କୁକୁଡ଼ାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍ରେ ଲେଖିଛନ୍ତି, ‘ହ୍ବେନ୍ ଦି ରେସ୍ପେକ୍ଟ ଇଜ୍ ଡେଡ।’ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।
When the respect is dead😀 pic.twitter.com/EXCmWrMHPj
— Susanta Nanda IFS (@susantananda3) March 27, 2021