Posted inଜାତୀୟ

ପେଟ ପାଇଁ ବିପଦରେ ଜୀବନ, ଏମିତି ସଂଘର୍ଷ କରୁଛନ୍ତି ଲୋକେ

ଭୋପାଳ,୨୯ା୮: ଲକ୍‌ଡାଉନ୍‌ ପରେ ବର୍ଷା ଏବଂ ବନ୍ୟା ଯୋଗୁ ଲୋକଙ୍କ ଜୀବନ ଜୀବିକା ବେଶ୍‌ ପ୍ରଭାବିତ ହୋଇଛି। ଗତ ୩୬ ଘଣ୍ଟା ଧରି ମଧ୍ୟପ୍ରଦେଶର ବାଲାଘାଟରେ ପ୍ରବଳ ବର୍ଷା ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଲୋକଙ୍କ ଆର୍ଥିକ ସଙ୍କଟ ଦ୍ୱିଗୁଣିତ ହୋଇପଡ଼ିଛି। ପ୍ରତିଦିନ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଗ୍ରାମବାସୀ ଜୀବନକୁ ବିପଦ ମୁହଁକୁ ଠେଲିଦେଇ ବନ୍ୟାପାଣିରୁ କାଠ ସଂଗ୍ରହ କରୁଛନ୍ତି। ଯାହାକୁ ବିକି ସେମାନେ ନିଜର ପେଟ ପୋଷିବେ।
ମଧ୍ୟପ୍ରଦେଶର ଓ୍ବିଗଙ୍ଗା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକେ ନିଜ ଜୀବନକୁ ବାଜି ଲଗାଇ ବନ୍ୟାରେ ଭାସି ଆସିଥିବା କାଠ ସଂଗ୍ରହ କରୁଛନ୍ତି। ଏପରି କରିବା ଯଦିଓ ବିପଦମୁକ୍ତ ନୁହେଁ, ତଥାପି ପେଟ ପାଇଁ ଲୋକେ ଏମିତି କରିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି। ପ୍ରଶାସନ ମଧ୍ୟ ଏହା ଉପରେ ପ୍ରତିବନ୍ଧକ ଲଗାଇଛି। ମାତ୍ର ବେକାରୀ ସମସ୍ୟା ଏବଂ ପେଟରେ ଜଳୁଥିବା ନିଆଁ ଲିଭାଇବା ପାଇଁ ଲୋକେ ଏହାକୁ ଭୁଲି ଯାଇଛନ୍ତି।
ଶ୍ରମିକ କରଣ ଲାଲ୍‌ କହିଛନ୍ତି, ଚାକିରି ନାହିଁ। ଆମେ ସେଥିପାଇଁ ବନ୍ୟାଜଳରେ ଭାସି ଆସିଥିବା କାଠ ସଂଗ୍ରହ କରୁଛୁ। ଯାହାକି ବିକି ଦି’ ପଇସା ରୋଜଗାର କରିବୁ।
ଅନ୍ୟପଟେ ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି। ଏଭଳି ସ୍ଥିତିରେ ପ୍ରଶାସନ ତଳିଆ ଅଞ୍ଚଳର ଲୋକମାନଙ୍କୁ ଖାଲି କରିଦେଇଛି। ଏହା ସତ୍ତ୍ୱେ ବେରୋଜଗାର ଯୋଗୁ ପେଟ ପାଇ ଦାନା ଯୋଗାଡ଼ କରିବାରେ ଲାଗିଛନ୍ତି ଗ୍ରାମବାସୀ। ଅତିରିକ୍ତ ଜିଲାପାଳ ଶିବ ଗୋବିନ୍ଦ ମାର୍କମ କହିଛନ୍ତି, ପୌରପାଳିକାରେ ସୈନିକ ନିୟୋଜିତ ହୋଇଛନ୍ତି। ଲୋକଙ୍କୁ ନଦୀ ନିକଟକୁ ଯିବା ପାଇଁ ବାରଣ କରାଯାଇଛି। ଯଦି ନଦୀରୁ କେହି କାଠ ବାହାର କରିବାକୁ ଯାଆନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?