ଝଡ଼ାଫୁଙ୍କାରୁ ଝଡୁଛି ଜୀବନ

ଅନୁଗୋଳ ଅଫିସ, ୮ା୭:  ଗୁଣିଆ ନୁହେଁ, ଡାକ୍ତରଙ୍କୁ ଜଣା ସର୍ପ ବିଷ ଖସାଇବାର ବିଦ୍ୟା। ହେଲେ ସଚେତନତା ଅଭାବରୁ ଆଜି ବି ଅନେକ ଲୋକ ଝଡ଼ାଫୁଙ୍କା ଉପରେ ଅଗାଧ ବିଶ୍ୱାସ ରଖିଛନ୍ତି। ସାପକାମୁଡ଼ା ରୋଗୀଙ୍କୁ ମେଡିକାଲ ନ ଆଣି ଗୁଣିଆଙ୍କ ନିକଟକୁ ନେଉଛନ୍ତି। ସେଠାରେ ବିଫଳ ହେଲେ ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ପହଞ୍ଚାଉଛନ୍ତି। ଏହି କାରଣରୁ ଅନେକଙ୍କ ଜୀବନ ଅକାଳରେ ଝଡ଼ିଯାଉଛି। ଗତ ୫ ବର୍ଷ ମଧ୍ୟରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ୫ ଶହ ସାପକାମୁଡ଼ା ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଅଣାଯାଇଛି। ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଅନୁଗୋଳ ଜିଲାରେ ପ୍ରତିବର୍ଷ ସାପ କାମୁଡ଼ାରେ ବହୁ ଲୋକଙ୍କ ଜୀବନ ଯାଉଛି। ବିଶେଷକରି ଜଙ୍ଗଲ, ପାହାଡ଼ ଆଖପାଖରେ ରହୁଥିବା ଲୋକେ ଏହାର ଅଧିକ ଶିକାର ହେଉଛନ୍ତି। ସର୍ପାଘାତ ରୋଗୀଙ୍କ ସଫଳ ଚିକିତ୍ସା ଡାକ୍ତରଖାନାରେ ଯେ ସମ୍ଭବ, ଏ ନେଇ ସେମାନେ ସଚେତନ ନୁହନ୍ତି। ସରକାରଙ୍କ ପକ୍ଷରୁ ମଧ୍ୟ ଏ ଦିଗରେ ସେତେଟା ଦୃଷ୍ଟି ଦିଆଯାଉ ନାହିଁ। ଗ୍ରାମାଞ୍ଚଳରେ ସଚେତନା ସୃଷ୍ଟି କରିବାକୁ ବ୍ୟାପକ ପ୍ରଚାର ପ୍ରସାର କରାଯାଉ ନାହିଁ। କେଉଁ ଅବସ୍ଥାରେ ଲୋକେ ସାପ କାମୁଡ଼ାର ଶିକାର ହୋଇଥାନ୍ତି ଓ କେମିତି ସେମାନେ ଏଥିରୁ ବର୍ତ୍ତିପାରିବେ ସେ ସମ୍ପର୍କରେ ଅଧିକାଂଶ ଲୋକ ଅବଗତ ନାହାନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୨୦୧୭-୧୮ ବର୍ଷରେ ୧୮୮ ଜଣ ସାପ କାମୁଡ଼ା ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେହିପରି ୨୦୧୮-୧୯ ବର୍ଷରେ ୧୩୫ ଜଣ, ୨୦୧୯-୨୦ରେ ୯୩, ୨୦୨୦-୨୧ରେ ୬୪ ଓ ଚଳିତ ୨୦୨୧-୨୨ ବର୍ଷରେ ଏଯାଏ ୨୦ରୁ ଊର୍ଦ୍ଧ୍ୱ ସାପ କାମୁଡ଼ା ରୋଗୀ ମେଡିକାଲକୁ ଆସିଛନ୍ତି। ତେବେ ଅଧିକାଂଶ ସଂକଟାପନ୍ନ ଅବସ୍ଥାରେ ଆସିଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ମୃତ୍ୟୁ ହୋଇଛି ସେ ନେଇ ମୁଖ୍ୟ ଚିକିତ୍ସାଳୟରେ ତଥ୍ୟ ନାହିଁ। ହେଲେ ଝଡ଼ାଫୁଙ୍କା ଉପରୁ ଏବେ ବି ବହୁ ଲୋକ ବିଶ୍ୱାସ ହଟାଇପାରି ନ ଥିବାରୁ ସାପ କାମୁଡ଼ା ରୋଗୀ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏପରି ଲୋକଙ୍କ ସଂଖ୍ୟା ୫୦ରୁ ଊର୍ଦ୍ଧ୍ୱ ହେବ ବୋଲି ବେସରକାରୀ ଭାବେ କୁହାଯାଉଛି। ଅନ୍ୟପକ୍ଷରେ ଜିଲାର ବିଭିନ୍ନ ମେଡିକାଲରେ ସାପ ବିଷନାଶକ ଇଞ୍ଜେକଶନ ପର୍ଯ୍ୟାପ୍ତ ପରିମାଣରେ ରହିଛି। ମୋଟ୍‌ ୫୪୫୦ ଭାଏଲ ବିଭିନ୍ନ ମେଡିକାଲକୁ ପ୍ରଦାନ କରାଯାଇଛି। ସେଥିରୁ ଜୁନ୍‌ ଶେଷ ସୁଦ୍ଧା ୬ଶହ ଭାଏଲ ଶେଷ ହୋଇଛି।

ସାପ କାମୁଡ଼ିଲେ ତୁରନ୍ତ ମେଡିକାଲ ଆସନ୍ତୁ
ସାପ ବିଷ ମଣିଷ ରକ୍ତରେ ଏତେ ଶୀଘ୍ର ମିଶି ପାରି ନ ଥାଏ। ଡାକ୍ତରଖାନାରେ ରକ୍ତ ପରୀକ୍ଷା କରାଯିବା ସହ ତୁରନ୍ତ ଆବଶ୍ୟକ ବିଷନାଶକ ଇଞ୍ଜେକସନ ରୋଗୀଙ୍କୁ ଦିଆଯାଇଥାଏ। ଫଳରେ କିଛି ଘଣ୍ଟା ମଧ୍ୟରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥାଏ। ଝଡ଼ାଫୁଙ୍କାର ଆଶ୍ରୟ ନେଇ ଶେଷ ମୁହୂର୍ତ୍ତରେ ମେଡିକାଲ ଆସିଲେ ବିଷକୁ କାବୁ କରିବାର ସମୟ ଶେଷ ହୋଇଯାଇଥାଏ।
-ଡାକ୍ତର ତ୍ରିଲୋଚନ ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅନୁଗୋଳ

ଘର ଓ ପରିବେଶ ସଫା ରଖନ୍ତୁ
ବର୍ଷା ଦିନେ ଗାତରେ ପାଣି ପଶିଯିବାରୁ ସାପ ଉଷୁମ ସ୍ଥାନ ଖୋଜିଥାନ୍ତି। ଏହା ସେମାନଙ୍କ ଅଣ୍ଡାଦାନ ସମୟ। ତେଣୁ ମୂଷା ଓ ବେଙ୍ଗଙ୍କ ଗନ୍ଧ ପାଇ ସାପ ଘର ମଧ୍ୟକୁ ଚାଲିଆସିଥାନ୍ତି। ଏହି ସମୟରେ ଘର ଓ ପରିବେଶ ସଫା ରଖିଲେ ସାପ ଘରକୁ ଆସିବେ ନାହିଁ। ସାପ ଦେଖିଲେ ତାହାକୁ ନ ମାରି ସର୍ପ ମିତ୍ରଙ୍କ ସହାୟତାରେ ତାହାକୁ ଅନ୍ୟତ୍ର ଛାଡ଼ିଦିଅନ୍ତୁ।
-ନିହାରିକା ମହାପାତ୍ର, ସର୍ପମିତ୍ର, ଅନୁଗୋଳ

ବ୍ଲିଚିଂ ଓ ଫିନାଇଲ ପକାନ୍ତୁ
ସାପ ମଣିଷକୁ ଅଧିକ ଭୟ କରେ। କିନ୍ତୁ ବର୍ଷା ଦିନେ ସେମାନଙ୍କ ବସା ନଷ୍ଟ ହୋଇଯାଉଥିବାରୁ ଘର କୋଣରେ ପଡ଼ୁଥିବା ଅଳିଆ ଆବର୍ଜନା ମଧ୍ୟକୁ ସେମାନେ ଚାଲିଆସିଥାନ୍ତି। ତେଣୁ ଘର ନିକଟକୁ ଏହି ବିଷଧର ସରିସୃପ ଯେପରି ନ ଆସିବେ ସେଥିପାଇଁ ଘର ଚାରିପାଖ ପରିଷ୍କାର ରଖିବା ସହ ନିୟମିତ ବ୍ଲିଚିଂ ପାଉଡର ଓ ଫିନାଇଲ ପକାଇବା ଉଚିତ।
-ଶିବାନୀ ଶଙ୍କର ଦେହୁରୀ, ସର୍ପମିତ୍ର, ଅନୁଗୋଳ

ଅନ୍ଧ ବିଶ୍ୱାସରୁ ଲୋକେ ବାହାରିପାରୁ ନାହାନ୍ତି
ସାପ କାମୁଡ଼ିବା ମାତ୍ରେ ଲୋକେ ଗୁଣିଆ ଖୋଜନ୍ତି। ଜଣଙ୍କ ନିକଟରୁ ଅନ୍ୟ ଜଣଙ୍କ ନିକଟକୁ ଧାଆନ୍ତି। ଏପରି କରି ସେମାନେ ଗୁରୁତ୍ୱପୂର୍ଣ୍ଣ ସମୟ ନଷ୍ଟ କରିବା ସହ ରୋଗୀଙ୍କ ଜୀବନ ପ୍ରତି ଅଧିକ ବିପଦ ଡାକିଆଣନ୍ତି। ଏପରି କି ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ରୋଗୀଙ୍କୁ ମଧ୍ୟ ମେଡିକାଲରେ ଝଡ଼ାଫୁଙ୍କା କରାଯାଉଥିବା ଦେଖାଯାଇଛି। ଅନ୍ଧ ବିଶ୍ୱାସ ହିଁ ଏଥିପାଇଁ ଦାୟୀ।
-ଆଦିତ୍ୟ ବେହେରା, ସର୍ପମିତ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri