ଦଳାଚକଟାରେ ୨୯ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ମୋନ୍‌ରୋଭିଆ,୨୦ା୧: ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଲାଇବେରିଆର ରାଜଧାନୀ ମୋନ୍‌ରୋଭିଆରେ ଗୁରୁବାର ଏକ ଧର୍ମୀୟ କାର୍ଯ୍ୟକ୍ରମ ବେଳେ ଦଳାଚକଟା ହୋଇଛି। ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏନେଇ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।

ଗୁରୁବାର ଭୋର ସମୟରେ ଦଳାଚକଟା ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ଏହି ରିପୋର୍ଟ ମିଳିଛି। ପୋଲିସ ମୁଖପାତ୍ର ମୋସେସ୍‌ କାର୍ଟର କହିଛନ୍ତି, ଦଳାଚକଟାରେ ୨୯ ଜଣଙ୍କ ଜୀବନ ଯାଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ହେଲେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ସେ ଆଶଙ୍କ ପ୍ରକାଶ କରିଛନ୍ତି।

ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଲୋକେ ଏକ ଚର୍ଚ୍ଚ ନିକଟସ୍ଥ ଏକ ଫୁଟ୍‌ବଲ ପଡ଼ିଆରେ ଏକତ୍ରିତ ହୋଇ ସାମୁହିକ ପ୍ରାର୍ଥନା ବେଳେ ଏହି ଅଘଟଣ ଘଟିଥିବା ପ୍ରତ୍ୟକ୍ଷ୍ୟଦର୍ଶୀ ଇମାନ୍ବେଲ ଗ୍ରେ କହିଛନ୍ତି। ପ୍ରାର୍ଥନା ଶେଷ ବେଳକୁ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ପରେ ଚାରିଆଡ଼େ ମୃତଦେହଗୁଡ଼ିକ ପଡ଼ି ରହିଥିବା ସେ ଦେଖିବାକୁ ପାଇଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାସୋଗିଙ୍କ ହତ୍ୟାରେ କ୍ରାଉନ୍‌ ପ୍ରିନ୍ସ ସମ୍ପୃକ୍ତ

ଜେନେଭା/ରିୟାଧ,୨୦ା୬ (ଏଏଫ୍‌ପି): ସୌଦି ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟାକାଣ୍ଡରେ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ସମ୍ପୃକ୍ତ ବୋଲି ବୁଧବାର ଜାତିସଂଘର ଜଣେ ବିଶେଷଜ୍ଞ ରିପୋର୍ଟ...

୧୯୨ ଦେଶରେ କରୋନା: ୨୪ ଘଣ୍ଟାରେ ଆମେରିକାରେ ୧୦୦ ମୃତ

ଓ୍ବାଶିଂଟନ,୨୩।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଏହା ୧୯୨ ଦେଶରେ ପହଞ୍ଚିଛି। କରୋନା ଯୋଗୁ ପୃଥିବୀରେ ମୃତ୍ୟୁ ସଂଖ୍ୟା ୧୪,୬୧୬...

ଅର୍ଥ ଅଭାବରୁ ଭଉଣୀଙ୍କ ପାଇଁ ଘରେ ସୁନ୍ଦର ଗାଉନ୍‌ ତିଆରି କଲେ ଭାଇ

ମନିଲା,୨୦।୨: ଭଉଣୀ-ଭାଇଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁଠାରୁ ନିଆରା ବୋଲି କୁହାଯାଏ। ସବୁ ଭାଇ ଭାବନ୍ତି ତାଙ୍କ ଭଉଣୀ ସବୁଠାରୁ ଭଲ। ଆଉ ଭଉଣୀଙ୍କ କଷ୍ଟ...

ନ୍ୟୁ ମେକ୍ସିକୋ ଜଙ୍ଗଲରେ ନିଆଁ, ବିପର୍ଯ୍ୟୟ ଘୋଷଣା କଲେ ବାଇଡେନ

ଲସ୍‌ବେଗସ,୫ା୫: ଆମେରିକା ଇତିହାସରେ ସବୁଠାରୁ ବଡ଼ ଜଙ୍ଗଲରେ ନିଆଁ ଲାଗି ଅନେକ କ୍ଷତି ଘଟିଛି। ଏହାର ଗରମ ପବନରେ ଜୀବଜଗତ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଷ୍ଟ୍ରପତି ଜୋ...

ଶୂନ ଡିଗ୍ରୀ ତାପମାତ୍ରାରେ ୩୫ ଘଣ୍ଟା

ମୁମ୍ବାଇ,୩।୩: ୟୁକ୍ରେନ୍‌ରୁ ଫେରିଥିବା କେତେଜଣ ଛାତ୍ର ସେମାନଙ୍କ ଦୁଃଖଦ ଅନୁଭୂତି ବଖାଣିଛନ୍ତି। ସେମାନଙ୍କୁ ୟୁକ୍ରେନ୍‌ ସୀମାରେ ଶୂନରୁ କମ୍‌ ଡିଗ୍ରୀ ତାପମାତ୍ରାରେ ୩୫ ଘଣ୍ଟାରୁ ଊର୍ଦ୍ଧ୍ୱ...

ବିଶ୍ୱକୁ ବିପଦ ବାଣିଜ୍ୟ ଯୁଦ୍ଧ

ଓସାକା,୨୯ା୬ (ପି.ଟି./ଆଇଏଏନ୍‌ଏସ୍‌): ଜାପାନର ଓସାକାରେ ଶୁକ୍ରବାର ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ବିଶ୍ୱ ଅର୍ଥନୀତି, ବହୁପାକ୍ଷିକ ବାଣିଜ୍ୟ ଓ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ...

ସ୍ପଷ୍ଟ କଲା ଆମେରିକା: ଅରୁଣାଞ୍ଚଳରେ ଗାଁ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ,୪।୧୧: ଅରୁଣାଞ୍ଚଳ ସଂଲଗ୍ନ ଲାଇନ୍‌ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ଭିତରେ ଗାଁ ନିର୍ମାଣ କରିଛି ଚାଇନା। ଏହା ଆମେରିକାର ବାର୍ଷିକ ପ୍ରତିରକ୍ଷା ବିଭାଗର ରିପୋର୍ଟରେ...

ଡବ୍ଲ୍ୟୁଏଚ୍‌ଓରେ ଯୋଗଦେବ ଆମେରିକା

ଓ୍ବାଶିଂଟନ, ୨୧।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ରେ ଆମେରିକା ପୁନର୍ବାର ଯୋଗଦେବ ବୋଲି ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଚାଇନା ଯେପରି ନିୟମ ଅନୁଯାୟୀ...

Advertisement
Archives

Model This Week