Posted inଜାତୀୟ

ହିଜାବ ପାଇଁ କଲେଜ ସମ୍ମୁଖରେ ଆନ୍ଦୋଳନ

ବେଙ୍ଗାଲୁରୁ,୨୦।୧: ପ୍ରାୟ ୩ ସପ୍ତାହ ହେଲା କର୍ନାଟକର ଉଡୁପି ଜିଲାର ଏକ ସରକାରୀ କଲେଜ ଏବଂ ହିଜାବ ପିନ୍ଧିବାକୁ ଚାହୁଁଥିବା କିଛି ମୁସଲିମ ଛାତ୍ରୀଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମୁସଲିମ ଛାତ୍ରୀମାନେ ଗୁରୁବାର ସକାଳେ କଲେଜ ଗେଟ ଆଗରେ ପ୍ଲାକାର୍ଡ ଧରି ବିକ୍ଷୋଭ କରିବା ପରେ ଘଟଣା ସାମ୍ନାକୁ ଆସିଛି।

ଛାତ୍ରୀମାନେ କହିଛନ୍ତି, ସେମାନଙ୍କୁ ହିଜାବ ପିନ୍ଧି କ୍ଲାସରେ ବସିବାକୁ ଦିଆଯାଉ ନାହିଁ। ଏହା ଦ୍ୱାରା ସେମାନଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ବିନା ହିଜାବରେ ପୁରୁଷ ଲେକଚରଙ୍କ ସାମ୍ନାରେ ବସିବାକୁ ସେମାନେ ଅସହଜ ମନେ କରୁଛନ୍ତି।

“ଆମେ ହିଜାବ ପିନ୍ଧି କଲେଜ ଆସିଥିଲୁ। କିନ୍ତୁ ଆମକୁ କ୍ଲାସରେ ବସିବାକୁ ଦିଆଗଲା ନାହିଁ” ବୋଲି ଆଲିୟା ନାମକ ଜଣେ ଛାତ୍ରୀ କହିଛନ୍ତି।

“ଆମକୁ ୨୦ ଦିନ ଧରି ହିଜାବ ପିନ୍ଧିବାକୁ ରୋକା ଯାଇଥିଲା। ଆମେ ନ୍ୟାୟ ଚାହୁଁ। ସମ୍ବିଧାନ ଆମକୁ ହିଜାବ ପିନ୍ଧିବାକୁ ଅଧିକାର ଦେଉଛି। କ’ଣ ପାଇଁ ଆମକୁ କଲେଜ ରୋକୁଛି” ବୋଲି ଅନ୍ୟ ଜଣେ ଛାତ୍ରୀ କହିଛନ୍ତି।

ବିକ୍ଷୋଭର ପୂର୍ବଦିନ କଲେଜ ଓ ଜିଲା ଅଧିକାରୀ ଛାତ୍ରୀଙ୍କୁ ଡ୍ରେସକୋର୍ଡ ସହ କଲେଜ ଆସିବାକୁ ଚରମବାଣୀ ଶୁଣାଇଥିଲେ। ଏହି ଘଟଣା ଉପରେ ରାଜ୍ୟର ଶିକ୍ଷାମନ୍ତ୍ରୀ ବି ସି ନାଗେଶ କହିଛନ୍ତି, ଏହା ଅନୁଶାସନ ବିରୋଧି। ସ୍କୁଲ ଏବଂ କଲେଜ ଧାର୍ମିକ ସ୍ଥଳ ନୁହେଁ। କ୍ୟାମ୍ପସ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ସମର୍ଥତ୍ତ ଛାତ୍ରୀମାନେ ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଏହି ଘଟଣାକୁ ରାଜନୀତିକରଣ କରୁଛନ୍ତି। କଲେଜରେ ଡ୍ରେସ୍‌ କୋଡ୍‌ ନିୟମ ୧୯୮୫ରୁ ଚାଲିଛି। ଏହା ବିରୋଧରେ ୧୫ରୁ ୨୦ ଦିନ ହେଲା ସେମାନେ ବିକ୍ଷୋଭ କରୁଛନ୍ତି। ଯେତେବେଳେ କଂଗ୍ରେସ ସରକାରରେ ଥିଲା, ସେମାନେ ନିୟମ ମାନୁଥିଲେ। କିନ୍ତୁ ତାଙ୍କୁ ଏବେ ସମସ୍ୟା ହେଉଛି। ସେମାନେ ଏବେ ସାମ୍ବିଧାନିକ ଅଧିକାର ମାଗୁଛନ୍ତି। ଅନୁଶାସନ ଏକ ଅଧିକାର ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri