ଶ୍ରାବଣରେ କ୍ଷେତ ଫାଟି ଆଁ: ୬୧%ରୁ କମ୍‌ ବର୍ଷା

ପାଟଣା,୩।୮( ସ୍ବ.ପ୍ର.)-କେନ୍ଦୁଝର ଜିଲାର ୮୦ ପ୍ରତିଶତ ଅଧିବାସୀ ମୁଖ୍ୟତଃ କୃଷି ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ଚଳିତ ବର୍ଷ କରୋନା ଯୋଗୁ ସବୁ କାମଧନ୍ଦା ମାନ୍ଦା ପଡ଼ିଥିବା ବେଳେ ଲୋକଙ୍କର ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ପଡ଼ିଛି। ଏଭଳି ପରିସ୍ଥିତିରେ ଶେଷ ଆଶ୍ରା କରିଥିବା ଚାଷ ବି ଦାଉ ସାଧିବାକୁ ବସିଲାଣି। ଲୋକେ ଚାଷ ଉପରେ ଭରସା କରି ଯାହା କିଛି ସଞ୍ଚୟ କରିଥିଲେ ହଳ, ରୁଆ, ପୋତା ଓ ସାର ବେଉଷଣରେ ଖର୍ଚ୍ଚ କରିଥିଲେ। ହେଲେ ଧାରା ଶ୍ରାବଣ ମାସରେ ବି ବର୍ଷା ଚାଷୀଙ୍କୁ ଧୋକା ଦେଲା। ସ୍ବଳ୍ପ ବୃଷ୍ଟିପାତ ଓ ଅନାବୃଷ୍ଟି ଯୋଗୁ କୋଉଠି ଜମି ଫାଟି ଫାଳ ଫାଳ ହେଲାଣି ତ କୋଉଠି ଧାନ ଗଛରେ ଉଈ ଲାଗି କାଣ୍ଡ କାଟିଦେଲେଣି। ସେଥିପାଇଁ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଲୋକେ ବର୍ଷା ଆଶାରେ ଗାଁ ଗାଁରେ ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବାକୁ କିଏ ଜଳାଭିଷେକ କରୁଛନ୍ତି ତ କିଏ ବେଙ୍ଗ ବେଙ୍ଗୁଲି ବାହାଘର କଲେଣି। ହେଲେ ଇନ୍ଦ୍ରଙ୍କ ଶୁଭ ଦୃଷ୍ଟି ଜିଲା ଉପରେ ପଡୁନି। ଜୁଲାଇ ମାସ ଶେଷ ସୁଦ୍ଧା ସାଭାବିକ ଠାରୁ ୬୧ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଥିବା ରେକର୍ଡ ହୋଇଛି ବୋଲି ଜିଲା କୃଷି ଅଧିକାରୀ ଶରତ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ଜିଲାର ଝୁମ୍ପୁରା, ଚମ୍ପୁଆ ଓ ତେଲକୋଇ ବ୍ଲକରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ପାଟଣା, ସାହାରପଡ଼ା, ଘଟଗାଁ, ଆନନ୍ଦପୁର ଓ ଘଷିପୁରା ବ୍ଲକରେ ସ୍ବଳ୍ପ ବୃଷ୍ଟିପାତ ହୋଇଥିବା ଜିଲା କୃଷି ଅଧିକାରୀ କହିଛନ୍ତି। ଆଗାମୀ ଏକ ସପ୍ତାହ ମଧ୍ୟରେ ଭଲ ବର୍ଷା ନ ହେଲେ ଚାଷ ସବୁ ଉଜୁଡ଼ି ଯିବା ଆଶଙ୍କା ଉପୁଜିଲାଣି। ଜିଲାରେ ଥିବା କ୍ଷୁଦ୍ର, ମଧ୍ୟମ ଓ ବୃହତ୍‌ ଇରିଗେଶନ ପ୍ରୋଜେକ୍ଟରୁ କ୍ଷେତକୁ ଖୁବ୍‌ଶୀଘ୍ର ପାଣି ଛାଡ଼ିବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଉପକୋଷାଗାର ପୂର୍ବତନ କର୍ମଚାରୀଙ୍କୁ ଜେଲ୍‌ଦଣ୍ଡ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଉପକୋଷାଗାର କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ତଥା ବରିଷ୍ଠ କିରାଣି ନାରାୟଣ ମେହେରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି।…

୨୪ ଘଣ୍ଟାରେ ୪ ଥର ଅଫର ଦେଲେ ସରକାର, ହେଲେ CJP କହିଲା ନା ନଡ୍ଡାଙ୍କ ଘର ନା ଅଫିସ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟିର ଏକ ବିବୃତ୍ତିରେ କୁହାଯାଇଛି ଯେ ଏହା ନିରପେକ୍ଷ ଆଲୋଚନାକୁ ପସନ୍ଦ କରେ। ଏହା କାହାର କାର୍ଯ୍ୟାଳୟ କିମ୍ବା ମନ୍ତ୍ରଣାଳୟରେ ଆଲୋଚନା କରିବାକୁ…

CJPର ବଡ଼ ଘୋଷଣା: ଆସନ୍ତାକାଲି ସାରା ଦେଶରେ ହେବ ପ୍ରତିବାଦ

ନୂଆଦିଲ୍ଲୀ,୨୩।୯: କକ୍ରୋଚ ଜନତା ପାର୍ଟି (CJP) ଗୁରୁବାର ଏକ ବଡ଼ ଘୋଷଣା କରିଛି। ପୋଲିସ ବର୍ବରତା ବିରୋଧରେ ଦଳ ସାରା ଦେଶରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଡାକରା…

ମଣିଷ-ହାତୀ ସଂଘର୍ଷ ପ୍ରଶମନକୁ ସୁଦୃଢ଼ କରିବା ପାଇଁ ପ୍ରୟାସ

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡରେ କେନ୍ଦୁଝରର ଡିଏଫ୍‌ଓ ଧନରାଜ ଏଚ୍‌ଡିଙ୍କ ଅଧ୍ୟକ୍ଷତାରେ ମଣିଷ-ହାତୀ ସଂଘର୍ଷ ପ୍ରଶମନ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

NEET ପେପର୍‌ ଲିକ ବିବାଦ: ଛାତ୍ରୀଛାତ୍ରଙ୍କୁ ଆଲୋଚନା ପାଇଁ ଖୋଲା ନିମନ୍ତ୍ରଣ ଦେଲେ ସରକାର

ନୂଆଦିଲ୍ଲୀ,୨୩।୭: NEET ପେପର ଲିକ ନେଇ ସାରା ଦେଶରେ ପ୍ରତିବାଦ ଜାରି ରହିଛି। ସଡ଼କଠାରୁ ସଂସଦ ପର୍ଯ୍ୟନ୍ତ ରାଜନୈତିକ ବାତାବରଣ ଉଷ୍ମ ହୋଇଛି। ଛାତ୍ର ସଂଗଠନ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri