ଫନୀଠୁ କମ୍‌ ପ୍ରଭାବୀ ୟାସ୍‌: ଆଇଏମ୍‌ଡି ଡିଜି

ମେ’ ୨୬ରେ ସାମୁଦ୍ରିକ ଝଡ଼ ୟାସ୍‌ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ। ଏହା ୨୦୧୮ରେ ଦକ୍ଷିଣ ଓଡ଼ିଶାକୁ ପ୍ରଭାବିତ କରିଥିବା ବାତ୍ୟା ତିତ୍‌ଲି ଭଳି ତୀବ୍ର ହେବ। କିନ୍ତୁ ଫନିଠାରୁ କମ୍‌ ପ୍ରଭାବ ପକାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ‘ଧରିତ୍ରୀ’ର ଦିଲ୍ଲୀ ଖବରଦାତା କୁଲ୍‌ଦୀପ ସିଂଙ୍କୁ ଏକ ସ୍ବତନ୍ତ୍ର ସାକ୍ଷାତ୍‌କାର ଦେଇ କହିଛନ୍ତି।

କେତେବେଳେ ଏବଂ କେଉଁଠାରେ ୟାସ୍‌ ସ୍ଥଳଭାଗ ଛୁଇଁବ?
ୟାସ୍‌ ପାରାଦୀପ ଓ ସାଗରଦ୍ୱୀପ ମଧ୍ୟରେ ବାଲେଶ୍ୱର ନିକଟରେ ବୁଧବାର ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍‌ କରିବ।
କେଉଁ ରାଜ୍ୟର କେଉଁ ଅଞ୍ଚଳକୁ ଏହା ପ୍ରଭାବିତ କରିବ ଓ ଏହାର ତୀବ୍ରତା କେତେ ରହିବ?
ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଓ ସ୍ଥଳବିଶେଷରେ ୧୮୫ କିଲୋମିଟର ଯାଏ ପବନ ବହି ସ୍ଥଳଭାଗ ଛୁଇଁବ। ଫଳରେ ବାଲେଶ୍ୱର, ଭଦ୍ରକ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲା ବିଶେଷ ଭାବେ ପ୍ରଭାବିତ ହେବ। ଏହା ପରେ ପବନର ବେଗ କମିବ। ଫଳରେ ମୟୂରଭଞ୍ଜରେ ଘଣ୍ଟାପ୍ରତି ୧୨୦ରୁ ୧୩୦ କି.ମି. ଏବଂ କେନ୍ଦୁଝର, ଢେଙ୍କାନାଳ, ଭୁବନେଶ୍ୱର ଆଦି ସ୍ଥାନରେ ଏହାର ବେଗ କମ୍‌ ରହିବ।
ଫନି ତୁଳନାରେ ୟାସ୍‌ କେତେ ତୀବ୍ର ରହିବ?
ଫନିର ଘଣ୍ଟାପ୍ରତି ବେଗ ୨୦୫ କିଲୋମିଟର ଥିଲାବେଳେ ୟାସ୍‌ର ବେଗ ୧୬୫ କିଲୋମିଟର ହେବ ବୋଲି ଅନୁମାନ କରାଯାଉଛି। ଏହା ଫନିଠାରୁ ଯଥେଷ୍ଟ କମ୍‌, କିନ୍ତୁ ୨୦୧୮ରେ ଗୋପାଳପୁରଠାରେ ମାଡ଼ କରିଥିବା ତିତ୍‌ଲି ଭଳି ହେବ। ହେଲେ ଗତବର୍ଷ ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିଥିବା ଅମ୍ଫନ ଓ ଗତ ସପ୍ତାହରେ ସାମୁଦ୍ରିକ ଝଡ଼ ତଉକ୍‌ତାଏଠାରୁ ଏହା ସାମାନ୍ୟ କମ୍‌ ରହିବ।
ଏହି ଝଡ଼କୁ କିଭଳି ଟ୍ରାକିଂ କରାଯାଉଛି? ଏଥିପାଇଁ ବ୍ୟବହୃତ ହେଉଥିବା ରାଡାର ବିଷୟରେ କୁହନ୍ତୁ?
ଆମର ଗୋପାଳପୁର, ପାରାଦୀପ ଓ କୋଲକାତାରେ ଡପ୍‌ଲର ରାଡାର ରହିଛି। ଏହିଭଳି ନିର୍ଦ୍ଦିଷ୍ଟ ବାତ୍ୟାକୁ ରେଖାଙ୍କିତ କରିବା ପାଇଁ ଏଭଳି ରାଡାର ବ୍ୟବହୃତ କରାଯାଏ। ଯଦି ବାତ୍ୟା ଆନ୍ଧ୍ର ଆଡକୁ ଯାଏ, ତେବେ ଭାଇଜାକ୍‌ ରାଡାରକୁ କେତେକାଂଶରେ ବ୍ୟବହାର କରାଯାଇଥାଏ। ଯାହା ଜଣାପଡ଼ୁଛି, ଗୋପାଳପୁର ଓ ପାରାଦୀପ ରାଡାର ଦ୍ୱାରା ୟାସ୍‌ର ଗତିବିଧି ମପାଯିବ।
ୟାସ୍‌ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନକୁ ପ୍ରଭାବିତ କରିବ କି?
ଏହା ମୌସୁମୀ ଉପରେ ଆଦୌ ପ୍ରଭାବ ପକାଇବ ନାହିଁ। ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍‌ ୧୦ରୁ ୧୨ ତାରିଖ ମଧ୍ୟରେ ଓଡ଼ିଶାରେ ପହଞ୍ଚତ୍ଥାଏ। ଏହା ଡେରି ଅଛି। ଆମେ ଯାହା ଅନୁମାନ କରୁଛୁ ମୌସୁମୀ ୩୧ ମେ’ରେ କେରଳ ଛୁଇଁପାରେ।
କାର୍ଯ୍ୟକଳାପ ଯୋଗୁ ସାମୁଦ୍ରିକ ଝଡ଼ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରୁଛି କି?
ଏହା ଏକ ଜଟିଳ ପ୍ରଶ୍ନ। ସାଧାରଣତଃ ବାରମ୍ବାର ସାମୁଦ୍ରିକ ଝଡ଼ ଓ ଏହାର ତୀବ୍ରତା ଜଳବାୟୁ ପରିବର୍ତ୍ତନ ଉପରେ ନିର୍ଭର କରେ। ଏହା ଆରବସାଗର ଓ ବଙ୍ଗୋପସାଗରରେ ଦେଖାଦେଉଥିବା ବାତ୍ୟାରୁ ବହୁବାର ଅନୁଧ୍ୟାନ କରାଯାଇଛି। ଉପକୂଳ ଅଞ୍ଚଳରେ ଅନେକ କାର୍ଯ୍ୟକଳାପର ପ୍ରଭାବ ସମ୍ପର୍କ ବାତ୍ୟା ସହିତ ଜଡ଼ିତ ରହିଛି। କିନ୍ତୁ ବାତ୍ୟାର ତୀବ୍ରତା ଓ ବାରମ୍ବାର ସୃଷ୍ଟି ହେବା ସହିତ ଏହାର ସେଭଳି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ।
ୟାସ୍‌କୁ ମୁକାବିଲା କରିବାରେ ଓଡ଼ିଶା ସରକାର କେତେ ମାତ୍ରାରେ ପ୍ରସ୍ତୁତ ହେଉଛନ୍ତି ଓ ଆପଣଙ୍କ ବିଭାଗ ସହିତ କିପରି ସମନ୍ବୟ ରକ୍ଷାକରି ପାରିଛି?
ବାତ୍ୟା ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନେକ ସମୟରେ ଉଦାହରଣ ସୃଷ୍ଟି କରିଛି। ଏଥିପାଇଁ କେନ୍ଦ୍ର, ରାଜ୍ୟଗୁଡ଼ିକର ବିଭିନ୍ନ ସଂସ୍ଥା ସହିତ ଆମର ସମନ୍ବୟ ରହିଛି। ଏ ଦିଗରେ ଆମେ ରାଜ୍ୟ ସରକାରଙ୍କୁ ନିରନ୍ତର ତଥ୍ୟ ଯୋଗାଇ ଦେଉଛୁ। ରାଜ୍ୟ ସରକାର ମଧ୍ୟ ତୁରନ୍ତ ନିଷ୍ପତ୍ତି ନେଇ ତାହା ଜିଲାପାଳ ଓ ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ଜଣାଇ ଦେଉଛନ୍ତି। ପ୍ରତ୍ୟେକ କ୍ଷେତ୍ର ପାଇଁ ଆମର ନିର୍ଦ୍ଦିଷ୍ଟ ସତର୍କ ବ୍ୟବସ୍ଥା ରହିଛି। ଯେପରିକି ବନ୍ଦର, ମତ୍ସ୍ୟଜୀବୀ, ଉପକୂଳ ସତର୍କତା, ଗଭୀର ସମୁଦ୍ରରେ ଆତଯାତ କରୁଥିବା ଜାହାଜ ଏବଂ ବିମାନବନ୍ଦର ପାଇଁ ସତର୍କ ସୂଚନା ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri