Posted inଜାତୀୟ

କେବଳ ନୀତୀଶ- ନାଇଡୁ ନୁହନ୍ତି, ଏନ୍‌ଡିଏ ସରକାରଙ୍କ ଭାଗ୍ୟ ବଦଳାଇ ଦେଇପାରନ୍ତି  ଏହି ୧୭ ଏମ୍‌ପି

ନୂଆଦିଲ୍ଲୀ,୫।୬: ଲୋକସଭା ନିର୍ବାଚନ-୨୦୨୪ର ଫଳାଫଳ ଘୋଷଣା ହୋଇଛି। ଏଥିରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାନ୍ତି। ତେବେ ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ୨୯୨ ଆସନ ମିଳିଛି। ଏଥି ସହିତ ଇଣ୍ଡିଆ ମେଣ୍ଟକୁ ୨୩୪ ଆସନ ମିଳିଛି। ଏଭଳି ପରିସ୍ଥିତିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଜେଡିୟୁକୁ ୧୨ ଏବଂ ଟିଡିପି ୧୬ ସିଟ ପାଇଛି। ମିଳିତ ଭାବେ ସମୁଦାୟ ୨୮ ଟି ସିଟ ଅଛି, ଯାହା ସାମ୍ପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି।
କେବଳ ଏହି ଦୁଇ ଦଳର ଆଗାମୀ ପଦକ୍ଷେପ ଉପରେ ନୁହେଁ, ବରଂ ସ୍ବାଧୀନ ଏମ୍‌ପି ତଥା ଦଳ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି, ଯେଉଁମାନେ ଏନ୍‌ଡିଏ କିମ୍ବା ଇଣ୍ଡିଆ ଆଲାଇନ୍ସର ଅଂଶ ନୁହନ୍ତି। କାରଣ ଏଭଳି ଏମ୍‌ପିଙ୍କ ସଂଖ୍ୟା ୧୭। ଏହି ଏମ୍‌ପିମାନେ ମଧ୍ୟ ସରକାରଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିପାରିବେ।
୧୭ ଏମ୍‌ପି କିଏ?
ଏହି ୧୭ ଜଣ ଏମ୍‌ପିଙ୍କ ମଧ୍ୟରେ ଏଆଇଏମ୍‌ଆଇଏମ୍‌ର ଓୱାଇସି, ବିହାରର ପୁର୍ନିଆରୁ ଜିତିଥିବା ପପୁ ଯାଦବ, ୟୁପିରେ ନାଗିନାରୁ ଜିତିଥିବା ଚନ୍ଦ୍ରଶେଖର ଆଜାଦ, ପଞ୍ଜାବର ଫରିଦକୋଟରୁ ଜିତିଥିବା ସାବରଜିତ ସିଂ ଖାଲସା, ଖଦୁର ସାହେବ, ଦାମନ ଏବଂ ଡିୟୁରୁ ଜିତିଥିବା ଅମୃତପାଲ ସିଂ ଅନ୍ତର୍ଭୁକ୍ତ , ସାଙ୍ଗଲିରୁ ନିର୍ବାଚନରେ ଜିତିଥିବା ବିଶାଲ ପାଟିଲ, ବାରାମୁଲ୍ଲାଠାରୁ ଜିତିଥିବା ଇଞ୍ଜିନିୟର ରସିଦ ପ୍ରମୁଖ ରହିଛନ୍ତି।
୧- ପପୁ ଯାଦବ -ସ୍ବାଧୀନ
୨- ଓୱାଇସି AIMIM
– ଚନ୍ଦ୍ରଶେଖର ଆଜାଦ-ଆଜାଦ ସମାଜ ପାର୍ଟି
୪- ସାବରଜିତ ସିଂ ଖାଲସା-ସ୍ବାଧୀନ
୫- ଅମୃତପାଲ ସିଂ-ସ୍ବାଧୀନ
୬-ବିଶାଲ ପାଟିଲ-ସ୍ବାଧୀନ
୭- ଇଞ୍ଜିନିୟର ରସିଦ-ସ୍ବାଧୀନ
– ପଟେଲ ଉମେଶଭାଇ-ସ୍ବାଧୀନ
୯- ମହମ୍ମଦ ହନିଫା -ସ୍ବାଧୀନ
୧୦-ରିକି ଆଣ୍ଡ୍ରୁ-ପିପୁଲ୍ସ ପାର୍ଟୀ
୧୧-ରିଚାର୍ଡ ୱାନଲାଲହାମଙ୍ଗିହା- ଜୋରାମ ପିପୁଲ୍ସ ମୁଭମେଣ୍ଟ
୧୨-ହର୍‌ସିମରତ କୌର ବାଦଲ-ଶିରୋମଣି ଅକାଳୀ ଦଳ
୧୩-ପେଡିରେଡି ଭେଙ୍କଟା ମିଧୁୁନ ରେଡ୍ଡୀ-YSRCP
୧୪-ଅବିନାଶ ରେଡ୍ଡୀ-YSRCP
୧୫-ଥାନୁଜ ରାନୀ-YSRCP
୧୬-ଗୁରୁମୂର୍ତ୍ତି ମାଡିଲା- YSRCP
୧୭-ଜୋୟନ୍ତା ବେସୁମେଟାରୀ -UPPL
ବର୍ତ୍ତମାନ ସମୟରେ କେନ୍ଦ୍ରରେ ଏନ୍‌ଡିଏ ସରକାର ହେବାକୁ ଯାଉଥିବା ସ୍ପଷ୍ଟ ହୋଇଥିଲେ ହେଁ ଭାଜପାର ୨୭୨ ଆସନ ନ ଥିବାରୁ ‘ଇଣ୍ଡିଆ ’ମେଣ୍ଟ ମଧ୍ୟ ସରକାର ଗଠନ କରିବା ଦିଗରେ ମନ୍ଥନ କରୁଛି। ‘ଇଣ୍ଡିଆ’ ମେଣ୍ଟର ମୋଟ ୨୩୪ ଆସନ ରହିଛି। ଏହାକୁ ମ୍ୟାଜିକ ନମ୍ବର ୨୭୨ ପାଇବାକୁ ହେଲେ ୩୮ ଅନ୍ୟ ଏମ୍‌ପିଙ୍କ ଆବଶ୍ୟକତା ରହିଛି। ନୀତୀଶ ଏବଂ ନାୟଡୁଙ୍କ ୨୮ ଏମ୍‌ପି ଅଛନ୍ତି। ଯଦି ସେମାନେ ‘ଇଣ୍ଡିଆ’ ମେଣ୍ଟକୁ ଆସନ୍ତି ତେବେ ମୋଟ ସଂଖ୍ୟା ୨୬୨ ହେବ। ଏହାକୁ ଆଉ ୧୦ ଏମ୍‌ପିଙ୍କ ଆବଶ୍ୟକତା ପଡ଼ିବ। ସେ ସମୟରେ ନିର୍ଦ୍ଦଳୀୟ ତଥା ସ୍ବାଧୀନ ଏମ୍‌ପିମାନେ କାମରେ ଆସିବେ। ଫଳରେ ସଂଖ୍ୟା ୨୭୧ରେ ପହଞ୍ଚିଯିବ ବୋଲି କୁହାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?