ଡେଙ୍ଗୁ କବଳରେ ଲକ୍ଷ୍ମୀପୁର, ୩ ଦିନରେ ୧୫ ଚିହ୍ନଟ

କୋରାପୁଟ,୧୯ା୬(ସ୍ବ.ପ୍ର.): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଏବେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଡାକ୍ତରଖାନାରେ ସବୁବେଳେ ରୋଗୀଙ୍କ ଭିଡ଼ ଜମୁଛି। କିଛିଦିନ ତଳେ କେତେକ ଲୋକ ଜ୍ୱରରେ ଆକ୍ରାନ୍ତ ଥିଲା ସମୟରେ ଜଣେ ଯୁବତୀ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଫଳରେ ସାହି ବାସିନ୍ଦାଙ୍କ ମନରେ ଭୟ ଜାତ ହୋଇଥିଲା। ଡେଙ୍ଗୁ ରୋଗ ମାଡୁଛି ବୋଲି ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଖବର ପରେ ଜିଲାସ୍ତରୀୟ ଏକ ଡାକ୍ତରୀ ଦଳ ସହ ଭ୍ରାମ୍ୟମାଣ ଟିମ୍‌ ସାହି ବସ୍ତିର ଘର ଘର ବୁଲି ପିଇବା ପାଣି ରକ୍ତ ନମୁନା ସଂଗ୍ରହ କରି ନେବା ସହ ଭୂତାଣୁ ଜନିତ ଜ୍ୱର ବୋଲି କହିଥିଲେ। ତଥାପି ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ଗତ ୩ ଦିନ ମଧ୍ୟରେ ସରକାରୀସ୍ତରରେ ୧୫ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ବ୍ଲକ ସଦରର ପ୍ରତ୍ୟେକ ସାହିର ଘରେ ଘରେ ଏବେ ଅନେକ ଛୋଟରୁ ବଡ଼ ସଭିଏଁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ପଇସାଥିଲା ବାଲା ବାହାରକୁ ଚିକିତ୍ସା କରି ଫେରି ଆସୁଥିବା ବେଳେ ନ ଥିଲା ବାଲା ଲକ୍ଷ୍ମୀପୁର ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ଅନ୍ୟ ପଟେ ବର୍ଷା ହେଲେ ଅଧା ଲକ୍ଷ୍ମୀପୁର ବେହାଲ ହୋଇ ପଡୁଛି। ନୂଆ ବସ୍‌ଷ୍ଟାଣ୍ଡଠାରୁ ଆରମ୍ଭ କରି ପୁରୁଣା ବସ୍‌ଷ୍ଟାଣ୍ଡ, ଶିବ ମନ୍ଦିର ରାସ୍ତା, ଆଦିବାସୀ ସାହି,୩ ହରିଜନ ସାହି, ଉପର ଦୋରା ସାହି ଓ ତଳ ଦୋରା ସାହି, ପୋଷ୍ଟ ଅଫିସ୍‌ ରାସ୍ତା ପୂରା ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇପଡ଼ିଛି। ଫଳରେ ସାହି ରାସ୍ତା ଉପରେ ବର୍ଷା ପାଣି ପ୍ରବାହିତ ହୋଇ ଅଳିଆ ଆବର୍ଜନା ଛାଡ଼ି ଚାଲିଯାଉଛି। ଏପରିକି ପଞ୍ଚାୟତ ପକ୍ଷରୁ ସଫେଇ କରାଯିବା କଥା କିନ୍ତୁ ସଫେଇ ଦିଗରେ ଦୃଷ୍ଟି ଦିଆ ଯାଉ ନ ଥିବାରୁ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ଜ୍ୱର ହୋଇଥିବା ବେଳେ ତାହା କେଉଁ ଜ୍ୱରରେ ମୃତ୍ୟୁ ଘଟିଛି ସ୍ବାସ୍ଥ୍ୟ ବିଭାଗ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନି। ତେଣୁ ଆଗକୁ ପରିସ୍ଥିତି ଭୟଙ୍କର ହୋଇ ଡେଙ୍ଗୁର କବଳରେ ସମଗ୍ର ବ୍ଲକ ଫସିବା ପୂର୍ବରୁ ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସବୁ ମହଲରେ ଦାବି ହୋଇଛି। ଏ ନେଇ ଲକ୍ଷ୍ମୀପୁର ଡାକ୍ତର ଏସ୍‌ ପ୍ରଧାନଙ୍କୁ ପଚାରିବାରୁ ରବିବାର ସୁଦ୍ଧା ଲକ୍ଷ୍ମୀପୁର ସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ୧୫ ଜଣ ରୋଗୀ ଡେଙ୍ଗୁରେ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦିନରେ ନାମ ଲେଖାଇଲେ ୧୩୬ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ୍‌,୧୬ା୭-ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତ୍ର ୧୩୬ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିବା ସାମ୍‌ସ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।...

ସହାୟତା ତାଲିକାରେ ନାଁ ନାହିଁ: ଉଠା ଦୋକାନୀ ଜିଲାପାଳଙ୍କ ଦ୍ୱାରସ୍ଥ

ବାରିପଦା ଅଫିସ, ୧୫ା୪- ଲକ୍‌ ଡାଉନ ଲାଗୁ ହେବାଠାରୁ ବାରିପଦା ସହରରେ ଥିବା ଉଠାଦୋକାନୀମାନଙ୍କ ଦୋକାନ ବନ୍ଦ ହୋଇ ପଡ଼ି ରହିଛି। ପରିବାର ପ୍ରତିପୋଷଣ କରିବା...

ଆରମ୍ଭ ହେଲା ‘ମୋ ବିଦ୍ୟୁତ୍‌’ ପୋର୍ଟାଲ ‘ମୋବାଇଲ ଆପ୍‌’: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ)- ରାଜ୍ୟର ବିଦ୍ୟୁତ୍‌ ସେବା ମୋ ସରକାର ଦ୍ୱାରା ତଦାରଖ କରାଯିବ। ରାଜ୍ୟର ୮୯ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ସୁବିଧା ପାଇଁ ଅନ୍‌ଲାଇନ ବିଦ୍ୟୁତ ଉପଭୋକ୍ତା...

‘ଭାରତୀୟ ପୁରାଣଶାସ୍ତ୍ର ମୌଳିକ ଶିକ୍ଷାର ଆଧାର ହେବା ଉଚିତ୍‌’

ବାଲେଶ୍ୱର ଅଫିସ, ୧୨।୭ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ପ୍ରାକ୍‌-ରଜତ ଜୟନ୍ତୀ...

ରାଜ୍ୟରେ କୋଭିଡ୍‌ ଯୋଗୁ ୯୧୨୮ ମୃତ୍ୟୁ

ଭୁବନେଶ୍ୱର,୨୬/୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ଯୋଗୁ ୯୧୨୮ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଖୋର୍ଦ୍ଧାରେ ସର୍ବାଧିକ ୧୭୫୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କଟକ...

ଓଡ଼ିଶା ଆକାଶରେ ଧୂମକେତୁ: ୬,୮୦୦ ବର୍ଷ ପରେ ପୁଣିଥରେ ଆସିବ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଜୁଲାଇ ୧୬ରୁ ୧୮ ତାରିଖ ମଧ୍ୟରେ ରାଜ୍ୟର ମେଘମୁକ୍ତ ଥିବା କେତେକ ସ୍ଥାନରେ ସନ୍ଧ୍ୟାରେ ଅଳ୍ପସମୟ ପାଇଁ ‘ସି/୨୦୨୦ ଏଫ୍‌-୩’ ଧୂମକେତୁ ଦେଖିବାକୁ ମିଳିଛି।...

ବର୍ଷା ପାଇଁ ବେଙ୍ଗ,ବେଙ୍ଗୁଲୀଙ୍କ ପୂଜାର୍ଚ୍ଚନା

ମହାକାଳପଡ଼ା,୨୩ା୭(ଡି.ଏନ୍‌.ଏ.)- ଚଳିତ ବର୍ଷ ମହାକାଳପଡା ବ୍ଲକରେ ଭଲ ବର୍ଷା ନ ହେବାରୁ ଚାଷୀଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ଚିନ୍ତା ବଢ଼ିବାରେ ଲାଗିିଛି। ବର୍ଷା ଅଭାବରୁ...

ଖୋଲିବ ବାଣ ଦୋକାନ, ଜଗିବ ୧୫ ପ୍ଲାଟୁନ ଫୋସ

କଟକ ଅଫିସ, ୩।୧୧: ଦୀପାବଳି ପାଇଁ ପ୍ରସ୍ତୁତ ହୋଇଛି କଟକ ପୋଲିସ। ସମ୍ପୂର୍ଣ୍ଣ କଟକଣା ଭିତରେ ଦୀପାବଳୀ ଓ କାଳିପୂଜା ଆୟୋଜନ ହେବ। ରାଜ୍ୟ ସରକାରଙ୍କ...

Advertisement
Archives

Model This Week