Posted inଜାତୀୟ

‘ବିରୋଧ ପ୍ରଦର୍ଶନ ଛାଡନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖନ୍ତୁ’

ନୂଆଦିଲ୍ଲୀ,୧୯।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରୁଥିବା ଯୁବକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିଶ୍ୱାସ ରଖିବାକୁ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆହ୍ବାନ କରିଛନ୍ତି। ଆନ୍ଦୋଳନକୁ ଶେଷ କରିବା ଏବଂ ଆଲୋଚନାର ରାସ୍ତା ବାଛିବା ସହିତ ଯୋଜନାକୁ ବିସ୍ତୃତ ଭାବରେ ବୁଝିବା ପାଇଁ ସେ ଯୁବକମାନଙ୍କୁ ନିବେଦନ କରିଛନ୍ତି।
ନଡ୍ଡା କହିଛନ୍ତି, ମୁଁ ମୋର ଯୁବ ବନ୍ଧୁମାନଙ୍କୁ ନିବେଦନ କରିବାକୁ ଚାହୁଁଛି ଯେ ଅଗ୍ନିପଥ ଏକ ବୈପ୍ଳବିକ ଯୋଜନା। ଭାରତୀୟ ସେନାକୁ ବିଶ୍ୱ ସ୍ତରରେ ଏକ ଦୃଢ ସ୍ଥିତିରେ ରଖିବା ପାଇଁ ଏହା ଏକ ବଡ ବୈପ୍ଳବିକ ପଦକ୍ଷେପ। ଆମକୁ ଏହା ବୁଝିବାକୁ ପଡିବ। ମୁଁ ଭଲଭାବେ ଜାଣିଛି ଯୁବକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି। ମୁଁ ମୋର ଯୁବ ବନ୍ଧୁମାନଙ୍କୁ କହିବାକୁ ଚାହେଁ ଯେ ଆଗାମୀ ଦିନରେ ନିଜକୁ ବିଶ୍ୱ ସାମ୍ନାରେ ପ୍ରତିଷ୍ଠିତ କରିବାକୁ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିଶ୍ୱାସ ରଖିବା ଉଚିତ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଏହି ଯୋଜନା ଅଧୀନରେ, ଇଚ୍ଛୁକ ଯୁବକମାନଙ୍କୁ ୪ ବର୍ଷ ପାଇଁ ସଶସ୍ତ୍ର ବାହିନୀରେ ନିଯୁକ୍ତି ଦିଆଯିବ। ଏହାକୁ ବିରୋଧ କରି ଛାତ୍ରମାନେ ରେଳ ଧାରଣା ଉପରେ ପ୍ରଦର୍ଶନ କରିଛନ୍ତି। ଏହାସହ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଏମ୍‌ପି କରୋନା ପଜିଟିଭ

ନୂଆଦିଲ୍ଲୀ,୧୪ ।୯: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଥିଲା । ଏବେ ଏମାନଙ୍କ ମଧ୍ୟରୁ ୧୭...

ଶହୀଦଙ୍କ ପୁଅକୁ କୋଳରେ ଧରି କୋହ ସମ୍ଭାଳି ପାରିଲେନି ଏସ୍‌ଏସ୍‌ପି

ଶ୍ରୀନଗର,୧୮।୬: ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ପୋଲିସ ଅଧିକାରି ଅନ୍ୟଜଣେ ଶହୀଦ ପୋଲିସ ଅଧିକାରୀଙ୍କ ୪ ବର୍ଷର...

ପୁଣି ସାକ୍ସେନାଙ୍କୁ ଟାର୍ଗେଟ୍‌ କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଦିଲ୍ଲୀର ସରକାରୀ ଶିକ୍ଷକମାନଙ୍କୁ ଫିନଲ୍ୟାଣ୍ଡକୁ ତାଲିମ ପାଇଁ...

ଡେଲିଭରୀ ବୟଙ୍କ ପରିବାରକୁ ୧୦ ଲକ୍ଷ ଦେବ ଜମାଟୋ

ନୂଆଦିଲ୍ଲୀ,୧୩।୧: ମଦ ନିଶାରେ ଥିବା ପୋଲିସ କନଷ୍ଟେବଳଙ୍କ ଏସ୍‌ୟୁଭି ଧକ୍କାରେ ଶନିବାର ରାତିରେ ପ୍ରାଣ ହରାଇଥିଲେ ଜମାଟୋ ଡେଲିଭରୀ ବୟ ସଲିଲ ତ୍ରିପାଠୀ। ତାଙ୍କ ବିୟୋଗରେ...

ଫୁସ୍‌ଫୁସ୍‌ରେ ରକ୍ତ ଜମାଟ ମୃତ୍ୟୁର ପ୍ରମୁଖ କାରଣ

ନୂଆଦିଲ୍ଲୀ, ୨୬ା୫: ବିଭିନ୍ନ ଦେଶରେ କୋଭିଡ୍‌-୧୯ ସଂକ୍ରମଣଜନିତ ବହୁ ସଂଖ୍ୟାରେ ମୃତ୍ୟୁ ଏହାର ଭୟାବହତାକୁ ଦର୍ଶାଉଛି। ଏଥିରେ ସଂକ୍ରମିତଙ୍କ ମୃତ୍ୟୁ ସାଧାରଣତଃ ଶ୍ୱାସକ୍ରିୟାରେ ବିଫଳତା ଯୋଗୁ...

ମିଲେଟ ମ୍ୟାନ୍‌ ପି.ଭି. ସତୀଶଙ୍କ ପରଲୋକ

ହାଇଦ୍ରାବାଦ, ୨୦ା୩: ମାଣ୍ଡିଆକୁ ଏକ ବିକଳ୍ପ, ପରିବେଶ ଅନୁକୂଳ କୃଷି ଉତ୍ପାଦ ଭାବେ ପ୍ରଦର୍ଶିତ କରିବାରେ ପ୍ରମୁଖ ଭୂମିକା ନେଇ ‘ମିଲେଟ୍‌ ମ୍ୟାନ୍‌’ର ପରିଚୟ ହାସଲ...

ଟିକା ନେଇ ନ ଥିଲେ ସାବଧାନ: ମୁମ୍ବାଇରେ ୯୬ ପ୍ରତିଶତ ସଂକ୍ରମିତ ଟିକା ନ ନେଇ ଅକ୍ସିଜେନ ସପୋର୍ଟରେ

ମୁମ୍ବାଇ,୮ ।୧: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଚମକାଇବା ଭଳି ଖବର ମିଳିଛି । ବୃହନମୁମ୍ବାଇ ମହାନଗର...

କୋକେରନାଗ୍‌ରେ ସର୍ଚ୍ଚ ଅପରେଶନ୍‌

ଶ୍ରୀନଗର,୨୮।୫: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲା କୋକେରନାଗ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଛି। ସ୍ଥାନୀୟ କଚଓ୍ବାନ୍‌ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର...

Advertisement
Archives

Model This Week