ଆଇନ ଶୃଙ୍ଖଳା ହୁଗୁଳା: ସକ୍ରିୟ ହୋଇପଡ଼ିଛନ୍ତି ଅପରାଧୀ, ସହରବାସୀଙ୍କୁ ସୁରକ୍ଷା ନାହିଁ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ସମେତ ଜିଲାରେ କିଛିଦିନର ଆଇନ ଶୃଙ୍ଖଳା ହୁଗୁଳା ହୋଇପଡ଼ିଛି। କିଛିଦିନର ନୀରବତା ପରେ ଏଠାରେ ଅପରାଧୀମାନେ ସକ୍ରିୟ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ ସହରବାସୀ ତଥା ସାଧାରଣ ଲୋକଙ୍କ ସୁରକ୍ଷା ବିପଦରେ ରହିଛି। ଏଠାରେ ସାଧାରଣ ଜନତା ତ ଦୂରର କଥା, ବିଭିନ୍ନ ସମୟରେ ସାମାଜିକ କର୍ମୀଙ୍କଠାରୁ ଆରମ୍ଭ କରି ଆଇନଜୀବୀ, ଚାଷୀନେତାଙ୍କଠାରୁ ଖବରଦାତା, ଛାତ୍ରୀଛାତ୍ରଙ୍କଠାରୁ ଡାକ୍ତର ଦିନ ଦ୍ୱିପ୍ରହରରେ ଆକ୍ରମଣ, ଅସଦାଚରଣର ସମ୍ମୁଖୀନ ହେଉଛନ୍ତି। ସହରରେ ୨ ପୋଲିସ ଫାଣ୍ଡି, ୨ ଥାନାଠାରୁ ଆରମ୍ଭ କରି ଏସ୍‌ଡିପିଓ ଏବଂ ଏସ୍‌ପିଙ୍କ କାର୍ଯ୍ୟାଳୟ ରହିଛି। ଏହା ସହିତ ସହର ଉପକଣ୍ଠ ବରାହଗୋଡ଼ାରେ ଗ୍ରାମାଞ୍ଚଳ ଥାନା ମଧ୍ୟ ରହିଛି। ଏହାସତ୍ତ୍ୱେ ଅପରାଧୀମାନେ ଦିନକୁ ଦିନ ସକ୍ରିୟ ହୋଇ ପଡ଼ିଛନ୍ତି। ଏଭଳି ଅପରାଧ ରୋକିବା ଗୋଟିଏପଟେ ସ୍ଥାନୀୟ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ି ଥିବାବେଳେ ଅନ୍ୟପଟେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଚିନ୍ତା ଘାରିଛି।
ସହର ମଧ୍ୟରେ ରହିଥିବା ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଦୁଇଦିନ ତଳେ ଦିନ ଦ୍ୱିପ୍ରହରରେ ବରଗଡ଼ କୋର୍ଟ ସମ୍ମୁଖ ବିଚ୍‌ରାସ୍ତା ଉପରେ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫ୍‌ଙ୍କୁ ମଦ ବୋତଲରେ ମରଣାନ୍ତକ ଆକ୍ରମଣ ପରେ ସହରରେ ଆଇନ ଶୃଙ୍ଖଳା ପଦାରେ ପଡ଼ି ଯାଇଛି। କେବଳ ଏହି ୨ଘଟଣା ନୁହେଁ, ଏହାର କିଛିଦିନ ପୂର୍ବରୁ ସ୍ଥାନୀୟ ପଞ୍ଚାୟତ କଲେଜ ରାସ୍ତାରେ ସର୍ବସମ୍ମୁଖରେ ରାସ୍ତା ଉପରେ ଜଣେ ଯୁବକ ବିଚ୍‌ ରାସ୍ତା ଉପରେ ଅନ୍ୟଜଣେ କଲେଜ ଛାତ୍ରୀଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିଲେ। ସେହିପରି ପ୍ରାୟ ବର୍ଷକତଳେ ବରଗଡ଼ ସହର ଉପକଣ୍ଠ ଡାଙ୍ଗ ଛକ ନଦୀପଡ଼ା ସାର ଫ୍ୟାକ୍ଟ୍ରି ସମ୍ମୁଖ ଦୋକାନରେ ଜଣେ ସାମାଜିକ କର୍ମୀ ତଥା ସ୍ବେଚ୍ଛାସେବୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ବେଳେ କଲାପାଣି ଛକ ନିକଟରେ ଜଣେ ଚାଷୀନେତାଙ୍କୁ କିଛି ଦୁର୍ବୃତ୍ତ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।
ସହରରେ ବଢ଼ି ଚାଲିଥିବା ଅପରାଧଗୁଡ଼ିକ ମଧ୍ୟରୁ ଏହା କେବଳ ଗୋଟିଏ ଗୋଟିଏ ଦୃଷ୍ଟାନ୍ତ ମାତ୍ର। ସହର ତଥା ସହର ଉପକଣ୍ଠ ରାସ୍ତାରେ ଲୁଟ୍‌ପାଟ୍‌ ମଧ୍ୟ ବଢ଼ି ଚାଲିଛି। ଗତ କିଛିଦିନ ତଳେ ସହର ଉପକଣ୍ଠ ରାଜପଥରେ ରାହାଜାନି ବଢ଼ି ଚାଲିଥିଲା। ଲୁଟେରାମାନେ ଲୁଟ୍‌ ସମୟରେ ଧାରୁଆ ଅସ୍ତ୍ରରେ ଭୟଭୀତ କରିବା ସହିତ ଆକ୍ରମଣ ପାଇଁ ମଧ୍ୟ ପଛାଇ ନ ଥିବା ନଜିର ରହିଛି। ଏହି ସବୁ ଅପରାଧ ପଛରେ ସହରରେ ବୃଦ୍ଧି ପାଉଥିବା ନିଶା କାରବାର ହିଁ ପ୍ରମୁଖ କାରଣ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଜିଲା ଓକିଲ ସଂଘ ସଭାପତିଙ୍କୁ ମଦ ବୋତଲରେ ଆକ୍ରମଣ କରାଯିବା ଆହୁରି ଚକିତ କରି ପକାଇଛି। ପୋଲିସ ଥରକୁ ଥର ଚଢ଼ାଉ କରି ବିପୁଳ ପରିମାଣରେ କଫ ସିରପ୍‌, ବ୍ରାଉନସୁଗାର, ଗଞ୍ଜେଇ, ମଦ ଜବତ କରୁଛି। ତଥା ସହରରେ ଚାଲିଥିବା ନିଶା କାରବାରରେ ବ୍ରେକ୍‌ ଲାଗି ନ ପାରିବା ଚର୍ଚ୍ଚାର ବିଷୟ ହୋଇଛି।
ସହରର ବିଭିନ୍ନ ଗଳିକନ୍ଦିରେ ନିଶା କାରବାର ଚାଲୁଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଛି। ପୋଲିସ ବିଭିନ୍ନ ସମୟରେ ଧରପଗଡ଼ କରୁଛି। ନିଶା ସାମଗ୍ରୀ ସହିତ ଅଭିଯୁକ୍ତମାନଙ୍କୁ ଗିରଫ ମଧ୍ୟ କରୁଛି। କିନ୍ତୁ ନିଶା କାରବାର ବନ୍ଦ ହେଉ ନାହିଁ। କିଛି ବଡ଼ବଡ଼ିଆଙ୍କ ଛତ୍ରଛାୟାରେ ରହି ନିଶା ବେପାରୀମାନେ ଅନାୟାସରେ ନିଶା କାରବାର ଚଳାଇ ଆସୁଥିବା ଅଭିଯୋଗ ହେଉଛି। ଏପରି କି ଗତ କିଛିଦିନ ତଳେ ବରଗଡ଼ ଟାଉନ ଥାନା ପୋଲିସ ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ କରିବା ପରେ ଏକଦା ପୋଲିସ ଇନଫର୍ମର ସାଜିଥିବା ଜଣେ ଯୁବକ ଏକ ଖବରଦାତା ସମ୍ମିଳନୀରେ ନିଶା କାରବାରରେ କିଛି ପୋଲିସ କର୍ମଚାରୀଙ୍କ ହାତ ରହିଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଥିଲେ। ଏଭଳି ସ୍ଥିତିରେ ସହରରୁ କେବେ ନିଶା କାରବାର ସମ୍ପୂର୍ଣ୍ଣ ଦମନ ହେବ ଏବଂ ଅପରାଧ ହ୍ରାସ ସହିତ ସହରବାସୀଙ୍କ ଜୀବନ ଜୀବିକା ସୁରକ୍ଷିତ ରହିବ, ତାକୁ ନେଇ ଏବେ ଚା ଖଟିରୁ ଆରମ୍ଭ କରି ସବୁଆଡ଼େ ଆଲୋଚନା ଜୋର୍‌ ଧରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri