ଆବଶ୍ୟକ ବେଳେ ଅଭାବ

ଆଠମଲ୍ଲିକ, ୧୮ା୧୧ (ଡି.ଏନ.ଏ.): ମହାନଦୀ ଉପରେ ଧଳପୁର ସେତୁ ନିର୍ମାଣ ପରେ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ବଢ଼ୁଛି ରୋଗୀସଂଖ୍ୟା। ପାଖ ହେଉଥିବାରୁ ପଡ଼ୋଶୀ ବୌଦ୍ଧ ଜିଲାର ୭ରୁ ୮ ପଞ୍ଚାୟତର ରୋଗୀ ଆସୁଛନ୍ତି ଏହି ଡାକ୍ତରଖାନାକୁ। ଫଳରେ ଦୈନିକ ରୋଗୀ ସଂଖ୍ୟା ୩ଶହ ଟପିଯାଉଛି। ଏତେ ସଂଖ୍ୟକ ରୋଗୀଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇବା ଜରୁରୀ ହୋଇପଡ଼ିଥିବା ବେଳେ ମେଡିକାଲରେ ଦେଖାଦେଇଛି ଡାକ୍ତର ଅଭାବ। ଏଥିସହ ଖାଲି ପଡ଼ିଛି ବହୁ ନର୍ସ ଓ କର୍ମଚାରୀ ପଦବୀ। ଫଳରେ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରୁ ଉପଯୁକ୍ତ ସେବା ନ ପାଇ ନିରାଶରେ ଫେରୁଛନ୍ତି ରୋଗୀ।
ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟନ୍ଦେନ୍ଦ୍ର ଉପରେ ଆଠମଲ୍ଲିକ ଓ କିଶୋରନଗର ବ୍ଲକର ରୋଗୀ ନିର୍ଭରଶୀଳ। ତେବେ ଧଳପୁର ସେତୁ ନିର୍ମାଣ ପରେ ବୌଦ୍ଧ ଜିଲାର ୭ରୁ ୮ ପଞ୍ଚାୟତର ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବାରୁ ପୂର୍ବାପେକ୍ଷା ଆଉଟ୍‌ଡୋରରେ ଅଧିକ ନାମ ପଞ୍ଜୀକରଣ ହେଉଛି। କିନ୍ତୁ ୧୯ ଡାକ୍ତର ପଦବୀ ଥିବା ଏହି ଚିକିତ୍ସାଳୟରେ ଏବେ ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର, ଜଣେ ଅସ୍ଥିଶଲ୍ୟ, ଜଣେ ନିଶ୍ଚେତକ, ଜଣେ ଶିଶୁ ବିଶେଷଜ୍ଞ, ଜଣେ ଭେଷଜ ବିଭାଗ ଡାକ୍ତର ଓ ୨ଜଣ ଆସିଷ୍ଟାଣ୍ଟ ସର୍ଜନଙ୍କୁ ମିଶାଇ ୭ ଜଣ କାର୍ଯ୍ୟରତ ଅଛନ୍ତି। ସେହିପରି ୩୦ ଷ୍ଟାଫନର୍ସଙ୍କ ପଦବୀ ରହିଥିବା ବେଳେ ୧୭ ଜଣ ସେବା ଯୋଗାଉଛନ୍ତି। ଗତ ୨/୩ ମାସ ଭିତରେ ବିଭିନ୍ନ ବିଭାଗରୁ ୩ ଡାକ୍ତର ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଇଥିବାବେଳେ ଏବେ ଜଣେ ଭେଷଜ ବିଭାଗ ଡାକ୍ତର ପ୍ରମୋଶନ ସହ ଉଚ୍ଚଶିକ୍ଷା ପାଇଁ ବାହାରକୁ ଯିବା ଖବର ରୋଗୀମାନଙ୍କ ମଧ୍ୟରେ ବଡ଼ ଚିନ୍ତାର ବିଷୟ ହୋଇଛି। ସେହିପରି ୫ ଜଣ ଲାବରେଟୋରି ଟେକ୍ନିସିଆନଙ୍କ ସ୍ଥାନରେ ୨ଜଣ, ୮ ଓ୍ବାର୍ଡ ସହାୟକଙ୍କ ଆବଶ୍ୟକ ଥିବାବେଳେ ୫ ଜଣ କାର୍ଯ୍ୟ କରୁଛନ୍ତି। ମେଡିକାଲ ବ୍ଲଡ୍‌ ବ୍ୟାଙ୍କରେ ଜଣେ ଡାକ୍ତର, ଜଣେ ନର୍ସ, ୩ ଟେକ୍ନିସିଆନ, ୩ ସହାୟକ ନ ଥିବାରୁ ଅନ୍ୟ ବିଭାଗରୁ ଡାକ୍ତର ଓ ଷ୍ଟାଫ୍‌ଙ୍କୁ ଅଣାଯାଇ କାର୍ଯ୍ୟ ସମ୍ପାଦନ କରାଯାଉଛି। ସବୁଠୁ ଅବହେଳାର ଶିକାର ହୋଇଛି ଚକ୍ଷୁ ବିଭାଗ। ଏଠାରେ ଜଣେ ହେଲେ ବି ଚକ୍ଷୁ ବିଶେଷଜ୍ଞ ନ ଥିବା ବେଳେ କାମ ଚଳାଉଥିବା ଟେକ୍ନିସିଆନ ୩ ବର୍ଷ ପୂର୍ବରୁ ଅବସର ନେଇସାରିଛନ୍ତି। ଫଳରେ ଚକ୍ଷୁ ବିଭାଗର ସମସ୍ତ ସେବା ବନ୍ଦ ରହିଛି। ଏପରି କି ବିଭାଗରେ ଥିବା ମୂଲ୍ୟବାନ ଯନ୍ତ୍ରପାତି ଲୋକଙ୍କ କାର୍ଯ୍ୟରେ ନ ଲାଗି ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ବର୍ଦ୍ଧିତ ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ଜଣେ ଶଲ୍ୟ ବିଶେଷଜ୍ଞ, ଜଣେ ଭେଷଜ ବିଶେଷଜ୍ଞ, ଜଣେ ଚକ୍ଷୁ, ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଏବଂ ୨ଜଣ ଆସିଷ୍ଟାଣ୍ଟ ସର୍ଜନଙ୍କୁ ନିଯୁକ୍ତି ଦେବାକୁ ଦାବି ହେଉଛି।

ରୋଗୀଙ୍କୁ ମିଳୁନି ଉପଯୁକ୍ତ ସେବା
ଉପଖଣ୍ଡ ମେଡିକାଲ ଉପରେ ରୋଗୀଙ୍କ ନିର୍ଭରଶୀଳତା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ହେଲେ ଆସୁଥିବା ରୋଗୀଙ୍କୁ ସେବା ଯୋଗାଇ ଦେବାକୁ ଆବଶ୍ୟକ ଡାକ୍ତର ନାହାନ୍ତି। ତେଣୁ ଖାଲି ପଡ଼ିଥିବା ପଦବୀରେ ଡାକ୍ତର, ଷ୍ଟାଫନର୍ସ ଓ ଟେକ୍ନିସିଆନ ନିଯୁକ୍ତି ଦେବା ଜରୁରୀ ହୋଇପଡ଼ିଛି।
-ବିନୟ କୁମାର ପଟ୍ଟନାୟକ, ସାମାଜିକ କର୍ମୀ, ଆଠମଲ୍ଲିକ
ଶୀଘ୍ର ଖାଲି ପଦବୀ ପୂରଣ ହେଉ
ଆଠମଲ୍ଲିକ ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ବଡ଼ ସମସ୍ୟା ସୃଷ୍ଟି କରୁଛି। ଏ ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ସମାଧାନ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ରାଜ୍ୟ ସରକାର ଅତିଶୀଘ୍ର ଏଠାରେ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ବ୍ୟବସ୍ଥା କରନ୍ତୁ।
-ବିବେକା ନନ୍ଦ ଭୁକ୍ତା, ଉପସଭାପତି, ମାନବ ଅଧିକାର ସୁରକ୍ଷା ସଙ୍ଗଠନ
ବଦଳି ପୂର୍ବରୁ ନୂଆ ନିଯୁକ୍ତି ଦିଆଯାଉ
ଆଠମଲ୍ଲିକ ଡାକ୍ତରଖାନାରୁ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି ପୂର୍ବରୁ ତାଙ୍କ ସ୍ଥାନରେ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉ। ଏହା ହୋଇପାରିଲେ ରୋଗୀ ସେବା ବାଧାପ୍ରାପ୍ତ ହୁଅନ୍ତା ନାହିଁ। ଦୈନିକ ଆସୁଥିବା ଶତାଧିକ ରୋଗୀ ଚିକିତ୍ସା ସେବା ପାଇଁ ଉପକୃତ ହୋଇପାରନ୍ତେ।
-ତପନ କୁମାର ମିଶ୍ର, ସାମାଜିକ କର୍ମୀ
ସମାଧାନ ବ୍ୟବସ୍ଥା ହେଉଛି
ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ବିଭାଗକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ଡାକ୍ତର ଓ ଟେକ୍ନିସିଆନ ନିଯୁକ୍ତି ଦେବାକୁ ବ୍ୟବସ୍ଥା କରାଯାଉଛି। ସେହିପରି ବ୍ଲଡ୍‌ ବ୍ୟାଙ୍କରେ ଡାକ୍ତରଖାନାର ୨ଜଣ ଟେକ୍ନିସିଆନଙ୍କୁ ନିୟୋଜିତ କରାଯାଇଛି।
-ଡା. ସୁନୀଲ କୁମାର ପଣ୍ଡା, ଉପଖଣ୍ଡ ଚିକିତ୍ସା ଅଧିକାରୀ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri