ଆବଶ୍ୟକ ବେଳେ ଅଭାବ

ଆଠମଲ୍ଲିକ, ୧୮ା୧୧ (ଡି.ଏନ.ଏ.): ମହାନଦୀ ଉପରେ ଧଳପୁର ସେତୁ ନିର୍ମାଣ ପରେ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ବଢ଼ୁଛି ରୋଗୀସଂଖ୍ୟା। ପାଖ ହେଉଥିବାରୁ ପଡ଼ୋଶୀ ବୌଦ୍ଧ ଜିଲାର ୭ରୁ ୮ ପଞ୍ଚାୟତର ରୋଗୀ ଆସୁଛନ୍ତି ଏହି ଡାକ୍ତରଖାନାକୁ। ଫଳରେ ଦୈନିକ ରୋଗୀ ସଂଖ୍ୟା ୩ଶହ ଟପିଯାଉଛି। ଏତେ ସଂଖ୍ୟକ ରୋଗୀଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇବା ଜରୁରୀ ହୋଇପଡ଼ିଥିବା ବେଳେ ମେଡିକାଲରେ ଦେଖାଦେଇଛି ଡାକ୍ତର ଅଭାବ। ଏଥିସହ ଖାଲି ପଡ଼ିଛି ବହୁ ନର୍ସ ଓ କର୍ମଚାରୀ ପଦବୀ। ଫଳରେ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରୁ ଉପଯୁକ୍ତ ସେବା ନ ପାଇ ନିରାଶରେ ଫେରୁଛନ୍ତି ରୋଗୀ।
ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟନ୍ଦେନ୍ଦ୍ର ଉପରେ ଆଠମଲ୍ଲିକ ଓ କିଶୋରନଗର ବ୍ଲକର ରୋଗୀ ନିର୍ଭରଶୀଳ। ତେବେ ଧଳପୁର ସେତୁ ନିର୍ମାଣ ପରେ ବୌଦ୍ଧ ଜିଲାର ୭ରୁ ୮ ପଞ୍ଚାୟତର ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବାରୁ ପୂର୍ବାପେକ୍ଷା ଆଉଟ୍‌ଡୋରରେ ଅଧିକ ନାମ ପଞ୍ଜୀକରଣ ହେଉଛି। କିନ୍ତୁ ୧୯ ଡାକ୍ତର ପଦବୀ ଥିବା ଏହି ଚିକିତ୍ସାଳୟରେ ଏବେ ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର, ଜଣେ ଅସ୍ଥିଶଲ୍ୟ, ଜଣେ ନିଶ୍ଚେତକ, ଜଣେ ଶିଶୁ ବିଶେଷଜ୍ଞ, ଜଣେ ଭେଷଜ ବିଭାଗ ଡାକ୍ତର ଓ ୨ଜଣ ଆସିଷ୍ଟାଣ୍ଟ ସର୍ଜନଙ୍କୁ ମିଶାଇ ୭ ଜଣ କାର୍ଯ୍ୟରତ ଅଛନ୍ତି। ସେହିପରି ୩୦ ଷ୍ଟାଫନର୍ସଙ୍କ ପଦବୀ ରହିଥିବା ବେଳେ ୧୭ ଜଣ ସେବା ଯୋଗାଉଛନ୍ତି। ଗତ ୨/୩ ମାସ ଭିତରେ ବିଭିନ୍ନ ବିଭାଗରୁ ୩ ଡାକ୍ତର ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଇଥିବାବେଳେ ଏବେ ଜଣେ ଭେଷଜ ବିଭାଗ ଡାକ୍ତର ପ୍ରମୋଶନ ସହ ଉଚ୍ଚଶିକ୍ଷା ପାଇଁ ବାହାରକୁ ଯିବା ଖବର ରୋଗୀମାନଙ୍କ ମଧ୍ୟରେ ବଡ଼ ଚିନ୍ତାର ବିଷୟ ହୋଇଛି। ସେହିପରି ୫ ଜଣ ଲାବରେଟୋରି ଟେକ୍ନିସିଆନଙ୍କ ସ୍ଥାନରେ ୨ଜଣ, ୮ ଓ୍ବାର୍ଡ ସହାୟକଙ୍କ ଆବଶ୍ୟକ ଥିବାବେଳେ ୫ ଜଣ କାର୍ଯ୍ୟ କରୁଛନ୍ତି। ମେଡିକାଲ ବ୍ଲଡ୍‌ ବ୍ୟାଙ୍କରେ ଜଣେ ଡାକ୍ତର, ଜଣେ ନର୍ସ, ୩ ଟେକ୍ନିସିଆନ, ୩ ସହାୟକ ନ ଥିବାରୁ ଅନ୍ୟ ବିଭାଗରୁ ଡାକ୍ତର ଓ ଷ୍ଟାଫ୍‌ଙ୍କୁ ଅଣାଯାଇ କାର୍ଯ୍ୟ ସମ୍ପାଦନ କରାଯାଉଛି। ସବୁଠୁ ଅବହେଳାର ଶିକାର ହୋଇଛି ଚକ୍ଷୁ ବିଭାଗ। ଏଠାରେ ଜଣେ ହେଲେ ବି ଚକ୍ଷୁ ବିଶେଷଜ୍ଞ ନ ଥିବା ବେଳେ କାମ ଚଳାଉଥିବା ଟେକ୍ନିସିଆନ ୩ ବର୍ଷ ପୂର୍ବରୁ ଅବସର ନେଇସାରିଛନ୍ତି। ଫଳରେ ଚକ୍ଷୁ ବିଭାଗର ସମସ୍ତ ସେବା ବନ୍ଦ ରହିଛି। ଏପରି କି ବିଭାଗରେ ଥିବା ମୂଲ୍ୟବାନ ଯନ୍ତ୍ରପାତି ଲୋକଙ୍କ କାର୍ଯ୍ୟରେ ନ ଲାଗି ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ବର୍ଦ୍ଧିତ ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ଜଣେ ଶଲ୍ୟ ବିଶେଷଜ୍ଞ, ଜଣେ ଭେଷଜ ବିଶେଷଜ୍ଞ, ଜଣେ ଚକ୍ଷୁ, ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଏବଂ ୨ଜଣ ଆସିଷ୍ଟାଣ୍ଟ ସର୍ଜନଙ୍କୁ ନିଯୁକ୍ତି ଦେବାକୁ ଦାବି ହେଉଛି।

ରୋଗୀଙ୍କୁ ମିଳୁନି ଉପଯୁକ୍ତ ସେବା
ଉପଖଣ୍ଡ ମେଡିକାଲ ଉପରେ ରୋଗୀଙ୍କ ନିର୍ଭରଶୀଳତା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ହେଲେ ଆସୁଥିବା ରୋଗୀଙ୍କୁ ସେବା ଯୋଗାଇ ଦେବାକୁ ଆବଶ୍ୟକ ଡାକ୍ତର ନାହାନ୍ତି। ତେଣୁ ଖାଲି ପଡ଼ିଥିବା ପଦବୀରେ ଡାକ୍ତର, ଷ୍ଟାଫନର୍ସ ଓ ଟେକ୍ନିସିଆନ ନିଯୁକ୍ତି ଦେବା ଜରୁରୀ ହୋଇପଡ଼ିଛି।
-ବିନୟ କୁମାର ପଟ୍ଟନାୟକ, ସାମାଜିକ କର୍ମୀ, ଆଠମଲ୍ଲିକ
ଶୀଘ୍ର ଖାଲି ପଦବୀ ପୂରଣ ହେଉ
ଆଠମଲ୍ଲିକ ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ବଡ଼ ସମସ୍ୟା ସୃଷ୍ଟି କରୁଛି। ଏ ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ସମାଧାନ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ରାଜ୍ୟ ସରକାର ଅତିଶୀଘ୍ର ଏଠାରେ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ବ୍ୟବସ୍ଥା କରନ୍ତୁ।
-ବିବେକା ନନ୍ଦ ଭୁକ୍ତା, ଉପସଭାପତି, ମାନବ ଅଧିକାର ସୁରକ୍ଷା ସଙ୍ଗଠନ
ବଦଳି ପୂର୍ବରୁ ନୂଆ ନିଯୁକ୍ତି ଦିଆଯାଉ
ଆଠମଲ୍ଲିକ ଡାକ୍ତରଖାନାରୁ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି ପୂର୍ବରୁ ତାଙ୍କ ସ୍ଥାନରେ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉ। ଏହା ହୋଇପାରିଲେ ରୋଗୀ ସେବା ବାଧାପ୍ରାପ୍ତ ହୁଅନ୍ତା ନାହିଁ। ଦୈନିକ ଆସୁଥିବା ଶତାଧିକ ରୋଗୀ ଚିକିତ୍ସା ସେବା ପାଇଁ ଉପକୃତ ହୋଇପାରନ୍ତେ।
-ତପନ କୁମାର ମିଶ୍ର, ସାମାଜିକ କର୍ମୀ
ସମାଧାନ ବ୍ୟବସ୍ଥା ହେଉଛି
ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ବିଭାଗକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ଡାକ୍ତର ଓ ଟେକ୍ନିସିଆନ ନିଯୁକ୍ତି ଦେବାକୁ ବ୍ୟବସ୍ଥା କରାଯାଉଛି। ସେହିପରି ବ୍ଲଡ୍‌ ବ୍ୟାଙ୍କରେ ଡାକ୍ତରଖାନାର ୨ଜଣ ଟେକ୍ନିସିଆନଙ୍କୁ ନିୟୋଜିତ କରାଯାଇଛି।
-ଡା. ସୁନୀଲ କୁମାର ପଣ୍ଡା, ଉପଖଣ୍ଡ ଚିକିତ୍ସା ଅଧିକାରୀ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?