ଏସ୍‌ସିବିରେ ଶଯ୍ୟା ଅଭାବ: ସଂକ୍ରମଣର କାରଣ ହେବ ଫ୍ଲୋର୍‌ ଆଡମିଶନ

କଟକ ଅଫିସ,୯। ୮: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର କିଛି ନିର୍ଦ୍ଦିଷ୍ଟ ବିଭାଗରେ ଡାକ୍ତର ଇଚ୍ଛାକରି ମଧ୍ୟ କୋଭିଡ୍‌ ନିୟମ ପାଳନ କରିପାରୁ ନାହାନ୍ତି। ରୋଗୀ ସଂଖ୍ୟା ଏତେ ବଢୁଛି ଯେ ବାଧ୍ୟହୋଇ ଡାକ୍ତର ଫ୍ଲୋର ଆଡମିଶନ (ଚଟାଣରେ ରୋଗୀସେବା) କରୁଛନ୍ତି। ଫଳରେ ଏପରି ସ୍ଥିତିରେ ସଂକ୍ରମଣ ଆଶଙ୍କା ଅଧିକ ରହୁଛି। ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ଦାବି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଦାବି କରୁଛନ୍ତି।

ଏସ୍‌ସିବିର ହେମାଟୋଲୋଜି ବିଭାଗର କ୍ଷମତା ମାତ୍ର ୨୦ଟି ବେଡ୍‌। କିନ୍ତୁ ଏବେ ଏଠାରେ ପ୍ରାୟ ୮୦ରୁ ଅଧିକ ସଂଖ୍ୟକ ରୋଗୀ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ରକ୍ତ କର୍କଟ ଓ ଅସ୍ଥିମଜ୍ଜା କର୍କଟ ରୋଗରେ ପୀଡ଼ିତ। ଏଭଳି ଜଟିଳ ରୋଗୀଙ୍କ ଚିକିତ୍ସା ସୁବିଧା ରାଜ୍ୟର ଖୁବ୍‌ କମ୍‌ ହସ୍ପିଟାଲରେ ଉପଲବ୍ଧ ରହିଛି। ଗମନାଗମନର ବ୍ୟବସ୍ଥା ନ ଥିବାରୁ ଏପରି ରୋଗୀ ରାଜ୍ୟ ବାହାରକୁ ମଧ୍ୟ ଯାଇପାରୁ ନାହାନ୍ତି। ଫଳରେ ସେମାନେ ବାଧ୍ୟହୋଇ ଏସ୍‌ସିବିକୁ ହିଁ ଆସୁଛନ୍ତି। ଏହି ବିଭାଗକୁ ସପ୍ତାହ ପୂର୍ବେ ଗଞ୍ଜାମ ଜିଲାରୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଭାଗୀରଥି ସାମଲ କହିଛନ୍ତି ଯେ, ଏଠାରେ ବହୁ ଦିନ ହେଲା ବେଡ୍‌ ଖାଲି ନାହିଁ। ସମସ୍ୟାକୁ ନେଇ ଆମେ କାହାରିକୁ କହିଲେ ବି କିଛି ସୁଫଳ ମିଳିବ ନାହିଁ। ଅନ୍ୟ ରାଜ୍ୟକୁ ଚିକିତ୍ସା ପାଇଁ ନେବାକୁ ଚାହିଁଲେ ବି ଗମନାଗମନ ସୁବିଧା ନାହିଁ। ପରିସ୍ଥିତିକୁ ଦେଖି ଚୁପ୍‌ ରହିବାକୁ ବାଧ୍ୟ ହେଉଛୁ। ସେହିପରି ନେଫ୍ରୋଲୋଜି ବିଭାଗରେ ବି ମାତ୍ର ୬୦ ବେଡ୍‌ର ବ୍ୟବସ୍ଥା ରହିଛି। କିନ୍ତୁ ଏହି ବିଭାଗରେ ବି ଅଧିକାଂଶ ସମୟରେ ରୋଗୀ ସଂଖ୍ୟା ଦୁଇଗୁଣା ଥାଏ। ଫଳରେ ଏଠାରେ ଅନେକ ସମୟରେ ରୋଗୀ, ସେମାନଙ୍କ ସମ୍ପର୍କୀୟ ଓ ହସ୍ପିଟାଲ କର୍ମଚାରୀ କରୋନା ସଂକ୍ରମଣର ଶିକାର ହେଉଛନ୍ତି। ଏଯାବତ୍‌ ଏହି ବିଭାଗରେ ଡାକ୍ତର, ରୋଗୀ ଓ ସମ୍ପର୍କୀୟଙ୍କୁ ମିଶାଇ ପ୍ରାୟ ୪୦ ଜଣ କରୋନା ଆକ୍ରାନ୍ତ ହେଲେଣି। ଏ ନେଇ ଏସ୍‌ସିବି ଅଧୀକ୍ଷକ ଡା. ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କୁ ପଚରାଯିବାରୁ କୋଭିଡ୍‌ ଗାଇଡ୍‌ଲାଇନ୍‌ର ବାହାନା କରି ସେ କିଛି କହିବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬୭୮ ତ୍ରୁଟିକୁ ମାନିଲେ ମନ୍ତ୍ରୀ, ଅଷ୍ଟମ ବହିରେ ସର୍ବାଧିକ ୭୦୫ ଭୁଲ୍‌ ଚିହ୍ନଟ

ଭୁବନେଶ୍ୱର,୧୭।୬(ସୁଚିସ୍ମିତା ସାହୁ): ରାଜ୍ୟରେ ଜାତୀୟ ଶିକ୍ଷାନୀତି (ଏନ୍‌ଇପି)-୨୦୨୦ ଲାଗୁ ହେବା ପରେ ସେହି ଅନୁସାରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି। ହେଲେ ଏଥିରେ ଦେଖାଯାଇଥିବା ୧୬୭୮ ତ୍ରୁଟିକୁ…

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

ଥୁଆମୂଳ ରାମପୁରରେ ରଜ ଉତ୍ସବ, ଦୋଳି ଖେଳିଲେ ଲାଞ୍ଜିଗଡ଼ ବିଧାୟକ; ଦଳୀୟ ଆଭିମୁଖ୍ୟ ଭୁଲି…

ଥୁଆମୂଳ ରାମପୁର, ୧୬।୬(ଦୁର୍ଗା କୀର୍ତ୍ତି): ଓଡ଼ିଶାର ଗଣପର୍ବ ‘ରଜ’ ଏବେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। କଳାହାଣ୍ଡି ଜିଲା ଥୁଆମୂଳ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରମ୍ଭାକୁ ହରାଇ ଛତ୍ରପୁର ଚମ୍ପିୟାନ

ଛତ୍ରପୁର, ୧୬।୬(ବିଦ୍ୟାଧର ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ପର୍ବ ଉପଲକ୍ଷେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଏକ ୬-ଓଭର…

ରକ୍ତଦାନରେ ଉଲ୍ଲେଖନୀୟ ଅବଦାନ: ଜାତୀୟ ସ୍ତରରେ ସମ୍ମାନିତ ହେଲା ବରଗଡ଼ର ‘ନିଷ୍ଠା ପରିବାର’

ବରଗଡ଼, ୧୬ ଜୁନ୍ (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା ପରିବାର’ ପାଇଁ ଏକ ଗର୍ବର ବିଷୟ । ମଙ୍ଗଳବାର ଦିନ ଗୁଜରାଟର ଅହମଦାବାଦଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri