ବଡ଼ ସଫଳତା, ନାଗ-ଅହିରାଜ ବିଷକୁ ମାତ୍‌ ଦେବ ଲାବ୍‌ ନିର୍ମିତ ଆଣ୍ଟିଭେନମ୍‌!

ନୂଆଦିଲ୍ଲୀ, ୧୧ା୯ (ପି.ଟି.): ନାଗ, ଅହିରାଜ ଭଳି ସାପ ବିଷ ବିରୋଧରେ ସଂଗ୍ରାମ ପାଇଁ ଗବେଷକମାନେ ଏକ ନୂତନ ଲାବ୍‌-ନିର୍ମିିତ ‘ରିକମ୍ବିନାଣ୍ଟ ଆଣ୍ଟିଭେନମ୍‌’ ପ୍ରସ୍ତୁତ କରିଛନ୍ତି। ମୂଷାଙ୍କ ଉପରେ କରାଯାଇଥିବା ପରୀକ୍ଷାରୁ ଏହା ବିଭିନ୍ନ ପ୍ରଜାତିର ନାଗ ସାପ ବିଷ ବିରୋଧରେ ବ୍ୟାପକ ସୁରକ୍ଷା ପ୍ରଦାନ କରୁଥିବା ସ୍ପଷ୍ଟ ହୋଇଛି। ଏହି ରିକମ୍ବିନାଣ୍ଟ ଆଣ୍ଟିଭେନମ୍‌କୁ ଜୈବପ୍ରଯୁକ୍ତି (ବାୟୋଟେକ୍ନୋଲୋଜି) ବ୍ୟବହାର କରି ପ୍ରୟୋଗଶାଳାରେ ତିଆରି କରାଯାଇଛି, ଯାହା ପାରମ୍ପରିକ ପ୍ରାଣୀ-ଆଧାରିତ ଆଣ୍ଟିଭେନମ୍‌ର ବିକଳ୍ପ ସାଜିବ। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି) ଏବଂ ଜର୍ମାନୀର ଟେକ୍ନିକାଲ ୟୁନିଭର୍ସିିଟି ଅଫ୍‌ ଡେନ୍‌ମାର୍କର ମିଳିତ ଗବେଷକ ଦଳ କହିଛନ୍ତି, ପାରମ୍ପରିକ ଆଣ୍ଟିଭେନମ୍‌ ତୁଳନାରେ ଏହି ରିକମ୍ବିନାଣ୍ଟ ଆଣ୍ଟିବଡିଗୁଡ଼ିକୁ ଘୋଡ଼ା ଭଳି ପ୍ରାଣୀଙ୍କୁ ବାରମ୍ବାର ରୋଗପ୍ରତିରୋଧକ ଶକ୍ତି (ଇମ୍ୟୁନାଇଜେଶନ) ନ ଦେଇ ଅଣୁଜୀବ ଏବଂ ହ୍ୟୁମାନାଇଜ୍ଡ ଏକ୍ସପ୍ରେସନ ସିଷ୍ଟମ ବ୍ୟବହାର କରି ଉତ୍ପାଦନ କରାଯାଇପାରିବ।
ସାଧାରଣତଃ ସାପ ବିଷକୁ ଘୋଡ଼ା କିମ୍ବା ମେଣ୍ଢା ଶରୀରରେ ପ୍ରବେଶ କରାଯାଇ ଆଣ୍ଟିବଡି ତିଆରି କରାଯାଏ, ଯାହାକୁ ସାପକାମୁଡ଼ା ଚିକିତ୍ସାରେ ଆଣ୍ଟିଭେନମ୍‌ ଭାବେ ବ୍ୟବହାର କରାଯାଏ। ଆଇଆଇଏସ୍‌ସିର ସେଣ୍ଟର ଫର୍‌ ଇକୋଲୋଜିକାଲ୍‌ ସାଇନ୍‌ସେସ୍‌ ଆସୋସିଏଟ ପ୍ରଫେସର କାର୍ତ୍ତିକ ସୁନାଗର କହିଛନ୍ତି, ‘ସାପକାମୁଡ଼ା ଚିକିତ୍ସା ପ୍ରାୟ ୧୦୦ ବର୍ଷରୁ ଅଧିକ ସମୟ ଧରି ବଦଳି ନାହିଁ। ଏହା ଆମ ପାଖରେ ଥିବା ଏକମାତ୍ର ପରବର୍ତ୍ତୀ ପିଢ଼ିର ଆଣ୍ଟିଭେନମ, ଯାହା ଭାରତର ସାପକାମୁଡ଼ା ସମସ୍ୟାର ସମାଧାନ କରିପାରିବ।’
ଗବେଷକଙ୍କ ଅନୁଯାୟୀ, ପ୍ରତ୍ୟେକ ସାପ ପ୍ରଜାତିର ବିଷରେ ଭିନ୍ନ ଭିନ୍ନ ଟକ୍ସିନ (ବିଷାକ୍ତ ଉପାଦାନ) ଥାଏ, ଯାହା ସ୍ନାୟୁ, ରକ୍ତ କିମ୍ବା କୋଷିକାକୁ ଆକ୍ରମଣ କରିଥାଏ। ତେଣୁ ଏକ ସାର୍ବଜନୀନ ଚିକିତ୍ସା ବିକଶିତ କରିବା କଷ୍ଟକର। ଏଥିସହିତ ବର୍ତ୍ତମାନର ପ୍ରାଣୀ ଆଧାରିତ ଆଣ୍ଟିଭେନମ୍‌ରେ ବ୍ୟାଚ୍‌-ଟୁ-ବ୍ୟାଚ୍‌ ଭିନ୍ନତା, ପାର୍ଶ୍ୱପ୍ରତିକ୍ରିୟା ଏବଂ ସୀମିତ ପ୍ରଜାତି ସୁରକ୍ଷା ଭଳି ସମସ୍ୟା ରହିଛି। ଏଭଳିସ୍ଥଳେ ଗବେଷକ ଦଳଙ୍କୁ କାମେଲିଡ (ଲାମା ଓ ଅଲପାକା ଭଳି ଓଟ ଶ୍ରେଣୀୟ ପ୍ରାଣୀ) ଆଣ୍ଟିବଡିରୁ ସଫଳତା ମିଳିଛି। ଅଧ୍ୟୟନ ପାଇଁ ଗବେଷକମାନେ କାମେଲିଡ ଆଣ୍ଟିବଡି ବ୍ୟବହାର କରିଛନ୍ତି। ପୂର୍ବ ଗବେଷଣାରେ ଆଫ୍ରିକୀୟ ସାପ ବିଷ ଦ୍ୱାରା ପ୍ରସ୍ତୁତ ଆଣ୍ଟିବଡିକୁ ଭାରତୀୟ ନାଗ ସାପ ବିଷ ସହ ପରୀକ୍ଷା କରିବା ପରେ ଏହା ବିଷାକ୍ତ ତତ୍ତ୍ୱକୁ ନିଷ୍କ୍ରିୟ କରୁଥିବା ଜଣାପଡ଼ିଥିଲା।
ଟେକ୍ନିକାଲ ୟୁନିଭର୍ସିିଟି ଅଫ୍‌ ଡେନ୍‌ମାକର୍ର୍ର ପ୍ରଫେସର ଆନ୍ଦ୍ରିୟାସ ଲସନ କହିଛନ୍ତି, ସ୍ଥାନୀୟ ସାପ ପ୍ରଜାତିର ବିଷାକ୍ତ ତତ୍ତ୍ୱକୁ ଲକ୍ଷ୍ୟ କରି କିପରି ଆଞ୍ଚଳିକ ସ୍ତରରେ ରିକମ୍ବିନାଣ୍ଟ ଆଣ୍ଟିଭେନମ ପ୍ରସ୍ତୁତ କରାଯାଇପାରିବ, ଏହି ଗବେଷଣା ତାହାର ଏକ ବ୍ଲୁ-ପ୍ରିଣ୍ଟ ପ୍ରଦାନ କରିଛି। ସାଧାରଣତଃ ଆଣ୍ଟିବଡିଗୁଡ଼ିକ ‘Y’ ଆକୃତିର ହୋଇଥାନ୍ତି। ଗବେଷକମାନେ ‘Y’ ର ଅଗ୍ରଭାଗରେ ଥିବା ଲାଇଟ୍‌-ଚେନ୍‌ ପ୍ରୋଟିନ୍‌କୁୁ ପୃଥକ କରି ୫ଟି ଆଣ୍ଟିବଡି ଫ୍ରାଗ୍‌ମେଣ୍ଟ (ନାନୋବଡି)ର ଏକ କକ୍‌ଟେଲ ପ୍ରସ୍ତୁତ କରିଥିଲେ। ଏହି କକ୍‌ଟେଲ ବିଷର ସକ୍ରିୟତାକୁ ପ୍ରଶମିତ କରିବା ସହ ତାହାକୁ ଶରୀରର ରିସେପ୍ଟର ସହ ଯୋଡ଼ିହେବାକୁ ଦେଇ ନ ଥିଲା। ସାପ ବିଷ ପ୍ରବେଶ କରାଯାଇଥିବା ମୂଷାଙ୍କ ଶରୀରରେ ଏହି ଆଣ୍ଟିବଡି କକ୍‌ଟେଲ ପ୍ରୟୋଗ କରାଯିବାରୁ ସେମାନେ ନାଗ, କୋବ୍ରା ଓ ଅହିରାଜ ବିଷରୁ ସୁରକ୍ଷିତ ରହିଥିଲେ। ବିଷ ପ୍ରବେଶର ୩୦ ମିନିଟ ପରେ ମଧ୍ୟ ମୂଷାମାନେ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲେ। ପ୍ରଫେସର ସୁନାଗରଙ୍କ କହିବା ଅନୁଯାୟୀ, ପାରାଲାଇଜ୍ଡ କିମ୍ବା ସ୍ନାୟୁଗତ ରୋଗଲକ୍ଷଣ ଦେଖାଦେଇଥିବା ମୂଷାମାନେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ। ଏହି ଗବେଷଣା ଆଗାମୀ ଦିନରେ ଏକ ନିରାପଦ ଓ ଆଞ୍ଚଳିକ ସ୍ତରରେ ଉପଯୋଗୀ ତଥା ସୁରକ୍ଷାକାରୀ ଆଣ୍ଟିଭେନମ୍‌ ପ୍ରସ୍ତୁତିର ବାଟ ଫିଟାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଛାତ୍ରୀଙ୍କୁ ଘାରିଛି ଭୂତଭୟ, ଜଣଙ୍କ ପରେ ଜଣେ ହଠାତ୍‌ ତଳେପଡ଼ି ଗପୁଛନ୍ତି ଏଣୁତେଣୁ, ଆଜି ମେଡିକାଲ ଟିମ୍‌ ପହଞ୍ଚି…

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଉଳପଡ଼ାସ୍ଥିତ ଗଜେଶ୍ୱର ବିଦ୍ୟାପୀଠରେ ୭ଜଣ ଛାତ୍ରୀଙ୍କୁ ଭୂତ ଭୟ ଘାରିଛି ବୋଲି କୁହାଯାଉଛି। ଏହି ବିଦ୍ୟାଳୟକୁ ନିକଟବର୍ତ୍ତୀ…

ଆବୁଧାବି ନିବେଶକ ସମ୍ମିଳନୀରେ ରୁଚି

କଟକ,୧୧ା୯(କାର୍ତ୍ତିକ ସାହୁ): ୟୁନାଇଟେଡ୍‌ ଆରବ ଏମିରେଟ୍ସର ଆବୁଧାବି ଓ ଦୁବାଇ ଠାରେ ଆରମ୍ଭ ହୋଇଛି ଓଡ଼ିଶା ନିବେଶକ ସମ୍ମିଳନୀ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପମନ୍ତ୍ରୀ…

କମାଲ୍‌ କଲେ କୁଲଦୀପ ଯାଦବ: ୧୦ ଉଇକେଟ୍‌ ନେଇ ରଚିଲେ ଇତିହାସ

ଲଣ୍ଡନ,୧୧।୯:ଇଂଲଣ୍ଡରେ କୁଲଦୀପ ଯାଦବ ପୁଣିଥରେ ନିଜର ସ୍ପିନ ବୋଲିଂର ଯାଦୁ ଦେଖାଇ ୟର୍କଶାୟରକୁ ଏସେକ୍ସ ବିପକ୍ଷରେ ଏକ ଚମତ୍କାର ବିଜୟ ଦେଇଛନ୍ତି। ଏହି ମ୍ୟାଚରେ କୁଲଦୀପ ଏସେକ୍ସର…

ଟେଷ୍ଟ କ୍ରିକେଟ୍‌ର ଇତିହାସ ବଦଳାଇଦେଲେ ଏହି କ୍ରିକେଟର୍‌: ସମସ୍ତଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୧୧।୯: ଜୋ ରୁଟ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଫିଲ୍ଡର ହୋଇପାରିଛନ୍ତି। ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ସମୟରେ ସେ ଏହି ସଫଳତା ହାସଲ…

ଜମ୍ବୁରୁ ତାମିଲନାଡୁକୁ ଗୋ’ ଚାଲାଣ, ସ୍ଥାନୀୟ ଦଲାଲଙ୍କ ସହଯୋଗରେ…

ମହାକାଳପଡ଼ା,୧୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଜମ୍ବୁ-ବାବର ରାସ୍ତା ନିକଟ ଭାଟେଣୀ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଟ୍ରକ୍‌(ନଂ. ଟିଏନ…

କନ୍ୟା ରାଶିରେ ବୁଧ-ଚନ୍ଦ୍ରଙ୍କ ଏଣ୍ଟ୍ରି: ଆର୍ଥିକ ସମସ୍ୟାରେ ବୁଡିରହିବେ ୩ ରାଶି, ପାଖରୁ ପଳାଇବ ସବୁ ଧନ!

ଭୁବନେଶ୍ୱର: ସେପ୍ଟେମ୍ବର ୧୧ ସନ୍ଧ୍ୟାରେ ଚନ୍ଦ୍ରମା ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିରେ ପୂର୍ବରୁ ଅବସ୍ଥାନ କରୁଥିବା ବୁଧ ଗ୍ରହଙ୍କ ସହ…

ଦୁଲୀପ ଟ୍ରଫିରେ ଇଶାନ କିଶନଙ୍କ ଦଳ ଇଷ୍ଟ ଜୋନ ମାଲାମାଲ: ହାରିକି ବି ସାଉଥ ଜୋନ୍‌ ଉପରେ ଟଙ୍କା ବର୍ଷା, ଜାଣନ୍ତୁ କାହାକୁ ମିଳିଲା କେତେ…

ନୂଆଦିଲ୍ଲୀ , ୧୧।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଡ୍ର’ରେ ଶେଷ ହୋଇଥିଲେ ମଧ୍ୟ ପ୍ରଥମ ଇନିଂସ୍‌ରେ ବଡ଼ ଅଗ୍ରଣୀ ଯୋଗୁ ଇଷ୍ଟ ଜୋନ ଚାମ୍ପିଅନ…

ମ୍ୟାଚ ଜିତିବା ପରେ ଖୁସିରେ ଗଦ୍‌ଗଦ୍‌ ହୋଇଗଲେ ବୈଭବ, ଶାମିଙ୍କୁ ଦେଲେ ବଡ଼ ଉପହାର: ଦେଖିକି ଭାବପୂର୍ଣ୍ଣ ହୋଇଗଲେ…

ନୂଆଦିଲ୍ଲୀ , ୧୧।୯: ମ୍ୟାଚ ଜିତିବା ପରେ ପଡ଼ିଆରେ ହେଉଥିବା ସେଲିବ୍ରେଶନ ଯେତିକି ଖାସ, ତାଠାରୁ ଅଧିକ ସ୍ମରଣୀୟ ହୋଇଥାଏ ଡ୍ରେସିଂ ରୁମ୍‌ର ଖୁସିର ମୁହୂର୍ତ୍ତ। ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri