ଏସ୍‌ଏଚ୍‌ଜି ଗ୍ରୁପ୍‌ଙ୍କୁ ମହୁ ମିଶନରେ ଅନ୍ତର୍ଭୁକ୍ତ କରାଉଛି କେଭିଆଇସି

ଭୁବନେଶ୍ୱର,୨୪।୭: ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ମହୁ ମିଶନ କାର୍ଯ୍ୟକ୍ରମ ଜରିଆରେ ଶନିବାର ଖୋର୍ଦ୍ଧା ଜିଲା, ଧଉଳି ଗ୍ରାମପଞ୍ଚାୟତର ନାଖୁର ଗାଁର ପାଲକ ଏସ୍‌ଏଚ୍‌ଜିର ୧୦ ଜଣ ସଦସ୍ୟଙ୍କୁ ମହୁମାଛି କଲୋନୀ, ଲୁହା ଷ୍ଟାଣ୍ଡ ଏବଂ ୧୦ଟି ସେଟ୍‌ ଟୁଲ୍‌କିଟ୍‌ ସହ ୧୦୦ ମହୁମାଛି ବାକ୍ସ ବଣ୍ଟନ କରାଯାଇଛି। ଏହା ପୂର୍ବରୁ କେଭିଆଇସି ଚଳିତ ବର୍ଷ ଜୁଲାଇ ୧୩ରୁ ୧୭ ମଧ୍ୟରେ ହିତାଧିକାରୀଙ୍କୁ ମହୁମାଛି ପାଳନର ତାଲିମ ପ୍ରଦାନ କରିଥିଲା। ସେହିଭଳି ସିଏସ୍‌ଆଇଆର୍‌-ଏନ୍‌ବିଆର୍‌ଆଇ ମଧ୍ୟ ସିଏସ୍‌ଆଇଆର୍‌ ଫୁଲଚାଷ ମିଶନ ଅଧୀନରେ ହିତାଧିକାରୀଙ୍କୁ ୨୦୦୦ କର୍ମସ ଟ୍ୟୁବ୍‌ରୋଜ୍‌ ବଣ୍ଟନ କରିଛି। ଏହି ଅବସରରେ କେଭିଆଇସିର ରାଜ୍ୟ ନିର୍ଦ୍ଦେଶକ ସମୀର କୁମାର ମହାନ୍ତି, କେଭିଆଇସିର ସହ ନିର୍ଦ୍ଦେଶକ ବି.ଏନ୍‌.ପଣ୍ଡା, ସହକାରୀ କେଭିଆଇସି ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ପ୍ରଧାନ ବୈଜ୍ଞାନିକ ଡ. ଚନ୍ଦ୍ରଶେଖର ମହାନ୍ତି ଏବଂ ଲକ୍ଷ୍ମୌର ସିଏସ୍‌ଆଇଆର୍‌-ଏନ୍‌ବିଆର୍‌ଆଇର ପ୍ରଧାନ ବୈଜ୍ଞାନିକ ଡ. ସୁମିତ କୁମାର ବେହେରା ଏବଂ ଖୋର୍ଦ୍ଧା ଓର୍‌ମାସର ଡେପୁଟି ସିଇଓ ଗୁଣ୍ଡୁଚି ବେହେରା ଓ ମହୁମାଛି ପ୍ରଶିକ୍ଷକ କୃତି ସୁନ୍ଦର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଗତ ସପ୍ତାହରେ ଢେଙ୍କାନାଳ ଜିଲାର ହରେକୃଷ୍ଣପୁର ଗାଁର ମା’ ଜେନାଦେଈ ଏସ୍‌ଏଚ୍‌ଜିକୁ ମଧ୍ୟ ଉପରୋକ୍ତ ସୁବିଧା ପ୍ରଦାନ କରାଯାଇଥିଲା।
ଏ ସମ୍ପର୍କରେ ସମୀର କହିଛନ୍ତି, ଖୁବ୍‌ଶୀଘ୍ର କେଭିଆଇସି ଏବଂ ସିଏସ୍‌ଆଇଆର୍‌ ଜରିଆରେ ଜଗତ୍‌ସିଂହପୁରର ୨ଟି ଏସ୍‌ଏଚ୍‌ଜି ସମେତ କଟକ ଓ କେନ୍ଦୁଝର ଜିଲାର ପ୍ରତି ଏସ୍‌ଏଚ୍‌ଜିକୁ ଉପରୋକ୍ତ ସୁବିଧା ପ୍ରଦାନ କରାଯିବ। ସେହିଭଳି ଡ.ଚନ୍ଦ୍ରଶେଖର କହିଛନ୍ତି, ଗ୍ରାମବାସୀ ପନିପରିବା ଅମଳ ବୃଦ୍ଧି ପାଇଁ ହର୍‌ମୋନ୍‌ ବ୍ୟବହାର କରିବା ଉଚିତ ନୁହେଁ, କାରଣ ମହୁମାଛି ସେମାନଙ୍କ ଫସଲର ପ୍ରାକୃତିକ ପ୍ରକ୍ରିୟାରେ ସହାୟକ ହେବ ଏବଂ ସାରେ ମହୁମାଛି ନିଜ ଘରକୁ ଫେରି ଆସିଥାନ୍ତି।
କେଭିଆଇସିର ହନି ମିଶନ ପ୍ରୋଗ୍ରାମରେ ସିଏସ୍‌ଆଇଆର୍‌ ଫ୍ଲୋରିକଲଚର ମିଶନ ସହ ଏକ ସମ୍ମିଶ୍ରଣ ରହିଛି। ସେଥିରେ ଏନ୍‌ବିଆର୍‌ଆଇ ତାଲିମ ଫି ଏବଂ କେଭିଆଇସିର ହନି ମିଶନ ପ୍ରୋଗ୍ରାମ ଅଧୀନରେ ହିତାଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ନିଜସ୍ବ ଅବଦାନ ପ୍ରଦାନ କରୁଛି। ଏନ୍‌ବିଆର୍‌ଆଇ କୃଷକମାନଙ୍କୁ ମାଗଣାରେ ଟ୍ୟୁବ୍‌ରୋଜ୍‌, ମାରିଗୋଲ୍‌ଡ, ଗୋଲାପ, ଜସ୍ମିନ୍‌ ଇତ୍ୟାଦି ଫୁଲଚାରା ମଧ୍ୟ ଯୋଗାଇବ ଏବଂ ରାଜ୍ୟରେ ବିଭିନ୍ନ ଫୁଲର କ୍ଲଷ୍ଟର ବିକାଶରେ ସାହାଯ୍ୟ କରିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri