ଏସ୍‌ଏଚ୍‌ଜି ଗ୍ରୁପ୍‌ଙ୍କୁ ମହୁ ମିଶନରେ ଅନ୍ତର୍ଭୁକ୍ତ କରାଉଛି କେଭିଆଇସି

ଭୁବନେଶ୍ୱର,୨୪।୭: ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ମହୁ ମିଶନ କାର୍ଯ୍ୟକ୍ରମ ଜରିଆରେ ଶନିବାର ଖୋର୍ଦ୍ଧା ଜିଲା, ଧଉଳି ଗ୍ରାମପଞ୍ଚାୟତର ନାଖୁର ଗାଁର ପାଲକ ଏସ୍‌ଏଚ୍‌ଜିର ୧୦ ଜଣ ସଦସ୍ୟଙ୍କୁ ମହୁମାଛି କଲୋନୀ, ଲୁହା ଷ୍ଟାଣ୍ଡ ଏବଂ ୧୦ଟି ସେଟ୍‌ ଟୁଲ୍‌କିଟ୍‌ ସହ ୧୦୦ ମହୁମାଛି ବାକ୍ସ ବଣ୍ଟନ କରାଯାଇଛି। ଏହା ପୂର୍ବରୁ କେଭିଆଇସି ଚଳିତ ବର୍ଷ ଜୁଲାଇ ୧୩ରୁ ୧୭ ମଧ୍ୟରେ ହିତାଧିକାରୀଙ୍କୁ ମହୁମାଛି ପାଳନର ତାଲିମ ପ୍ରଦାନ କରିଥିଲା। ସେହିଭଳି ସିଏସ୍‌ଆଇଆର୍‌-ଏନ୍‌ବିଆର୍‌ଆଇ ମଧ୍ୟ ସିଏସ୍‌ଆଇଆର୍‌ ଫୁଲଚାଷ ମିଶନ ଅଧୀନରେ ହିତାଧିକାରୀଙ୍କୁ ୨୦୦୦ କର୍ମସ ଟ୍ୟୁବ୍‌ରୋଜ୍‌ ବଣ୍ଟନ କରିଛି। ଏହି ଅବସରରେ କେଭିଆଇସିର ରାଜ୍ୟ ନିର୍ଦ୍ଦେଶକ ସମୀର କୁମାର ମହାନ୍ତି, କେଭିଆଇସିର ସହ ନିର୍ଦ୍ଦେଶକ ବି.ଏନ୍‌.ପଣ୍ଡା, ସହକାରୀ କେଭିଆଇସି ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ପ୍ରଧାନ ବୈଜ୍ଞାନିକ ଡ. ଚନ୍ଦ୍ରଶେଖର ମହାନ୍ତି ଏବଂ ଲକ୍ଷ୍ମୌର ସିଏସ୍‌ଆଇଆର୍‌-ଏନ୍‌ବିଆର୍‌ଆଇର ପ୍ରଧାନ ବୈଜ୍ଞାନିକ ଡ. ସୁମିତ କୁମାର ବେହେରା ଏବଂ ଖୋର୍ଦ୍ଧା ଓର୍‌ମାସର ଡେପୁଟି ସିଇଓ ଗୁଣ୍ଡୁଚି ବେହେରା ଓ ମହୁମାଛି ପ୍ରଶିକ୍ଷକ କୃତି ସୁନ୍ଦର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଗତ ସପ୍ତାହରେ ଢେଙ୍କାନାଳ ଜିଲାର ହରେକୃଷ୍ଣପୁର ଗାଁର ମା’ ଜେନାଦେଈ ଏସ୍‌ଏଚ୍‌ଜିକୁ ମଧ୍ୟ ଉପରୋକ୍ତ ସୁବିଧା ପ୍ରଦାନ କରାଯାଇଥିଲା।
ଏ ସମ୍ପର୍କରେ ସମୀର କହିଛନ୍ତି, ଖୁବ୍‌ଶୀଘ୍ର କେଭିଆଇସି ଏବଂ ସିଏସ୍‌ଆଇଆର୍‌ ଜରିଆରେ ଜଗତ୍‌ସିଂହପୁରର ୨ଟି ଏସ୍‌ଏଚ୍‌ଜି ସମେତ କଟକ ଓ କେନ୍ଦୁଝର ଜିଲାର ପ୍ରତି ଏସ୍‌ଏଚ୍‌ଜିକୁ ଉପରୋକ୍ତ ସୁବିଧା ପ୍ରଦାନ କରାଯିବ। ସେହିଭଳି ଡ.ଚନ୍ଦ୍ରଶେଖର କହିଛନ୍ତି, ଗ୍ରାମବାସୀ ପନିପରିବା ଅମଳ ବୃଦ୍ଧି ପାଇଁ ହର୍‌ମୋନ୍‌ ବ୍ୟବହାର କରିବା ଉଚିତ ନୁହେଁ, କାରଣ ମହୁମାଛି ସେମାନଙ୍କ ଫସଲର ପ୍ରାକୃତିକ ପ୍ରକ୍ରିୟାରେ ସହାୟକ ହେବ ଏବଂ ସାରେ ମହୁମାଛି ନିଜ ଘରକୁ ଫେରି ଆସିଥାନ୍ତି।
କେଭିଆଇସିର ହନି ମିଶନ ପ୍ରୋଗ୍ରାମରେ ସିଏସ୍‌ଆଇଆର୍‌ ଫ୍ଲୋରିକଲଚର ମିଶନ ସହ ଏକ ସମ୍ମିଶ୍ରଣ ରହିଛି। ସେଥିରେ ଏନ୍‌ବିଆର୍‌ଆଇ ତାଲିମ ଫି ଏବଂ କେଭିଆଇସିର ହନି ମିଶନ ପ୍ରୋଗ୍ରାମ ଅଧୀନରେ ହିତାଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ନିଜସ୍ବ ଅବଦାନ ପ୍ରଦାନ କରୁଛି। ଏନ୍‌ବିଆର୍‌ଆଇ କୃଷକମାନଙ୍କୁ ମାଗଣାରେ ଟ୍ୟୁବ୍‌ରୋଜ୍‌, ମାରିଗୋଲ୍‌ଡ, ଗୋଲାପ, ଜସ୍ମିନ୍‌ ଇତ୍ୟାଦି ଫୁଲଚାରା ମଧ୍ୟ ଯୋଗାଇବ ଏବଂ ରାଜ୍ୟରେ ବିଭିନ୍ନ ଫୁଲର କ୍ଲଷ୍ଟର ବିକାଶରେ ସାହାଯ୍ୟ କରିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri