୧୧ ବର୍ଷ ସାନ ଯୁବକଙ୍କ ପ୍ରେମରେ ପଡିଲେ ଗୌହର

ମୁମ୍ବାଇ: ଫେମଶ ରିୟଲିଟି ଶୋ’ ବିଗ୍‌ ବସ୍‌ ୭ର ଓ୍ବିନର, ମଡେଲ ତଥା ଆକ୍ଟ୍ରେସ ଗୌହର ଖାନ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ତାହାପୁଣି ନିଜ ପର୍ସନାଲ ଲାଇଫକୁ ନେଇ। ବେଶ୍‌ କିଛିଦିନ ପରେ ଏହି ଅଭିନେତ୍ରୀଙ୍କ ଜୀବନରେ ପୁଣି ଆସିଛି ପ୍ରେମ। ଏବେ ସେ ମ୍ୟୁଜିକ କମ୍ପୋଜର ଇସଲାମିକ ଦରବାରଙ୍କ ପୁଅ ତଥା ଫେମଶ ଟିକଟକ ଷ୍ଟାର ଜୈଦ ଦରବାରଙ୍କ ପ୍ରେମରେ ପଡିଛନ୍ତି। ଉଭୟେ ପରସ୍ପରକୁ ଡେଟ୍‌ କରୁଥିବା ଆଲୋଚନା ହେଉଛି। ଜୈଦ ନିକଟରେ ଗୌହରଙ୍କ ସହ କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏହା ଆଲୋଚନାର ପରିସରକୁ ଆସିଯାଇଛି। ହେଲେ ଗୌହର ଏପର୍ଯ୍ୟନ୍ତ କୌଣସି ଫଟୋ ଶେୟାର କରି ନାହାନ୍ତି। ଜୈଦ ଦରବାର ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଗୌହରଙ୍କ ସହ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ପିଙ୍କ ଭିଲାର ଏକ ରିପୋର୍ଟ ଅନୁଯାୟୀ, ଦୁହେଁ ଏବେ ଏକାଠି ଖୁବ୍‌ ସମୟ କାଟୁଛନ୍ତି। କେବଳ ସେତିକି ନୁହେଁ ଦୁହିଁଙ୍କ ପରିବାର ମଧ୍ୟରେ ମଧ୍ୟ ସମ୍ପର୍କ ମଜଭୁତ ହୋଇଛି। ତେବେ ଗୌହର ଜୈଦଙ୍କଠାରୁ ୧୧ ବର୍ଷ ବଡ ହୋଇଥିବା ବେଳେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଏପର୍ଯ୍ୟନ୍ତ ଅଫିସିୟାଲି କୌଣସି ଘୋଷଣା କରାଯାଇ ନାହିଁ। ପ୍ରଥମେ ଗୌହର କୁଶାଲ ଟଣ୍ଡନଙ୍କୁ ପ୍ରେମ କରୁଥିବା ନେଇ ହୋଇଥିଲା ଚର୍ଚ୍ଚା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱେତାଙ୍କ ଗେହ୍ଲିଙ୍କ ପ୍ରେମରେ ପଡ଼ିଛନ୍ତି ଇବ୍ରାହିମ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ପଡ଼ିଛନ୍ତି ପ୍ରେମରେ। ଟେଲି ପରଦାର ହିଟ୍‌ ନାୟିକା ଶ୍ୱେତା ତିଓ୍ବାରୀଙ୍କ ଝିଅ...

ସାମାନ୍ୟ କଥାରେ ନୂଆ ଲଭ୍‌ବାର୍ଡ କଟ୍ରିନା-ବିକ୍କିଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା, ଏପରି ହେଉଛି ଚର୍ଚ୍ଚା…

ବମ୍ବେ: ଗତ କିଛି ଦିନ ଧରି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଚୁଲବୁଲି କଟ୍ରିନା କୈଫ। କଥିତ ପ୍ରେମିକ ବିକ୍କି କୌଶଲଙ୍କ ସହ ତାଙ୍କର ନିର୍ବନ୍ଧ...

ଆଖି ମାରିବା ପରେ କିସ୍‌ କଲେ ପ୍ରିୟା

ଆଖି ମାରି ରାତାରାତି ଚର୍ଚ୍ଚାକୁ ଆସିଥିବା ପ୍ରିୟା ପ୍ରକାଶ ଓ୍ବାରିୟର ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ସବୁ ସମୟରେ ସେ ନିଜ ପ୍ରଶଂସକଙ୍କ ପାଇଁ ଫଟୋ...

ବାପି ଦାଙ୍କୁ ଶେଷ ସମ୍ମାନ ଜଣାଇଲେ ସେଲିବ୍ରିଟି…

ମୁମ୍ବାଇ,୧୭।୨ : ଡିସ୍କୋ କିଙ୍ଗ୍‌ ବାପି ଲାହିରୀଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତାଙ୍କର ଶେଷ ଯାତ୍ରା ଗୁରୁବାର ପୂର୍ବାହ୍ନ ୯ଟାରୁ...

ଦୀପାବଳିରେ ରିଲିଜ ହେବ ତିନୋଟି ବଡ଼ ଫିଲ୍ମ, ଅକ୍ଷୟ-ରାଜକୁମାରଙ୍କ ମଧ୍ୟରେ ହୋଇପାରେ ଟକ୍କର

ମୁମ୍ବାଇ: ଚଳିତ ବର୍ଷ ଦୀପାବଳିରେ ରିଲିଜ ହେବାକୁ ଯାଉଛି ବଲିଉଡ୍‌ର ତିନୋଟି ବଡ଼ ଫିଲ୍ମ। ଏଥିରେ ରହିଛି। ଅକ୍ଷୟ କୁମାରଙ୍କ ‘ହାଉସ୍‌ଫୁଲ-୪’, ତାପସୀ ପନ୍ନୁ-ଭୂମି ପେଡନେକର...

କାନୁନ୍‌ଗୋ ବୋଲି ଓଡ଼ିଆ ଭାବନ୍ତି

ଏକାଧାରରେ ଜଣେ ପ୍ଲେବ୍ୟାକ୍‌ ସିଙ୍ଗର୍‌, କମ୍ପୋଜର୍‌, ଆକ୍ଟର ଏବଂ ଏଣ୍ଟରପ୍ରିନିୟୋର୍‌। ନିଜ ପାର୍ଟି ନମ୍ବର୍‌ ଓ ର଼୍ୟାପ୍‌ ସଙ୍ଗ୍‌ ପାଇଁ ରାତାରାତ ୟୁଥ୍‌ ସେନ୍‌ସେସନ୍‌ ପାଲଟିଥିବା...

ଏହି ୫ ଜଣଙ୍କ ସାମ୍ନାରେ ମୁଣ୍ଡ ନୁଆଁନ୍ତି ସଲମାନ୍‌ ଖାନ୍‌: ଜଣଙ୍କୁ ମାନିଥାନ୍ତି ନିଜର ସବୁକିଛି  

ବଲିଉଡ୍‌ର ସୁପରଷ୍ଟାର ହେଉଛନ୍ତି ସଲମାନ୍‌ ଖାନ୍‌। ତାଙ୍କର ଲୋକପ୍ରିୟତା କାହାକୁ ଅଛପା ନାହିଁ। କିନ୍ତୁ ଫିଲ୍ମ ଦୁନିଆରେ ଏମିତି କିଛି ଲୋକ ରହିଛନ୍ତି ଯାହାଙ୍କୁ ସଲମାନ୍‌...

ବିବାହ ପୂର୍ବରୁ ଏହି ଅଭିନେତାଙ୍କ ସହ ଥିଲା ନୁସରତଙ୍କ ସମ୍ପର୍କ

କୋଲକାତା: ବେଙ୍ଗଲି ଅଭିନେତ୍ରୀ ତଥା ଏମ୍‌ପି ନୁସରତ ଜାହାଁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନୁସରତ ନିଖିଲ ଜୈନଙ୍କୁ ବିବାହ କରିଥିବା...

Advertisement
Archives

Model This Week