କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ମାମଲା: ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଅଟକ

ପୁରୀ ଅଫିସ,୨୧।୩: ଶ୍ରୀମନ୍ଦିର ସେବାୟତ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ (କାଳିଆ)ଙ୍କୁ ଗୁଳିକରି ହତ୍ୟା ମାମଲାରେ ରବିବାର ପୁରୀ ପୋଲିସ ୪ଜଣଙ୍କୁ ଅଟକ ରଖିଛି। ଏମାନଙ୍କ ମଧ୍ୟରେ ୨ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ୨ଜଣ ସହଯୋଗୀ ରହିଛନ୍ତି। ଅନ୍ୟପକ୍ଷରେ ରବିବାର ତଳୁଚ୍ଛ ଭଗବାନ ମହାପାତ୍ର ଓରଫ ଗୁନ ସିଂହାରୀଙ୍କ ଭାଇ କାଳିଆ ସିଂହାରୀ ଓ ପୁତୁରା ଦୋଳଗୋବିନ୍ଦଙ୍କୁ ପୋଲିସ ଅଟକ ରଖି ଘନ ଘନ ଜେରା କରିଛି। ଉଭୟଙ୍କଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ସୋମବାର ପୋଲିସ ଏକ ଖବରଦାତା ସମ୍ମିଳନୀ ଡାକି ଏହି ହତ୍ୟାକାଣ୍ଡ ବିଷୟରେ ଖୁଲାସା କରିବ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ କାଳିଆ ସିଂହାରୀ ଓ ତାଙ୍କ ପୁତ୍ର ଦୋଳଗୋବିନ୍ଦଙ୍କୁ ପୋଲିସ ଠାବ କରି ଥାନାରେ ଅଟକ ରଖିଛି। ସେହିପରି ଏହି ମାମଲାରେ ବାବା ଓ କାଳୁ ନାମକ ଅନ୍ୟ ଦୁଇବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଉଛି। ପୁରୀ ଜିଲାରୁ ଏହି ଅଭିଯୁକ୍ତମାନେ ଧରାପଡ଼ିଛନ୍ତି। ଏମାନେ ଗୁଳିକାଣ୍ଡ ଘଟାଇ ନ ଥିଲେ ମଧ୍ୟ ତତ୍ତ୍ୱାବଧାରକ ଓ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ। ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସର ସନ୍ଦେହ ଏକପ୍ରକାର ଦୃଢୀଭୂତ ହୋଇଗଲାଣି। ତେବେ ଅନ୍ୟ ଅଭିଯୁକ୍ତ ହରି ପଣ୍ଡା, ପ୍ରଫୁଲ୍ଲ ମହାପାତ୍ର ଏବଂ କୁନୁମୁନିଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳୁନାହିଁ। ଏମାନେ ରାଜ୍ୟ ବାହାରକୁ ଚାଲିଯାଇଥିବା ପୋଲିସ ଅନୁମାନ କରୁଛି। ରବିବାର ପୋଲିସ କାଳିଆ ଓ ତାଙ୍କ ପୁତ୍ର ଦୋଳଗୋବିନ୍ଦଙ୍କୁ ଦୀର୍ଘ ସମୟ ଧରି ଜେରା କରିଛି। କିଭଳି ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ହେଲା, କିଏ ପ୍ରସ୍ତୁତ କଲା ଏବଂ କେଉଁମାନେ ହତ୍ୟା କଲେ ପ୍ରଭୃତି ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା। କାଳିଆଙ୍କଠାରୁ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କିତ ତଥ୍ୟ ହାସଲ କରାଯାଇଛି। ଗୁନ ହତ୍ୟାକାଣ୍ଡ ମାମଲାରେ କୃଷ୍ଣଚନ୍ଦ୍ର ନିର୍ଦ୍ଦୋଷରେ ଖଲାସ ହେବା ପରଠାରୁ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ସେହି ଅନୁଯାୟୀ କୃଷ୍ଣଚନ୍ଦ୍ରଙ୍କୁ ବାରବାଟୀ ଜାଗା ପାଖକୁ ଡକାଯାଇ ଗୁଳି କରାଯାଇଥିଲା। ଅଭିଯୁକ୍ତମାନଙ୍କଠାରୁ ତଥ୍ୟ ଓକାଳିବା ସହ ପ୍ରମାଣ ଯୋଗାଡ଼ରେ ପୋଲିସ ଲାଗିପଡ଼ିଛି। ଅନ୍ୟପକ୍ଷରେ ଗୁନ ହତ୍ୟା ମାମଲାରେ ଯେଉଁଭଳି ଭାବେ ତଥ୍ୟ-ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ଖସିଗଲେ, ଉକ୍ତ ହତ୍ୟାକାଣ୍ଡରେ ସେଭଳି ହେବନାହିଁ ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ସମ୍ପୂର୍ଣ୍ଣ ଘଟଣାର ଚାର୍ଜଶିଟ୍‌ ପ୍ରମାଣ ଆଧାରରେ ଦାଖଲ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?