Posted inଖେଳ

ବାପା, ଆଶା କରୁଛି ଆପଣ ମୋତେ ନେଇ ଗର୍ବ ଅନୁଭବ କରିଥିବେ: କ୍ରୁଣାଲ

ପୁଣେ,୨୪।୩: ନିଜର ଦିନିକିଆ ଡେବ୍ୟୁ ମ୍ୟାଚ୍‌ରେ ଚମକିଛନ୍ତି କ୍ରୁଣାଲ ପାଣ୍ଡ୍ୟା। ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ ଅପରାଜିତ ୫୮ ରନ୍‌ର ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏଥିଯୋଗୁ ଭାରତ ବଡ଼ ସ୍କୋର କରିପାରିଥିଲା। ସାଥୀ ଖେଳାଳିଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ କ୍ରୁଣାଳଙ୍କ ଏଭଳି ବ୍ୟାଟିଂର ପ୍ରଶଂସା କରୁଛନ୍ତି। ଏସବୁ ମଧ୍ୟରେ ମ୍ୟାଚ୍‌ ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ ଏକାଧିକ ଥର ତାଙ୍କୁ ଭାବବିହ୍ବଳ ହୋଇଥିବା ଦେଖାଯାଇଛି। ଏପରିକି ମ୍ୟାଚ୍‌ ଶେଷ ହେବା ପରେ ସେ ନିଜ ବାପାଙ୍କୁ ମନେ ପକାଇ ଏକ ପୋଷ୍ଟ ଲେଖିଛନ୍ତି। ଏହା ବେଶ୍‌ ଭାଇରାଲ ହେଉଛି।
ବାପା, ପ୍ରତି ବଲ୍‌ ପରେ ଆପଣ ମୋ ମନରେ ଏବଂ ମୋ ହୃଦୟରେ ଥିଲେ। ଯେତେବେଳେ ମୁଁ ଆପଣଙ୍କୁ ନିଜ ଭିତରେ ଅନୁଭବ କଲି ଲୁହ ବୋହି ଆସିଥିଲା। ମୋ ଶକ୍ତି ହୋଇଥିବାରୁ ଧନ୍ୟବାଦ। ମୋ ଜୀବନର ସବୁଠାରୁ ବଡ଼ ସମର୍ଥକ ହେବା ପାଇଁ ଧନ୍ୟବାଦ। ଆଶା କରୁଛି ଆପଣ ଖେଳ ଦେଖି ଗର୍ବିତ ଅନୁଭବ କରିଥିବେ। ଡେବ୍ୟୁ ପାଳି ଆପଣଙ୍କ ପାଇଁ ବାପା। ଆମେ ଯାହା ବି କରୁଛୁ ସେ ସବୁ ଆପଣଙ୍କ ପାଇଁ ବାପା ବୋଲି କ୍ରୁଣାଲ କହିଛନ୍ତି।

ପ୍ରକାଶ ଯେ, ୨୦୨ରେ ଭାରତ ୫ ଉଇକେଟ ହରାଇବା ପରେ କ୍ରୁଣାଲ ଏବଂ କେଏଲ୍‌ ରାହୁଲ ସ୍ଥିତିକୁ ସମ୍ଭାଳିଥିଲେ। ଉଭୟ ବିଦେଶୀ ବୋଲରଙ୍କ ସାମ୍ନା କରିବା ସହ ଭାରତର ସ୍କୋରକୁ ୩୧୭ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଉଭୟ କ୍ରିକେଟର ୬ଷ୍ଠ ଉଇକେଟ ପାଇଁ ମାତ୍ର ୬୧ ବଲ୍‌ରେ ୧୧୨ ରନ୍‌ର ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେଥିରୁ କ୍ରୁଣାଲ ୩୧ ବଲ୍‌ରେ ୭ ଚୌକା ଏବଂ ୨ ଛକା ସହାୟତାରେ ଅପରାଜିତ ୫୮ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?